Odisha Accident: ଘାଟିରେ ଓଲଟିପଡ଼ିଲା ଧଉଳି ଗଣନାଟ୍ୟ ଯାତ୍ରାପାର୍ଟି ଟ୍ରକ, ୬ ମୃତ
Advertisement
Article Detail0/zeeodisha/odisha2075817

Odisha Accident: ଘାଟିରେ ଓଲଟିପଡ଼ିଲା ଧଉଳି ଗଣନାଟ୍ୟ ଯାତ୍ରାପାର୍ଟି ଟ୍ରକ, ୬ ମୃତ

Odisha Accident: ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ବାଙ୍ଗିରିପୋଷି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡ଼ିବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ଗୁରୁତର ହୋଇଛନ୍ତି ।

Odisha Accident: ଘାଟିରେ ଓଲଟିପଡ଼ିଲା ଧଉଳି ଗଣନାଟ୍ୟ ଯାତ୍ରାପାର୍ଟି ଟ୍ରକ, ୬ ମୃତ

Odisha Accident: ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ବାଙ୍ଗିରିପୋଷି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡ଼ିବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯାତ୍ରାପାର୍ଟି ଟ୍ରକଟି ଧଉଳି ଗଣନାଟ୍ୟର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବାଙ୍ଗିରିପୋଷି ଦ୍ୱାରକାଶ୍ୱେରୀ ଘାଟିରୁ ଓହ୍ଲାଇଲା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ରହିଛି।

ଏହି ଟ୍ରକ୍ ରେ ଲାଇଟ ଡେକୋରେସନ ସରଞ୍ଜାମ ସହ ଶ୍ରମିକ ମାନେ ଥିଲେ । ତେବେ ଏହି ଟ୍ରକଟି ରାଇରଙ୍ଗପୁରରୁ ବାଲେଶ୍ୱରର ଜଳେଶ୍ୱର ଯିବା ବାଟରେ ବାଙ୍ଗିରିପୋଷି ଘାଟିରେ ଓଲଟିପଡ଼ିଥିଲା । ତେବେ ଟ୍ରକ ଡାଲାରେ ଥିବା ଲାଇଟ, ମାଇକ ଓ ଡେକୋରେସନ ସରଞ୍ଜାମ ରହୁଥିବା ବାକ୍ସ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।