Odisha News: Z+ରୁ ଉଠିଲା ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍
Advertisement
Article Detail0/zeeodisha/odisha1876824

Odisha News: Z+ରୁ ଉଠିଲା ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍

Odisha News : ଜେଡ୍‍ ପ୍ଲସ୍‍ ସୁରକ୍ଷା (Z+ security )ଉପରେ ଆଉ ଭରସା ନାହିଁ। ଏଣିକି ମୁଖ୍ୟମନ୍ତ୍ରୀଙ୍କ (CM)ଲାଗି ସ୍ୱତନ୍ତ୍ର ସ୍କ୍ୱାଡ୍‍ କାର୍ଯ୍ୟ କରିବ (Special Squad Security ) । ୯୧ ଜଣ ସ୍ୱତନ୍ତ୍ର ଅଧିକାରୀ ତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ନିଜ ଭିତରେ ହେଉଥିବା ଷଡ଼ଯନ୍ତ୍ର, ଅନ୍ତର୍ଘାତୀ କାର୍ଯ୍ୟ ତଥା ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲାଗି ଏହି ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍‍ କାର୍ଯ୍ୟ କରିବ। ଏହାଦ୍ୱାରା  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ପୁଲିସର (odisha police) ସବୁଦିନିଆ ସମସ୍ୟା ଲାଘବ ହୋଇପାରିବ ବୋଲି ଆଶା କରାଯାଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News (ଭୁବନେଶ୍ୱର) : ଜେଡ୍‍ ପ୍ଲସ୍‍ ସୁରକ୍ଷା (Z+ security )ଉପରେ ଆଉ ଭରସା ନାହିଁ। ଏଣିକି ମୁଖ୍ୟମନ୍ତ୍ରୀଙ୍କ (CM)ଲାଗି ସ୍ୱତନ୍ତ୍ର ସ୍କ୍ୱାଡ୍‍ କାର୍ଯ୍ୟ କରିବ (Special Squad Security ) । ୯୧ ଜଣ ସ୍ୱତନ୍ତ୍ର ଅଧିକାରୀ ତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ନିଜ ଭିତରେ ହେଉଥିବା ଷଡ଼ଯନ୍ତ୍ର, ଅନ୍ତର୍ଘାତୀ କାର୍ଯ୍ୟ ତଥା ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲାଗି ଏହି ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍‍ କାର୍ଯ୍ୟ କରିବ। ଏହାଦ୍ୱାରା  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ପୁଲିସର (odisha police) ସବୁଦିନିଆ ସମସ୍ୟା ଲାଘବ ହୋଇପାରିବ ବୋଲି ଆଶା କରାଯାଇଛି। 

ଦେଶର ପ୍ରଧାନମନ୍ତ୍ରୀ (pm modi) ଓ ରାଷ୍ଟ୍ରପତିଙ୍କ ସୁରକ୍ଷା (President Security)ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ରହିଛି। ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ସୁରକ୍ଷା ଲାଗି ପୁଲିସର ଜେଡ୍‍ ପ୍ଲସ୍‍  (Z+ security ) ସୁରକ୍ଷା ବ୍ୟବସ୍ଥା ନିଆଯାଇଥାଏ। ହେଲେ ନିକଟରେ ଜଣେ ସୁରକ୍ଷା କର୍ମୀଙ୍କ ଗୁଳିରେ  ତତ୍‍କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କରାଯିବା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି ସଂଗଠିତ କରିବା ଲାଗି ଯୁକ୍ତି ଉପସ୍ଥାପନ କରାଯାଇଥିଲ। ଗୃହ ବିଭାଗ ଏହି ଘଟଣାକୁ ତର୍ଜମା କରି ସ୍ୱତନ୍ତ୍ର ସୁରକ୍ଷା ବଳଗଠନ ଲାଗି ପ୍ରସ୍ତାବକୁ ସ୍ୱିକୃତୀ ଦେଇଛନ୍ତି। 

ଏହି ନୂଆ ସୁରକ୍ଷା ବାହିନୀରେ ୨୬ଟି ବିଭିନ୍ନ ବର୍ଗର ଅଧିକରୀ ରହିବେ। ସେପ୍ଟମ୍ବର ୧୪ରେ ପ୍ରକାଶିତ ଆଦେଶ ଅନୁସାରେ, ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଏହାର ମୁଖ୍ୟ ହେବେ। ତାଙ୍କ ତଳକୁ ସଶସ୍ତ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଇନ୍‍ସପେକ୍ଟର, ସବ୍ଇନ୍ସପେ୍ଟଟର, ଆସିଷ୍ଟାଣ୍ଟ ସବ୍‍ଇନ୍ସପେକ୍ଟର, ରହିବେ। ଏ ସମସ୍ତ ସଶସ୍ତ୍ର ମୁତ୍ତୟନ ହେବେ। ଏହାଙ୍କ ତଳେ ରହିବେ ହାବିଲ୍‍ଦାର, ଡ୍ରାଇଭର ଓ କନଷ୍ଟେବଳ। ଏହି ଦଳର ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଘାତୀ କାର୍ଯ୍ୟକୁ ଠାବ କରିବା ତାହାକୁ ରୋକିବା ଦିଗରେ ଅତ୍ୟାଧୁନିକ ଟ୍ରେନିଂ ଦିଆଯିବ। ତାଙ୍କ ପାଖରେ ବୋମା ନିଷ୍କ୍ରିୟକାଳୀ କୌଶଳ ରହିବା ସହ ଏକ କୁକୁର ଦଳ ବି କାର୍ଯ୍ୟକରିବ।