Srimandir: ମହାପ୍ରଭୁଙ୍କ ବାନା ବିକ୍ରୀକୁ ନେଇ ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍
Advertisement
Article Detail0/zeeodisha/odisha2086416

Srimandir: ମହାପ୍ରଭୁଙ୍କ ବାନା ବିକ୍ରୀକୁ ନେଇ ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍

Srimandir: ଶ୍ରୀମନ୍ଦରରେ ସେବାୟତଙ୍କ ଦୁଇଗୋଷ୍ଠୀ ମୁହାଁମୁହିଁ। ମହାପ୍ରଭୁଙ୍କ ବାନା ବିକ୍ରୀକୁ କେନ୍ଦ୍ର କରି ଶ୍ରୀମନ୍ଦିରରେ ସେବାୟତଙ୍କ ଦୁଇଗୋଷ୍ଠୀ ମଧ୍ୟରେ ମାଡପିଟ।ନାଟମଣ୍ଡପ ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ହୋଇଛି ମାଡପିଟ୍। ମୁଥ ମାଡରେ ଉଭୟ ପକ୍ଷର ଦୁଇଜଣ ସେବାୟତ ଆହତ ହୋଇଛନ୍ତି।

Srimandir: ମହାପ୍ରଭୁଙ୍କ ବାନା ବିକ୍ରୀକୁ ନେଇ ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍

Srimandir: ଶ୍ରୀମନ୍ଦରରେ ସେବାୟତଙ୍କ ଦୁଇଗୋଷ୍ଠୀ ମୁହାଁମୁହିଁ। ମହାପ୍ରଭୁଙ୍କ ବାନା ବିକ୍ରୀକୁ କେନ୍ଦ୍ର କରି ଶ୍ରୀମନ୍ଦିରରେ ସେବାୟତଙ୍କ ଦୁଇଗୋଷ୍ଠୀ ମଧ୍ୟରେ ମାଡପିଟ।ନାଟମଣ୍ଡପ ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ହୋଇଛି ମାଡପିଟ୍। ମୁଥ ମାଡରେ ଉଭୟ ପକ୍ଷର ଦୁଇଜଣ ସେବାୟତ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଉଛନ୍ତି ମେକାପ ସେବାୟତ ସୋମନାଥ ମେକାପ ଓ ଅନ୍ୟ ଜଣେ ଚୁନରା ସେବାୟତ। ଚୁନରା ସେବକ ହେଉଛନ୍ତି ବାପି ମହାନ୍ତି।

ମଙ୍ଗଳବାର ଅର୍ଥାତ ଆଜି ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ ଉଭୟଙ୍କ ମଧ୍ୟରେ ମାଡପିଟ୍ ହୋଇଥିବା ଜଣା ପଡ଼ିଛି। ନାଟମଣ୍ଡପରେ ସମ୍ପୃକ୍ତ ମେକାପ ସେବକ ବାନା ବିକ୍ରୀ କରୁଥିବା ଅଭିଯୋଗ କରି ଚୁନରା ସେବକ ଗାଳିଗୁଲଜ କରିଥିଲେ। ତାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଗାଳିଗୁଲଜ ଓ ପରେ ମାଡପିଟ୍ ହେଇଥିଲା। ଉଭୟଙ୍କ ମୁଥ ମାଡରେ ନାକ ଫାଟି ଆହତ ହୋଇଥିଲେ। ତେବେ ଏନେଇ ସିଂହଦ୍ଵାର ଥାନା(Singhadawar Police Station)ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ କରାଯାଉଛି।

ସେପଟେ ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହୋଇଛି  ଶ୍ରୀମନ୍ଦିରରେ ବାନା ନବାନ୍ଧିବେ ନାହିଁ ବୋଲି ଚୁନରା ସେବକଙ୍କ ନିଷ୍ପତ୍ତି ନିଆଯାଇଛି। ଏବେବି ଥାନାରେ ଦୁଇପକ୍ଷଙ୍କୁ ଅଟକ ରଖିଛି ସିଂହଦ୍ଵାର ଥାନା ପୁଲିସ। ତେବେ ଏବେବି ଶ୍ରୀମନ୍ଦିରରେ ନିଳଚକ୍ରରେ ବନ୍ଧା ହୋଇପାରିନାହିଁ ବାନା। ନିଳଚକ୍ରରେ ଧ୍ୱଜା ପରିବର୍ତ୍ତନ ନହେଲେ ନିତି ଆଗକୁ ବଢିବ ନାହିଁ।