Makara Sankranti at Srimandir: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
Advertisement
Article Detail0/zeeodisha/odisha2600373

Makara Sankranti at Srimandir: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Makara Sankranti at Srimandir: ଗତକାଲି ରାତିରୁ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଶ୍ରୀମନ୍ଦିରକୁ ମକରତାଡ ଯୋଗାଇ ଦିଆଯାଇଛି । ଆଜି ଅବକାଶ ନିତି ପରେ ମହାପ୍ରଭୂ ମକରବେଶ ବା ମକର ଚୌରାଶୀ ବେଶରେ ମଇଲମ ହୋଇଛନ୍ତି। ସେପଟେ ଚୁନରା ସେବାୟତଙ୍କ ପକ୍ଷରୁ ଅଁଳାବେଢା ଉପରେ ଗେରୁ ରଙ୍ଗରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ନିଳଚକ୍ର ମାଜଣା ହୋଇଛି। 

Makara Sankranti at Srimandir: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
Makara Sankranti at Srimandir: ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ। ଖାଲି ଶ୍ରୀମନ୍ଦିର ନୁହେଁ ପରମ୍ପରା ଅନୁଯାୟୀ ବିଭିନ୍ନ ମଠବାଡି ଓ ପୁରପଲ୍ଲୀରେ ପାଳିତ ହେଉଛି ବନ୍ଧୁତ୍ୱର ପର୍ବ ମକର ସଂକ୍ରାନ୍ତି। 
 
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଦେବଙ୍କର ଆରମ୍ଭ ହୋଇଥାଏ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟରେ ଧିରେ ଧିରେ ଗରମ ଅନୁଭୁତ ହୋଇଥାଏ। ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂଙ୍କ୍ରାନ୍ତି ଏକ ପ୍ରମୂଖ ପର୍ବ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପାଳିତ ହେବ ମକରବେଢା । ଏହି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀରେ ମାଳଚୂଳ ସହ ଛଅମୁର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ ଅନୁସାରେ କରାଯାଇଛି। ଗତକାଲି ରାତିରୁ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଶ୍ରୀମନ୍ଦିରକୁ ମକରତାଡ ଯୋଗାଇ ଦିଆଯାଇଛି । ଆଜି ଅବକାଶ ନିତି ପରେ ମହାପ୍ରଭୂ ମକରବେଶ ବା ମକର ଚୌରାଶୀ ବେଶରେ ମଇଲମ ହୋଇଛନ୍ତି। ସେପଟେ ଚୁନରା ସେବାୟତଙ୍କ ପକ୍ଷରୁ ଅଁଳାବେଢା ଉପରେ ଗେରୁ ରଙ୍ଗରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ନିଳଚକ୍ର ମାଜଣା ହୋଇଛି। 
 
ସେପଟେ ପ୍ରତିଟି ଓଡିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯିବାର ପରମ୍ପରା ରହିଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକର ସଂକ୍ରାନ୍ତି ଦିନ ଠାରୁ ହିଁ ବନ୍ଦ ହୋଇଥାଏ। କାରଣ ମା ଲକ୍ଷ୍ନୀ ଠାକୁରାଣୀ ଧନୁ ସଂକ୍ରାନ୍ତି ଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ବଡି ଭୋରରୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ। ଆଉ ଏବେ ଲକ୍ଷ୍ନୀ ସାଆନ୍ତାଣୀ ଗତକାଲି ବାପଘରୁ ପ୍ରତ୍ୟାବର୍ତନ କରିଥିବାରୁ ଆଜିଠାରୁ ମହାପ୍ରଭୂ ମା ଲକ୍ଷ୍ମୀଙ୍କ ହାତରନ୍ଧା ଖାଇବାର ବିଧି ରହିଛି । ସେପଟେ ଖାଲି ଶ୍ରୀମନ୍ଦିର ନୁହେଁ ମଠବାଡିରୁ ଆରମ୍ଭ କରି ପୁରପଲ୍ଲୀରେ ମକରଚାଉଳ ଭୋଗ କରି ସ୍ନେହ ଓ ବନ୍ଧୁତ୍ୱର ପର୍ବ ପାଳନ କରାଯାଉଛି।
 
ସେପଟେ ଆଜି ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଅନେକ ନିତିକାନ୍ତି ଥିବାରୁ ଆଜି ଭୋର ୪.୩୦ରେ ମହାପ୍ରଭୁଙ୍କ ପହୁଡ ନିତି ସମ୍ପର୍ଣ୍ଣ ହୋଇ ଆଜି ସକାଳ ୬ଟା ୪୩ମିନିଟରେ ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହୋଇଥିଲା। ତାପରେ ୮.୦୭ରେ ମଙ୍ଗଳାଳତୀ ହେବା ପରେ ମଇଲମ, ଅବକାଶ ନିତିପରେ ମହାପ୍ରଭୂ ମକରବେଶ ବା ମକର ଚୌରାଶୀ ବେଶରେ ସୁସଜ୍ଜିତ ହୋଇ ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।