Train Cancelled: ଭୟଙ୍କର ରେଳ ଦୁର୍ଘଟଣା ପରେ ବାତିଲ ହେଲା ୨୬ଟି ଟ୍ରେନ୍, ଦେଖନ୍ତୁ ତାଲିକା
Advertisement
Article Detail0/zeeodisha/odisha1936056

Train Cancelled: ଭୟଙ୍କର ରେଳ ଦୁର୍ଘଟଣା ପରେ ବାତିଲ ହେଲା ୨୬ଟି ଟ୍ରେନ୍, ଦେଖନ୍ତୁ ତାଲିକା

Train Cancelled: ବିଶାଖାପାଟଣା-ରାୟଗଡ଼ା ଓ ବିଶାଖାପାଟଣା ପଲାସା ପାସେଞ୍ଜର ଟ୍ରେନ୍ ମଧ୍ଯରେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଗୋଟିଏ ରାୟଗଡ଼ା ଓ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ କାଣ୍ଟକାପଲ୍ଲୀ ଓ ଆଲମଣ୍ତା ଷ୍ଟେସନ ମଧ୍ଯରେ ଟ୍ରେନ୍ ଟି ଲାଇନଚ୍ୟୁତ୍ ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । 

ସୌ(ସୋସିଆଲ ମିଡିଆ)

Train Cancelled: ବିଶାଖାପାଟଣା-ରାୟଗଡ଼ା ଓ ବିଶାଖାପାଟଣା ପଲାସା ପାସେଞ୍ଜର ଟ୍ରେନ୍ ମଧ୍ଯରେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଗୋଟିଏ ରାୟଗଡ଼ା ଓ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ କାଣ୍ଟକାପଲ୍ଲୀ ଓ ଆଲମଣ୍ତା ଷ୍ଟେସନ ମଧ୍ଯରେ ଟ୍ରେନ୍ ଟି ଲାଇନଚ୍ୟୁତ୍ ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଥିବା ସୂଚନା ମିଳିଛି । ସେମାନେ ହେଲେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡ଼। ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୨୬ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ସହ ୧୧ଟି ଟ୍ରେନ୍କୁ ଆଂଶିକ ବାତିଲ୍ କରାଯାଇଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି । 

ବାତିଲ ହୋଇଥିବା ଟ୍ରେନ୍ ତାଲିକା

  • ରାୟପୁର- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • ବିଶାଖାପାଟଣା- ରାୟପୁର ସ୍ପେଶାଲ ଟ୍ରେନ୍
  • ପାରଦ୍ବୀପ- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • ପଲାସା- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • ରାୟଗଡ଼ା- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • କୋର୍ବା- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • ରାୟଗଡ଼ା- ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
  • ବିଜୟନଗରମ୍- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • ବିଶାଖାପାଟଣା –ଗୁଣପୁର ସ୍ପେଶାଲ ଟ୍ରେନ୍
  • ଗୁଣପୁର- ବିଶାଖାପାଟଣା ସ୍ପେଶାଲ ଟ୍ରେନ୍
  • ଏମ୍‌ଜିଆର୍‌ ଚେନ୍ନାଇ ସେଣ୍ଟ୍ରାଲ୍‌-ପୁରୀ ଏକ୍ସପ୍ରେସ୍‌
  • ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍‌
  • ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍ 
  • ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍ 
  • ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍ 
  • ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌
  • ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍‌
  • ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ 
  • ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ 
  • ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍ 
  • ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍

ପ୍ରକାଶ ଥାଉ କି, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତରଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ଅନ୍ୟପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । ଆନ୍ଧ୍ର ପ୍ରଦେଶ ନିବାସୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ଅନ୍ୟ ରାଜ୍ୟର ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।