Vigilance Raid: ଭିଜିଲାନ୍ସ ଜାଲରେ ଦୁଇ ସ୍ପେଶାଲ କ୍ଲାସ ଠିକାଦାର, ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ
Advertisement
Article Detail0/zeeodisha/odisha1844817

Vigilance Raid: ଭିଜିଲାନ୍ସ ଜାଲରେ ଦୁଇ ସ୍ପେଶାଲ କ୍ଲାସ ଠିକାଦାର, ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

Vigilance Raid: ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଦୁଇ ଠିକାଦାରଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଠିକାଦାର ହେଲେ ବିଜୟ କୁମାର ଅଗ୍ରଓ୍ବାଲ୍ ଓ ଦୀପକ କୁମାର ଅଗ୍ରଓ୍ବାଲ୍ । ଏହି ଦୁଇ ଜଣଙ୍କୁ ରାଉରକେଲାରୁ ଗିରଫ କରାଯାଇଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ବା ସୂଚନା ଦେଇଛନ୍ତି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Vigilance Raid: ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର (two special class contractor)।  ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ (allegation of embezzlement of government funds)ଦୁଇ ଠିକାଦାରଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଠିକାଦାର ହେଲେ ବିଜୟ କୁମାର ଅଗ୍ରଓ୍ବାଲ୍ ଓ ଦୀପକ କୁମାର ଅଗ୍ରଓ୍ବାଲ୍ । ଏହି ଦୁଇ ଜଣଙ୍କୁ ରାଉରକେଲାରୁ ଗିରଫ କରାଯାଇଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ବା ସୂଚନା ଦେଇଛନ୍ତି (Vigilance Director Yashwant K Jethwa)। 

Also Read: Odisha News: ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବର ଷ୍ଟେସନକୁ ଆସୁଥିବା ଏହି ସବୁ ଟ୍ରେନର ବଦଳିଲା ରୁଟ୍
। 
ସୂଚନା ଅନୁସାରେ, ସୋନପୁର ଜିଲ୍ଲାରେ ଅନୁସୂଚିତ ଜନଜାତିର ପିଲାଙ୍କ ପାଇଁ ୪ଟି ୧୦୦ ଶର୍ଯ୍ୟା  ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ଉଭୟେ ହେରଫେର୍ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଏସସିଏସଟି ଛାତ୍ରୀ ନିବାସକୁ ନିକଟରେ ୫-ଟି ସଚିବ ଭିକେ ପାଣ୍ତିଆନ୍ ଗସ୍ତ କରିଥିଲେ। ନିମ୍ନମାନର କାମ ଦେଖି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଜିଲ୍ଲାପାଳକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।  ପରେ ଏନେଇ ଜିଲ୍ଲାପାଳ ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଥିଲେ। ବିଜୟ କୁମାର  ଅଗ୍ରଓ୍ବାଲ୍ ଓ ଦୀପକ କୁମାର ଅଗ୍ରଓ୍ବାଲ ହେରଫେରରେ ହାତ ଥିବା ନେଇ ପ୍ରମାଣ ମିଳିଥିଲା।  ପରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ବିଭାଗୀୟ ଅଧିକାରୀଙ୍କୁ ପଚରା ଉଚରା ମଧ୍ୟ କରୁଛନ୍ତି।