Train Cancelled: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫୪ଟି ଟ୍ରେନ୍ ବାତିଲ୍ କଲା ECOR
Advertisement
Article Detail0/zeeodisha/odisha1989573

Train Cancelled: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫୪ଟି ଟ୍ରେନ୍ ବାତିଲ୍ କଲା ECOR

Train Cancelled: ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା କରାଯାଇଛି ବୋଲି ପୂର୍ବ ତଟ ରେଳବାଇ ପ୍ରେସ ବିବୃତ୍ତିରେ କହିଛି ।

Train Cancelled

Train Cancelled: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହେଉଛି । ଆଗାମୀ ୨୪ ଘଣ୍ଟାରେ ଏହା ବାତ୍ୟାର (Cyclone) ରୂପ ନେବା ନେଇ ସମ୍ଭାବନା ରହିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରବିବାରଠାରୁ ଆସନ୍ତା ୭ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟା ମାଇଚୋଙ୍ଗକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଦ୍ୱାରା ୫୪ଟି ଟ୍ରେନର ସେବାକୁ ବାତିଲ କରାଯାଇଛି । ପୂର୍ବ ତଟ ରେଳବାଇ (ECoR) ସୂଚନା ଦେଇଛି ଯେ "ବର୍ତ୍ତମାନ ସୁଦ୍ଧା ECoR ର କ୍ଷେତ୍ର ଦେଇ ଯାଉଥିବା ୫୪ଟି ଏକ୍ସପ୍ରେସ ଟ୍ରେନକୁ ଭାରତୀୟ ରେଳବାଇ ଦ୍ୱାରା ବାତିଲ କରାଯାଇଛି ।"

ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା କରାଯାଇଛି ବୋଲି ପୂର୍ବ ତଟ ରେଳବାଇ ପ୍ରେସ ବିବୃତ୍ତିରେ କହିଛି ।

ନିମ୍ନରେ ଦେଖନ୍ତୁ ବାତିଲ୍ ଟ୍ରେନ୍ ତାଲିକା