Srimandira AC Tunnel: ଚିନ୍ତା ବଢ଼ାଇଛି ଶ୍ରୀମନ୍ଦିର AC ଟନେଲ୍ ର ବିଦ୍ୟୁତ୍ ବିଲ୍, ମାତ୍ର ୨ ମାସରେ ବିଲ୍ ଆସିଛି....
Advertisement
Article Detail0/zeeodisha/odisha2157085

Srimandira AC Tunnel: ଚିନ୍ତା ବଢ଼ାଇଛି ଶ୍ରୀମନ୍ଦିର AC ଟନେଲ୍ ର ବିଦ୍ୟୁତ୍ ବିଲ୍, ମାତ୍ର ୨ ମାସରେ ବିଲ୍ ଆସିଛି....

Srimandira AC Tunnel: ବାର୍ଷିକ କୋଟିଏ ଡେଇଁବ ଶ୍ରୀମନ୍ଦିର ଏସି ଟନେଲ୍ ଓ ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳେ ଥିବା ଏସି ହ୍ଯାଙ୍ଗର ବିଦ୍ୟୁତ୍ ବିଲ୍।ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ନ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନକୁ ବିଦ୍ୟୁତ୍ ବିଲ୍ ଚଡ଼କ।ଦୁଇମାସରେ ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ।ଟନେଲ୍ ନିର୍ମାଣ ଏଜେଣ୍ଡାରେ କ୍ୟୁ ମ୍ୟାନେଜମେଣ୍ଟ , ହେଲେ ଫାଇନାନ୍ସରେ ମିସ ମ୍ୟାନେଜମେଣ୍ଟ। 

Srimandira AC Tunnel: ଚିନ୍ତା ବଢ଼ାଇଛି ଶ୍ରୀମନ୍ଦିର AC ଟନେଲ୍ ର ବିଦ୍ୟୁତ୍ ବିଲ୍, ମାତ୍ର ୨ ମାସରେ ବିଲ୍ ଆସିଛି....

Srimandira AC Tunnel: ବାର୍ଷିକ କୋଟିଏ ଡେଇଁବ ଶ୍ରୀମନ୍ଦିର ଏସି ଟନେଲ୍ ଓ ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳେ ଥିବା ଏସି ହ୍ଯାଙ୍ଗର ବିଦ୍ୟୁତ୍ ବିଲ୍।ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ନ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନକୁ ବିଦ୍ୟୁତ୍ ବିଲ୍ ଚଡ଼କ।ଦୁଇମାସରେ ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ।ଟନେଲ୍ ନିର୍ମାଣ ଏଜେଣ୍ଡାରେ କ୍ୟୁ ମ୍ୟାନେଜମେଣ୍ଟ , ହେଲେ ଫାଇନାନ୍ସରେ ମିସ ମ୍ୟାନେଜମେଣ୍ଟ। ଟାଟାକୁ ପୋଷିବା ପାଇଁ ଟଙ୍କା ଗଣିବ ଶ୍ରୀମନ୍ଦିର ପ୍ରଶାସନ। ଚାରିଦ୍ୱାର ନଖୋଲି କମ୍ପାନୀ ପୋଷିବା ଚକରରେ ସରକାର। ସେପଟେ ଏସି ଟନେଲ୍ ପାଇଁ ବିଲ୍ ବଢୁଥିବା ବେଳେ ଦର୍ଶନ ପାଇଁ ଗଲାବେଳେ କିନ୍ତୁ ତ୍ରାହି ତ୍ରାହି ଡାକୁଛନ୍ତି ଭକ୍ତ ।ସେପଟେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ବୋଝ ସଦୃଶ। ଏଣୁ ସରକାର ଏହି ବିଦ୍ଯୁତ ବିଲ ଦିଅନ୍ତୁ। ଭବିଷ୍ୟତରେ ବିଦ୍ଯୁତ ବିଲ କଷ୍ଟରୁ ରକ୍ଷା ପାଇବା ପାଇଁ ସୋଲା ପ୍ଯାନେଲ ବସାଇବାକୁ ପରାମର୍ଶ ଦିଆଯାଇଛି। ସେପଟେ ବର୍ଦ୍ଧିତ ଇଲେକ୍ଟ୍ରୀ ବିଲ୍ ର ତର୍ଜମା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ଗତ ଜାନୁଆରୀରେ ଲୋକାର୍ପିତ ହୋଇଥିଲା ବଡ଼ଦାଣ୍ଡ ଏସି ହ୍ୟାଙ୍ଗର୍ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରତୀକ୍ଷାଳୟ । ଭକ୍ତଙ୍କ କ୍ୟୁ ମ୍ୟାନେଜମେଣ୍ଟ ପାଇଁ ରାଜ୍ୟ ସରକାର ନେଇଥିଲେ ପଦକ୍ଷେପ । ୮୪ ମିଟର ଲମ୍ବ ଓ ୧୨ ମିଟର ଚୌଡାର ଏସି ସେଡ୍ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା ।ଖଞ୍ଜା ଯାଇଥିଲା ସେଣ୍ଟ୍ରାଲ ଏସି, ଫ୍ୟାନ ଓ ଲାଇଟ୍ । ତେବେ ଗତ ଜାନୁଆରୀ ଓ ଫେବ୍ରୁଆରି ମାସର ବିଦ୍ୟୁତ୍ ବିଲ୍ ଏବେ ଚିନ୍ତା ବଢ଼ାଇଛି ।ଏହି ଦୁଇମାସରେ କେବଳ ଏସି ହ୍ୟାଙ୍ଗର ଓ ପ୍ରତିକ୍ଷାଳୟ ବିଦ୍ୟୁତ୍ ବିଲ୍ ବାବଦକୁ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ହୋଇଛି ।ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ଏହା କୋଟିଏ ଡେଇଁବ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ବିଲ୍ ରୁ ଯାହା ଜଣା ପଡ଼ୁଛି ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ ହୋଇଛି । ଓଭର ଡ୍ରୟାଲ ପେନାଲ୍ଟି ବାବଦକୁ ୬୦ ହଜାର ବିଲ୍ ପ୍ରସ୍ତୁତ କରିଛି ଟାଟା ।ତେବେ କ୍ୟୁ ମ୍ୟାନେଜମେଣ୍ଟ ନାଁରେ ଯୋଉ ଫାଇନାନ୍ସ ମିସ ମ୍ୟାନେଜମଣ୍ଟ ହୋଇଛି ତାକୁ ଭରଣା କରିବ କିଏ !!କମ୍ପାନୀ ପୋଷିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପଡ଼ିଛି ଆର୍ଥିକ ଚଡ଼କ। ଚାରିଦ୍ୱାର ନଖୋଲି ସିଂହଦ୍ୱାରେ କୃତ୍ରିମ ଗହଳି ଲଗାଇ କମ୍ପାନୀ ପୋଷୁଛି ସରକାର ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।ପ୍ରଥମେ ସେଡ୍ ଇନ୍ଷ୍ଟାଲ ବାବଦରେ ଓବିସିସି ଏବଂ ବିଦ୍ୟୁତ୍ ବିଲ୍ ବାବଦରେ ଟାଟାକୁ ଟଙ୍କା ଦେଇ ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ନ୍ୟାୟରେ ଆର୍ଥିକ ବୋଝ ମୁଣ୍ଡାଇଛି ଶ୍ରୀମନ୍ଦିର ପ୍ରଶାସନ ।ସେପଟେ ଗୋଟିଏ ପଟରେ ଭକ୍ତଙ୍କ ପାଇଁ ନିର୍ମିତ ଏସି ଟନେଲ୍ ବିଲ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଟନେଲ୍ ରୁ ବାହାରି ଦର୍ଶନ ପାଇଁ ଗଲାବେଳେ ଭକ୍ତଙ୍କ ଦୁର୍ଦ୍ଦଶା କିନ୍ତୁ ଯଥା ପୂର୍ବ ତଥା ପର ।ବଢୁଛି ବିଦ୍ୟୁତ୍ ବିଲ୍ କିନ୍ତୁ ତ୍ରାହି ତ୍ରାହି ଡାକୁଛନ୍ତି ଭକ୍ତ ।

fallback

ବିଲ୍ ବାବଦକୁ ଜାନୁଆରି ମାସର ବିଦ୍ୟୁତ୍ ଦେୟ ୪ ଲକ୍ଷ ୩୫ ହଜାର ୩୬୧ ଟଙ୍କା ଓ ଫେବ୍ରୁଆରି ମାସ ପାଇଁ ୯ ଲକ୍ଷ ୮୬ ହଜାର ୯୫୯ ଟଙ୍କା ହେଉଛି। ରିହାତି ପରେ ଦୁଇ ମାସର ବିଲ୍ ବାବଦ ସମୁଦାୟ ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା ଦେବାକୁ ହେବ ବୋଲି ଚିଠି ହୋଇଛି । ତେଣୁ ଏହି ବିଦ୍ୟୁତ୍ ବିଲ୍ କୁ ନେଇ ଟାଟା ଉପରେ ବର୍ଷିଛନ୍ତି ବରିଷ୍ଠ ସେବାୟତ ।ତେବେ ଖାଲି ଶ୍ରୀମନ୍ଦିର ନୁହେଁ ରାଜ୍ୟର ସମସ୍ତ ଗ୍ରାହକଙ୍କ ଉପରେ ଟାଟା ଯୁଲୁମ୍ ର ପ୍ରଭାବ ପଡିଛି ବୋଲି ଅଭିଯୋଗ କରିଛନ୍ତି ସେବାୟତ ବିନାୟକ ଦାସ ମହାପାତ୍ର ।ବ୍ୟାବସାୟିକ କମ୍ପାନୀକୁ ଦାୟିତ୍ଵ ଦେଇ ବିଦ୍ୟୁତ୍ ବଳକା ରାଜ୍ୟରେ ଅଧିକ ଟଙ୍କାରେ ବିଦ୍ୟୁତ୍ ବିକ୍ରି କରିବାର ମନମାନିକୁ ଗ୍ରହଣ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।ତେବେ ବିଦ୍ୟୁତ୍ ବିଲ୍ ର ଏହି ଆର୍ଥିକ ବୋଝକୁ କିଏ କରିବ ଭରଣା ଶ୍ରୀମନ୍ଦିର ପ୍ରଶାସନ ନା ରାଜ୍ୟ ସରକାର ତାକୁ ନେଇ ପ୍ରଶ୍ନ କରିଛନ୍ତି ପରିଚାଳନା କମିଟି ସଦସ୍ୟ ।କେବଳ ଏସି ଟନେଲ୍ କାହିଁକି ପରିକ୍ରମା ମାର୍ଗ ମଧ୍ୟ ରେ ସମସ୍ତ ବିଦ୍ୟୁତ୍ ବିଲ୍ ଦେୟ ଦିନକୁ ଦେଢ଼ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବଜ୍ଜ୍ ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ହୁଣ୍ଡି ଆୟକୁ ଏହା ବଳେଇଯିବ ବୋଲି ସେ ଦେଇଛନ୍ତି ବଡ ବୟାନ ।ଯାହା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରେ ଭରଣା କରିବା ଅସମ୍ଭବ ପ୍ରାୟ ।ଏଭଳି ପରିପ୍ରେକ୍ଷୀରେ ସୋଲାରY ପ୍ୟାନେଲକୁ ଗୁରୁତ୍ୱାରୋପ କରିବାକୁ ପରିଚାଳନା କମିଟିରେ ଚାଲିଛି ବିଚାର ବିମର୍ଶ ।

ତେବେ ଏସି ଆଗକୁ ଖରାଦିନରେ ଏସି ବିଲ୍ ଆହୁରି ବଢିବ,ଯାହାଫଳରେ ବାର୍ଷିକ ବିଦ୍ୟୁତ୍ ବିଲ୍ କୋଟିଏ,ଡେଇଁବ । ଆୟ ଠାରୁ ବ୍ୟୟ ଅଧିକ ହେଲେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏହା ଅଡ଼ୁଆ ସାଜିବ। ଚାରିଦ୍ଵାର ଖୋଲି ଭିଡ ନିୟନ୍ତ୍ରଣ ନକରି ଏପରି ଦୂରଦୃଷ୍ଟି ବିହୀନ କାର୍ଯ୍ୟ କଲେ ଆଗକୁ ଏହା ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ବୁମେରାଙ୍ଗ ସାଜିବା ସୁନିଶ୍ଚିତ।