Daringbadi mango kernel case: ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର MKCG ରୁ SCB କୁ ସ୍ଥାନାନ୍ତର ହୋଇଥିଲେ ଉଭୟ। ତେବେ MKCG ୱାର୍ଡରେ ଥିବା ଅନ୍ୟ ୪ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନେ ଖିଆପିଆ ଆରମ୍ଭ କରିଥିବା କହିଛନ୍ତି ମେଡିକାଲ ସୁପେରିଣ୍ଟେଣ୍ଡେଣ୍ଟ ପ୍ରଫେସର ସୁଚିତ୍ରା ଦାସ।
Trending Photos
କଟକ: କନ୍ଧମାଳ ଦାରିଙ୍ଗିବଡ଼ିରେ ଆମ୍ବ ଟାକୁଆ ଖାଇ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ନିୟୁ ମେଡିସିନ ୱାର୍ଡର ଆଇସିୟୁରେ ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି। ଏବେବି ବ୍ରହ୍ମପୁର MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା। ମେଡିସିନ, ହେପାଟୋଲୋଜି, କ୍ରିଟିକାଲ କେୟାର ଡାକ୍ତର କରୁଛନ୍ତି ଚିକିତ୍ସା। ସେମାନେ ଜଣ୍ଡିସ, ଲିଭର ସମସ୍ୟା, ଜ୍ୱରରେ ଆକ୍ରାନ୍ତ ଅଛନ୍ତି। ରୁଟିନ୍ ରକ୍ତ ପରୀକ୍ଷା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କଟକ ବଡ଼ ମେଡିକାଲ କଲେଜର ମେଡିସିନ ବିଭାଗ ଡାକ୍ତର ଜୟନ୍ତ ପଣ୍ଡା ଓ ହେପାଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନା।
ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର MKCG ରୁ SCB କୁ ସ୍ଥାନାନ୍ତର ହୋଇଥିଲେ ଉଭୟ। ତେବେ MKCG ୱାର୍ଡରେ ଥିବା ଅନ୍ୟ ୪ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନେ ଖିଆପିଆ ଆରମ୍ଭ କରିଥିବା କହିଛନ୍ତି ମେଡିକାଲ ସୁପେରିଣ୍ଟେଣ୍ଡେଣ୍ଟ ପ୍ରଫେସର ସୁଚିତ୍ରା ଦାସ। କନ୍ଧମାଳ ଜିଲ୍ଲା ଦାରଙ୍ଗିବାଡ଼ି ମଣ୍ଡପଙ୍କାରେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ଦୁଇ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ।