୧୩ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି: ବନ୍ୟା ସ୍ଥିତି ନେଇ ସଜାଗ ରୁହନ୍ତୁ
Advertisement
Article Detail0/zeeodisha/odisha2354832

୧୩ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି: ବନ୍ୟା ସ୍ଥିତି ନେଇ ସଜାଗ ରୁହନ୍ତୁ

ପ୍ରତି ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବା ନେଇ ଅବଗତ କରିବାକୁ ନିର୍ଦ୍ଦେଶ ମିଳିଛି । ୧୩ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ।

୧୩ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି: ବନ୍ୟା ସ୍ଥିତି ନେଇ ସଜାଗ ରୁହନ୍ତୁ

ଭୁବନେଶ୍ୱର: ଲଘୁଚାପ ନେଇ ୧୩ ଜିଲ୍ଲାକୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ତେଣୁ ଉତ୍ତର ଓଡ଼ିଶା ସହ ୧୩ ଜିଲ୍ଲାକୁ ସଜାଗ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବା ନେଇ ଅବଗତ କରିବାକୁ ନିର୍ଦ୍ଦେଶ ମିଳିଛି । ୧୩ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ।

ଅନ୍ୟପଟେ, ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହୋଇପାରେ । ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା କଟକ, ବରଗଡ଼, ସମ୍ବଲପୁର, ଦେଓଗଡ ଏବଂ ଅନୁଗୋଳ । ଆକଳନ ଅନୁଯାୟୀ ପ୍ରାୟ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଏହିସବୁ ଜିଲ୍ଲାରେ ରେକର୍ଡ ହୋଇପାରେ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୂରଭଂଜ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବାଲେଶ୍ୱର, ଯାଜପୁର, ଝାରସୁଗୁଡା, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା । ରବିବାର ପାଇଁ ମଧ୍ୟ ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ ।

Also Read- NEET-UG Exam Results 2024: ପ୍ରକାଶ ପାଇଲା ସଂଶୋଧିତ ଫଳାଫଳ

Also Read- Lucky Zodiac Sign: ୨୭ ଜୁଲାଇ ଶନିବାର, ୫ଟି ରାଶିର ଭାଗ୍ୟ ଉଜ୍ୱଳ