Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1863225

Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

ଚୁଟକିରେ ଜାଣି ନିଅନ୍ତୁ ବର୍ତ୍ତମାନର ଅପଡେଟ ଖବର

Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines: 1. ଆଜିଠୁ ଜି-୨୦ ସମ୍ମିଳନୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଅଧ୍ୟକ୍ଷତାରେ ଏହି ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହା ସମ୍ମିଳିନୀ ୧୮ତମ ବାର୍ଷିକୀ ସମାବେଶ। ଏଥିରେ ସଦସ୍ୟ ରାଷ୍ଟ୍ର ତଥା ନିମନ୍ତ୍ରିତ ରାଷ୍ଟ୍ରମୁଖ୍ୟ ଏବଂ ସେମାନଙ୍କ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଥିଲାଗି ନୂଆଦିଲ୍ଲୀକୁ ବିଭିନ୍ନ ଦେଶର ମୁଖ୍ୟମାନେ ଆସି ପହଞ୍ଚିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‍, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ପୁମିଓ କିସିଦା, ଚୀନ ପ୍ରଧାନମନ୍ତ୍ରୀ ଲି ଲିଆଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମାଫୋସା, ଓମାନ ଉପ ପ୍ରଧାନମନ୍ତ୍ରୀ ଆସାଦ ବିନ୍‍ ତାରିକ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ୟୁଏଇ ରାଷ୍ଟ୍ରପତି ସେଖ ମହମ୍ମଦ ବିନ୍‍ ଜାୟଦ ଅଲ୍‍ ନହୟାନ, ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍‍ଜ, ଋଷ ପ୍ରଧାନମନ୍ତ୍ରୀ ସେର୍ଗି ଲାବୋରୋବ ଏବଂ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‍ ପ୍ରମୁଖଙ୍କୁ ଭାରତ ଗତ ସନ୍ଧ୍ୟାରେ ସ୍ୱାଗତ କରିଛି। 

2. ୧୫ରୁ ଅଧିକ ଦ୍ୱିପାକ୍ଷିକ ଆଲୋଚନା: ଜି-୨୦ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ୧୫ରୁ ଅଧିକ ରାଷ୍ଟ୍ର ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିଲାଗି ଭାରତ ମଣ୍ଡପମ୍‍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜି-୨୦  ସେରପା ଅମିତାଭ୍‍ କାନ୍ତ କହିଛନ୍ତି, ଜି-୨୦ ଦିଲ୍ଲୀ ଘୋଷଣା ପାଇଁ ସମସ୍ତଙ୍କ ଅପେକ୍ଷା ରହିଛି। ଏହା ପ୍ରସ୍ତୁତ ରହିଛି। ପ୍ରତିଟି ଦେଶର ସହମତିରେ ନିର୍ଦ୍ଧାରିତ ଢଙ୍ଗରେ ସମାପନ ହେବ। 

3. ଜି-୨୦କୁ ନ ଯାଇପାରନ୍ତି ନବୀନ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିକ ଡିନର ( ନୈଶ ଭୋଜି)କୁ ନିମନ୍ତ୍ରଣ କରାଯାଇଛି। ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ସେଠାରେ ଯୋଗ ଦେଇ ନପାରନ୍ତି। ଯଦିଓ ଏଥିନେଇ ସରକାରୀ ସୂଚନା ଦିଆଯାଇ ନାହିଁ ତଥାପି ନବୀନ ଏଯାଏ ଦିଲ୍ଲୀଗସ୍ତ କରି ନଥିବା ସୂଚନା ମିଳିଛି। 

4. ସୌମ୍ୟଙ୍କୁ ସମର୍ଥନ କଲେ ଅପରାଜିତା: ବିଜେଡ଼ି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି କି ଆମେ ଆତ୍ମସମ୍ମାନ ଏବଂ ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରିବା ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି। ସେ ଠିକ୍‌ କଥା ସମସ୍ତଙ୍କ ସାମ୍ନାରେ କହୁଛନ୍ତି। ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି ବୋଲି ସେ କହିଛନ୍ତି।

5. ପାଗ ମେଘୁଆ, ୧୧ରୁ ପୁଣି ବର୍ଷା: ମୌସୁମୀ ସକ୍ରିୟ ରହିବା କାରଣରୁ ଓଡ଼ିଶା ଆକାଶ ମେଘୁଆ ରହିବ। ଆସନ୍ତା ୧୧ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଣି ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ୧୨ ତାରିଖରୁ ପୁଣିଥରେ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ଏଥିନେଇ ପୀତ ସତର୍କତା ( ୟେଲୋ ଓ୍ବାର୍ଣ୍ଣିଂ) ଜାରି କରାଯାଇଛି। 

6. 5T ସଚିବଙ୍କୁ ବାଣ ମାରିଲେ ସୌମ୍ୟ: ବିଜେଡ଼ି ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ଗତକାଲି ବର୍ଷିଥିବା ବେଳେ ଆଜି 5T ସଚିବ ସିଧାସଳଖ ବାଣ ମାରିଛନ୍ତି। ସେ କହିଛନ୍ତି କି ପ୍ରତାପଙ୍କୁ ଧନ୍ୟବାଦ, ମୋ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି । ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି, ତାଙ୍କ କଥା କଣ ବେଦର ଗାର । ଗତ ଦୁଇ ଦିନ ଧରି ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ବ୍ଲାକମେଲ୍ ବ୍ଲାକମେଲ ଶବ୍ଦକୁ ବାରମ୍ବାର ବ୍ୟବହାର କରୁଥିଲେ । ସୌମ୍ୟ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି... ଯାହାର କିଛି ଦୁର୍ବଳତା ଥାଏ, କିମ୍ବା ଲୁଚାଇବାକୁ ଥାଏ..ତାଙ୍କୁ ହିଁ ବ୍ଲାକମେଲ ଡର ଥାଏ । ମୋ ଲେଖୁଥିବା ସମ୍ପାଦକୀୟରେ ଦଳର କଲ୍ୟାଣ ହେବ ସିନା ଅମଙ୍ଗଳ ହେବ ନାହିଁ ବୋଲି ସେ କହିଥିଲେ। 

7. ନନ୍ଦନକାନନରେ ନୂଆ ଅତିଥି: ଶରତ ଆସିଲେ ନନ୍ଦନକାନନ ପୁଣି ଗୁଞ୍ଜରିତ ହେବ। ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି। ମିଜୋରାମରୁ ଏହି ୫ ଅତିଥି ଆସିଛନ୍ତି। ଏଥିରେ ରହିଛନ୍ତି ୪ ବର୍ଷର ଏକ ଅଣ୍ଡିରା ହୁଲକ ଗିବନ, ୧୩ ବର୍ଷର ମାଇ ଗିବନ, ୭ ବର୍ଷର ହଳେ ଘୁଷୁରୀ ଲାଞ୍ଜ ମକାକ, ୧୧ ବର୍ଷର ମାଇ କଳା ଭାଲୁ। ଏହାର ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୃପକ୍ଷ ଅଣ୍ଡିରା ବାଘ କୁନ୍ଦନ, ମାଇ ବାଘ ଆଦ୍ୟାଶାକୁ ପଠାଇଛନ୍ତି।

8. ସୌରମଣ୍ଡଳରେ ଆଉ ଏକ ସୂର୍ଯ୍ୟ: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ L1 ଏବେ ଚର୍ଚ୍ଚାରେ ରହିଛି। ତେବେ ଏହାରି ମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅନୁସନ୍ଧାନ ଚଳାଇଥିବା ଓ୍ୱିଜମାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକ ନାମା ହାଲ୍ଲାକୌନ କହିଛନ୍ତି କି ଆମେ ଏକ ନକ୍ଷତ୍ରକୁ ପରିକ୍ରମା କରୁଥିବା ଉତ୍ତପ୍ତ ଗ୍ରହକୁ ଚିହ୍ନଟ କରିଛୁ। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଆବିଷ୍କାର ହୋଇଥିବା ସବୁଠାରୁ ଉତ୍ତପ୍ତ ଗ୍ରହ। ସେ କହିଛନ୍ତି ସୂର୍ଯ୍ୟ ପୃଷ୍ଠ ଠାରୁ ଏହା ୨୦୦୦ ଡିଗ୍ରୀ ଅଧିକ ଉତ୍ତପ୍ତ ବୋଲି ସେ କହିଛନ୍ତି।

9. ଚନ୍ଦ୍ରବାବୁ ନାଇଡ଼ୁ ଗିରଫ:  ସ୍କିଲ ଡେଭେଲପମେଣ୍ଟ ସ୍କାମ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ବିରୋଧି ଦଳ ନେତାଙ୍କୁ ଗିରଫ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ତାମିଲନାଡୁ ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ଆନ୍ତ ରାଜ୍ୟ ବସ୍ ସେବା ଚଳାଚଳ ଆନ୍ଧ୍ର ପ୍ରଦେଶ ସୀମାରେ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ହେଲେ ପରେ ସେବା ପୁନର୍ବାର ଆରମ୍ଭ ହୋଇଥିଲା। 

10. Asia Cup: ବର୍ଷା ଧୋଇନେବ କି ଭାରତ ପାକ ମ୍ୟାଚ: ଶ୍ରୀଲଙ୍କାର କଲମ୍ବୋରେ ଆସନ୍ତା କାଲି ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର ୪ ମ୍ୟାଚ ଖେଳାଯିବ। ତେବେ କଲମ୍ବୋରେ ଏବେ ବର୍ଷା ହେଉଥିବାରୁ ମ୍ୟାଚ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ କାଲି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ ରିଜର୍ଭ ଡେରେ ଏହି ମ୍ୟାଚ ଖେଳାଯିବ ବୋଲି ଏସିସି ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି।