ଚନ୍ଦ୍ରଗ୍ରହଣ ନେଇ ଶ୍ରୀମନ୍ଦିରେ ସ୍ବତନ୍ତ୍ର ନୀତିକାନ୍ତି, ଏହି ସମୟରେ ବନ୍ଦ ରହିବ ମା’ ସମଲେଇଙ୍କ ଦର୍ଶନ
Advertisement
Article Detail0/zeeodisha/odisha1932349

ଚନ୍ଦ୍ରଗ୍ରହଣ ନେଇ ଶ୍ରୀମନ୍ଦିରେ ସ୍ବତନ୍ତ୍ର ନୀତିକାନ୍ତି, ଏହି ସମୟରେ ବନ୍ଦ ରହିବ ମା’ ସମଲେଇଙ୍କ ଦର୍ଶନ

Chandra Grahan 2023: ଆସନ୍ତାକାଲି କୁମାର ପୂର୍ଣ୍ଣିମା (kumar Purnima 2023) । ଏଥରେ କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ (Lunar Eclipse 2023) । ଏନେଇ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ।  ଗତ ୧୬ ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ (Chhatisa Nijoga meeting) କାର୍ତ୍ତିକ ମାସର ନୀତି ସହ ଗ୍ରହଣ ନୀତି ନିର୍ଘଣ୍ଟ ହୋଇଥିଲା ।

ସୌ(ସୋସିଆଲ ମିଡିଆ)

Chandra Grahan 2023: ଆସନ୍ତାକାଲି କୁମାର ପୂର୍ଣ୍ଣିମା (kumar Purnima 2023) । ଏଥରେ କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ (Lunar Eclipse 2023) । ଏନେଇ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ଶନିବାର ଦିନ ରାତି ୧ଟା ୪ ମିନିଟ୍ ୪୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଆଜି ରାତି ୨ ଟାରେ ଦ୍ଵାର ଫିଟା ପରେ ଭିତର ଶୋଧ କରାଯାଇ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ପରେ ଭୋର ୪.୩୦ ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ ସରିବ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇ ଶନିବାର ଦିନ ସକାଳ ୬.୩୦ରୁ ୭.୩୦ ମଧ୍ୟରେ ସକାଳ ଧୂପ, ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳଧୂପ ସରିବ। ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ସେହିପରି ୪ଟା ୪ ମିନିଟ୍ ୫୫ ସେକେଣ୍ତରୁ ପାକ୍ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବା ଅପରାହ୍ନ ୩ଟାରୁ ୩.୩୦ ମଧ୍ଯରେ ଖଇ କୋରା ଭୋଗ ହେବ । ତେବେ ଗତ ୧୬ ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ (Chhatisa Nijoga meeting) କାର୍ତ୍ତିକ ମାସର ନୀତି ସହ ଗ୍ରହଣ ନୀତି ନିର୍ଘଣ୍ଟ ହୋଇଥିଲା ।

ସେପଟେ, ଗ୍ରହଣ (Chandra Grahan 2023) ପଡୁଥିବାରୁ କୁମାର ପୂର୍ଣ୍ଣିମା ନୀତିକାନ୍ତିକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ଗ୍ରହଣ ରାତି ୧ଟା ବାଜି ୫ ମିନିଟ୍ ରୁ ଲାଗୁଥିବାରୁ ୨୮ ତାରିଖ ସନ୍ଧ୍ୟା ୪ଟା ବାଜି ୫ ମିନିଟ୍ ପୂର୍ବରୁ କୁମାରୀମାନେ ଚାନ୍ଦ ପୂଜା (Chanda puja) ସହ ଚନ୍ଦ୍ର ଦର୍ଶନ ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଏହାପରେ ଚନ୍ଦ୍ର ଦର୍ଶନ ସହ ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଶୁଭକାମ ଓ ଦେବନୀତିକୁ ବାରଣ କରାଯାଇଛି । ରାହୁ ଗ୍ରସ୍ତ ଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚାନ୍ଦ ପୂଜା ସନ୍ଧ୍ୟା ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ, ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମାଆ ସମଲେଇଙ୍କ (Maa Samalei) ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଧ୍ବଜାରୋହଣ ଓ ନୀତିକାନ୍ତି ସମୟରେ ପରିବର୍ତ୍ତନ କରାଯାଇଛି । ପ୍ରତିବର୍ଷ ରାତି ସମୟରେ ମନ୍ଦିର ଚୁଡ଼ାରେ ଲାଗିଥିବା ପୁରୁଣା ପତାକାକୁ ଅପସାରଣ କରି ନୂତନ ପତାକା ଲଗାଯାଇଥାଏ । କିନ୍ତୁ ଚଳିତ ବର୍ଷ ଗ୍ରହଣ ପଡୁଥିବାରୁ ଶନିବାର ଦିନ ସକାଳ ୬ଟାରୁ ୧୧ଟା ୪୫ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ଏହାପରେ ୧୧ଟା ୪୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହି ସମୟ ମଧ୍ୟରେ ମା' ଙ୍କର ଅନ୍ନଭୋଗ, ଶ୍ରୀଙ୍ଗାର ଓ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ । ଏଥିସହ ଧ୍ୱଜାରୋହଣ କରାଯାଇ ମହାଦୀପ ଉଠିବ । ପୁଣି ୨ ଟାରୁ ୩ଟା ୧୫ ଯାଏ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତା' ପରେ ଚନ୍ଦ୍ର ଗ୍ରହଣ ପାଇଁ ୩ଟା ୧୫ରୁ ମନ୍ଦିର ବନ୍ଦ ରହିବ। 

Also Read-Odisha News: ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ, ଏହି ଦିନ ଶପଥ ନେବେ ନୂତନ ରାଜ୍ୟପାଳ

ପ୍ରକାଶ ଥାଉ କି, ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଏହା ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ୨୯ ତାରିଖ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟ୍ ରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୧ ଘଣ୍ଟା ୧୯ ମିନିଟ୍ ପର୍ଯ୍ୟନ୍ତ ରହିବ।