Odisha News: ସରସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ
Advertisement
Article Detail0/zeeodisha/odisha2105046

Odisha News: ସରସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ

Odisha News: ସମ୍ବଲପୁରୀ ପାରମ୍ପରିକ ଖାଦ୍ୟ ସରସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଲା ଠାକୁର।  ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ଖ୍ୟାତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରୀ ଗୀତ, ସଙ୍ଗୀତ, ନୃତ୍ୟ, ବନ୍ଧକଳା, ବସ୍ତ୍ର ଆଜି ସମଗ୍ର ବିଶ୍ବ ଦରବାରରେ ନିଜର ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ସାରିଛି । ଏଥିରୁ ବାଦ ପଡିନି ସମ୍ବଲପୁରୀ ଖାଦ୍ୟପେୟ । 

Odisha News: ସରସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ

Odisha News: ସମ୍ବଲପୁରୀ ପାରମ୍ପରିକ ଖାଦ୍ୟ ସରସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଲା ଠାକୁର।  ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ଖ୍ୟାତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରୀ ଗୀତ, ସଙ୍ଗୀତ, ନୃତ୍ୟ, ବନ୍ଧକଳା, ବସ୍ତ୍ର ଆଜି ସମଗ୍ର ବିଶ୍ବ ଦରବାରରେ ନିଜର ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ସାରିଛି । ଏଥିରୁ ବାଦ ପଡିନି ସମ୍ବଲପୁରୀ ଖାଦ୍ୟପେୟ । ସମ୍ବଲପୁରୀ ଖାଦ୍ୟ ପେୟରେ ବିଭିନ୍ନ ଓ ବିବିଧ ପ୍ରକାରର ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ସେଥି ମଧ୍ୟରୁ ସରସତିଆର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ଭିନ୍ନ ଓ ସ୍ଵତନ୍ତ୍ର ଧରଣର ହୋଇଥାଏ ।

ସମ୍ବଲପୁର ସହର କୁଞ୍ଜେଲପଡ଼ା ଛକ ଠାରେ ଏକ ଦୋକାନ ରହିଛି ଯେଉଁଠି ଆଜିବି ସରସତିଆ ତିଆରି ଓ ବିକ୍ରି ହୁଏ । ପ୍ରଭୁଲାଲ ଗୁପ୍ତା ଓ ରେଖା ଗୁପ୍ତା ନାମକ ଏହି ଦମ୍ପତ୍ତି ଆଜି ଯାଏଁ ତାଙ୍କର ପୁର୍ବ ପୁରୁଷ ଙ୍କ ର ଦ୍ବାରା ସ୍ଵୀକୃତ ଏହି ପାରମ୍ପରିକ ବ୍ୟଞ୍ଜନକୁ ତିଆରି କରିବାର ପରମ୍ପରା ବଜାୟ ରଖିଛନ୍ତି । ବିଭିନ୍ନ ପ୍ରକାର ପ୍ରସଙ୍ଗ ରେ ଏହି ଦୋକାନ ଓ ମାଲିକ ଦମ୍ପତ୍ତିଙ୍କ ନାମ ଚର୍ଚ୍ଚାକୁ ଆସିଥାଏ । ଆଜି ସକାଳେ ତାଙ୍କ ଦୋକାନକୁ ପହଞ୍ଚି ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଲା ଠାକୁର । ଦୋକାନରେ ଉପସ୍ଥିତ ଥିବା ଗୁପ୍ତା ଦମ୍ପତି ଙ୍କୁ ତାଙ୍କର ପାରିବାରିକ ଓ ବ୍ୟବସାୟୀକ ସ୍ଥିତି ଅବସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । 

ପୁଣି ସରସତିଆ ତିଆରି କରିବାର ଶୈଳୀ ଓ ପ୍ରସ୍ତୁତି ବିଷୟରେ ବୁଝିଥିଲେ ଓ ନିଜେ ନିଜ ହାତରେ କିଛି ସରସତିଆ ତିଆରି କରିଥିଲେ । ଏଭଳି ଏକ ନିଆରା ଓ ଐତିହ୍ୟ ପୂର୍ଣ୍ଣ ପରମ୍ପରାକୁ ବଜାୟ ରଖିଥିବାରୁ ଅତି ଆତ୍ମୀୟତା ଓ ସରଳତାର ସହିତ ଗୁପ୍ତା ପରିବାରକୁ ଧନ୍ୟବାଦ, ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଗୁପ୍ତା ଦମ୍ପତ୍ତିଙ୍କ ଏକ ମାତ୍ର ପୁତ୍ର ରାହୁଲ୍ ଗୁପ୍ତା ଙ୍କୁ ଏହି ପାରମ୍ପାରିକ ବ୍ୟବସାୟକୁ ଆହୁରି ଶାଣିତ ଓ ବ୍ୟାପକ କରିବା ପାଇଁ ଶ୍ରୀମତୀ ଠାକୁର୍ ପରାମର୍ଶ ଓ ଅନୁରୋଧ କରିଥିଲେ ।  ମୃଦୁଲା ଠାକୁରଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ ଓ ବିଜେପିର ଅନିଲ କୁମାର ବେହେରା, ସମିର ରଞ୍ଜନ ବାବୁ, ସୁଶାନ୍ତ କୁମାର ପୁରୋହିତ, ସରୋଜ ଦଲପତ୍, ସୁଧୀର ରଞ୍ଜନ ବହିଦାର, ଅଜିତ କୁମାର ବେହେରାଙ୍କ ସମେତ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ।