Weather Update: ପ୍ରବଳ ଘଡଘଡି ସହିତ ଖୁବ ଜୋରରେ ବର୍ଷାରେ ବେହାଲ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳ ।
Trending Photos
Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କାରଣରୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସହିତ ଘଡ଼ଘଡି ଶବ୍ଦରେ ଥରିଛି ରାଜଧାନୀ । ଆଜି ଦିନ ୨ଟା ପରେ ହଠାତ ଆକାଶ ମେଘାଚ୍ଛନ ହେବା ସହିତ ବର୍ଷା ଆରମ୍ଭ ହେବା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ବର୍ଷା କାରଣରୁ ଭୁବନେଶ୍ୱରର ଖାଲୁଆ ଅଞ୍ଚଳ ଗୁଡିକରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଯାନବାହାନ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।
Link-
प्रेस विज्ञप्ति /Press Release dated 02nd Sept 2023: Wet spell of monsoon rainfall activity over Odisha pic.twitter.com/8bVtCbbBnB
— Meteorological Centre, Bhubaneswar (@mcbbsr) September 2, 2023
ସୂଚନାଯୋଗ୍ୟ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଏନେଇ ୨୨ ଜିଲ୍ଲାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ତେବେ ରାଜ୍ୟରେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ। ଲଘୁଚାପ (Low pressure) ଆଣୁଛି ଏକ ବଡ ବର୍ଷା । ଯାହା ପ୍ରଭାବରେ ରାଜ୍ୟରେ ବର୍ଷାର (rain) ପରିମାଣ ବଢିବ। ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି (Low pressure in Bay of Bengal ) ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୩ ଏବଂ ୪ ରେ ବିସ୍ତୃତି ବର୍ଷା ହେବ ବୋଲି ପାଣିପାଗ ବିଭାଗ (imd) ପକ୍ଷରୁ କୁହାଯାଇଛି। ବିଶେଷ କରି ତିନିରୁ ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ ରୁ ୨୧ ସେମିରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେପଟେ, ଆସନ୍ତାକାଲି ମଧ୍ୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା (heavy rain) ଥିବା ବେଳେ ୪ ତାରିଖ ବେଳକୁ ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ୫ ତାରିଖ ପରେ ବର୍ଷାର ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ସଂନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଘଡ଼ଘଡ଼ି ଓ ବିଜୁଳି ସହ ଭୁବନେଶ୍ୱରରେ ବି ବର୍ଷା ହୋଇଛି। ରାଜ୍ୟରେ ଅଗଷ୍ଟ ୩୧ ସୁଧା ୧୪ ପ୍ରତିଶତ ନିଆଷ୍ଟିଆ ବର୍ଷା ହୋଇଛି । ଯଦିଓ ଗାଣେତିକ ଭାବେ ଏହାର ପରିମାଣ ସ୍ବାଭାବିକ ଶ୍ରେଣୀରେ ଆସୁଛି । ମାତ୍ର ଫସଲର ଅବସ୍ଥା ଏହି ପାଣିପାଗର ଅଙ୍କଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି ।
ବର୍ତ୍ତମାନ ୧୯ଟି ଜିଲ୍ଲାରେ ଫସଲ ଅବସ୍ଥା ସଙ୍କଟାପନ୍ନ ଭିତରେ ରହିଥିବା ବେଳେ ସମ୍ଭବତଃ ୨୦୦୨ ମରୁଡି ବର୍ଷ ପରି ଚଳିତ ବର୍ଷ କେତେକ ସ୍ଥାନରେ ମରୁଡି ଦେଖାଦେଇଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମରୁଡିର ପ୍ରାଥମିକ ଆକଳନ ବ୍ଲକ୍ ବା ପଞ୍ଚାୟତ ସ୍ତରରେ କରାଯାଇଥାଏ। ଏଭଳି ପରିସ୍ଥିତିକୁ ଦେଖିଲେ ବର୍ତ୍ତମାନ ସୁଧା ଫସଲରେ କ୍ଷତି ହୋଇଥିବା ସେ କହିଛନ୍ତି। ଯାହା ଦ୍ବାରା ସେପ୍ଟେମ୍ବର ମାସରେ ବର୍ଷା ହେଲେ ମଧ୍ୟ ଏହା ଫସଲର ଆବଶ୍ୟକତା ଭରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ମଧ୍ୟ ହତାଶ ହୋଇଛି।
Also Read- କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର