ଢେଙ୍କାନାଳରେ ଚାଞ୍ଚଲ୍ୟ, ପ୍ରେମିକର ହତ୍ୟା ପଛରେ ନାବାଳିକା ପ୍ରେମିକାର ଦାଦା
Advertisement

ଢେଙ୍କାନାଳରେ ଚାଞ୍ଚଲ୍ୟ, ପ୍ରେମିକର ହତ୍ୟା ପଛରେ ନାବାଳିକା ପ୍ରେମିକାର ଦାଦା

Love and murder case: ନାବାଳିକାକୁ ପ୍ରେମ କରିବା ପଡିଲା ମହଙ୍ଗା । ଝିଆରୀକୁ ପ୍ରେମ କରିବା ଜାଣିବା ପରେ ପ୍ରେମିକକୁ ରାସ୍ତାରୁ ସଫା କରିବାକୁ ଷଡଯନ୍ତ୍ର କରିଥିଲେ ଦାଦା ।

ଢେଙ୍କାନାଳରେ ଚାଞ୍ଚଲ୍ୟ, ପ୍ରେମିକର ହତ୍ୟା ପଛରେ ନାବାଳିକା ପ୍ରେମିକାର ଦାଦା

Love and murder case: ପ୍ରେମ ଜନିତ କାରଣରୁ ବଳି ପଡିଛି ଜୀବନ । ନାବାଳିକା ଝିଅକୁ ପ୍ରେମ କରିବସିବାରୁ ଯୁବକଙ୍କୁ କରାଯାଇଛି ହତ୍ୟା । ଆଉ ଏହି ହତ୍ୟାର ଷଡଯନ୍ତ୍ର ରଚିଥିଲେ ନାବାଳିକାଙ୍କ ଦାଦା । ଘଟଣାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ ।

ସୂଚନା ମୁତାବକ, କିଛିଦିନ ହେବ ଘରକୁ ନଫେରିବା କାରଣରୁ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଯେଉଁ ଅଡୁଆ ସୂତାର ଖିଅ ପାଇଲା ତାହା ଥିଲା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏକ ପୋଖରୀରୁ ପ୍ରେମିକଙ୍କର ହାତ ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ମିଳିଥିଲା । ଆଉ ତାପରେ ପୋଲିସ ଅଡୁଆ ସୁତାର ଗୋଟିଏ ପରେ ଗୋଟିଏ ଖିଅ ଖୋଲିବାରେ ଲାଗିଛି । ତଦନ୍ତରୁ ଜଣା ପଡିଛି ଯେ, ଅନୁଗୁଳର କୋରୋଡା ଗାଁରେ ରହୁଥିବା ଯୁବକ ବିକାଶ ବେହେରା ଜଣେ ନାବାଳିକାଙ୍କୁ ପ୍ରେମ କରି ବସିଥିଲେ । ଆଉ ଏ ସମ୍ପର୍କରେ ନାବାଳିକାଙ୍କ ଦାଦା ଜାଣିବାକୁ ପାଇଥିଲେ । ଅନେକ ଥର ତାଗିଦ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇନଥିଲା । ତେଣୁ ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇବାକୁ ଯୋଜନା ରଚିଥିଲେ ଦାଦା । ଲୋକ ଲଗାଇ ଯୁବକଙ୍କୁ ଅପହରଣ କରି ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି । ହତ୍ୟାକାଣ୍ଡରେ ସମୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସହ ନାବାଳିକାର ଦାଦା ଫେରାର ଅଛନ୍ତି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ