Tiger ganga: କିଛି ଦିନ ତଳେ ଯମୁନାକୁ ଅଭୟାରଣ୍ୟର କୋର୍ ଏରିଆରେ ଛଡାଯାଇଛି। ବର୍ତ୍ତମାନ ଆଉ ଏକ ବାଘୁଣୀ ଗଙ୍ଗା ଶିମିଳିପାଳକୁ ଆସିଥିବାରୁ ତାକୁ ମଧ୍ୟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ରହିଛି। ତେବେ ଉଭୟ ବାଘୁଣୀକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି।
Trending Photos
ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ପୂର୍ବରୁ ଯମୁନା ଆସିଥିଲା। ପୁଣି ଏବେ ବାଘୁଣୀ ଗଙ୍ଗା ଆସିଛି। ଉଭୟ ମିଶି ଜଙ୍ଗଲରେ ରାଜ କରିବେ। ଗତ ୭ ତାରିଖରେ ଗଙ୍ଗାକୁ ଆଣିବାକୁ ଶିମିଳିପାଳର ଏକ ସ୍ଵତନ୍ତ୍ର ଟିମ୍ ମହାରାଷ୍ଟ୍ରର ତଡବା ଜଙ୍ଗଲକୁ ଯାଇଥିଲା। ଅକ୍ଟୋବର ୨୮ ତାରିଖରେ ବାଘୁଣୀ ଯମୁନା ଶିମିଳିପାଳକୁ ଆସିଥିବାବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଯମୁନାକୁ ଅଭୟାରଣ୍ୟର କୋର୍ ଏରିଆରେ ଛଡାଯାଇଛି। ବର୍ତ୍ତମାନ ଆଉ ଏକ ବାଘୁଣୀ ଗଙ୍ଗା ଶିମିଳିପାଳକୁ ଆସିଥିବାରୁ ତାକୁ ମଧ୍ୟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ରହିଛି। ତେବେ ଉଭୟ ବାଘୁଣୀକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି।