Ratna Bhandar: ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା
Advertisement
Article Detail0/zeeodisha/odisha2434517

Ratna Bhandar: ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା

Ratna Bhandar: ରତ୍ନଭଣ୍ଡାର ଚଟାଣ ତଳେ,କାନ୍ଥ ପଛପଟେ କ'ଣ କ'ଣ ସବୁ ରହିଛି ଜିପିଆର ସର୍ଭେ ସବୁକିଛି ସ୍ପଷ୍ଟ କରିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ASI ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବାକୁ ଥିବା ବେଳେ ସରକାରଙ୍କ SOP ଅନୁସାରେ ଏହା ଅନୁଷ୍ଠିତ ହେବ।

Ratna Bhandar: ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା

Ratna Bhandar: ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା। ଗୁପ୍ତକୋଠରୀ, ଗୁପ୍ତ ସୁଡଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପଡିବାକୁ ଯାଉଛି ପୂର୍ଣ୍ନଚ୍ଛେଦ। ଆସନ୍ତା। କାଲି ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ବା ଯାଞ୍ଚ ଅନୁଷ୍ଠିତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ASI ଟେକ୍ନିକାଲ୍ ଟିମ୍ ରତ୍ନଭଣ୍ଡାରକୁ ଜିପିଆର ସର୍ଭେ କରିବେ। ରତ୍ନଭଣ୍ଡାର ଚଟାଣ ତଳେ,କାନ୍ଥ ପଛପଟେ କ'ଣ କ'ଣ ସବୁ ରହିଛି ଜିପିଆର ସର୍ଭେ ସବୁକିଛି ସ୍ପଷ୍ଟ କରିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ASI ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବାକୁ ଥିବା ବେଳେ ସରକାରଙ୍କ SOP ଅନୁସାରେ ଏହା ଅନୁଷ୍ଠିତ ହେବ।

ସେପଟେ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ କିଭଳି ପ୍ରଭାବିତ ନହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତ୍ର ୨ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବା ପରେ ରାତି ୩ଟାରେ ମଙ୍ଗଳ ଆଳତୀ,୩.୩୦ରେ ମଇଲମ ଓ ତଡପଲାଗି,୪.୩୦ରେ ଅବକାଶ, ଇତ୍ୟାଦି ନୀତି ତ୍ୱରାନ୍ୱିତ ହୋଇ ସକାଳ ୬.୩୦ରେ ଗୋପାଳବଲ୍ଲଭ ପୂଜା,୭ଟାରୁ ୮.୩୦ ମଧ୍ୟରେ ସକାଳଧୂପ,,୯ଟାରୁ ୧୦.୩୦ ମଧ୍ୟରେ ପ୍ରଥମ ଭୋଗମଣ୍ଡପ ଓ ଅପରାହ୍ନ ୧ ଟାରୁ ୨ଟା ମଧ୍ୟରେ ପଛ ଭୋଗମଣ୍ଡପ ବା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରିବାକୁ ନୀତିନିର୍ଘଣ୍ଟ ହୋଇଛି। ଅପରାହ୍ନ ୨ଟାରୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି।

ଅନ୍ୟପଟେ ଭକ୍ତମାନଙ୍କ ମହାପ୍ରସାଦ କ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାରରେ ପ୍ରବେଶ କରି ବାଇଶିପାହାଚ ଦେଇ ଆନନ୍ଦବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତରଦୁଆର ପଟେ ପ୍ରସ୍ଥାନ କରିପାରିବେ। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁଯାୟୀ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସିନ୍ଧୁକ ଓ ଆଲମିରା ମଧ୍ୟ ସ୍ଥାନାନ୍ତର ହୋଇଥିଲା। ତେବେ ଏଏସଆଇ ତରଫରୁ ରତ୍ନଭଣ୍ଡାର ଯାଞ୍ଚ ହେବାପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଓ ପରେ ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସଓପି ଆଧାରରେ ରତ୍ନଭଣ୍ଡାର ଖୋଲାଯାଇ ଚତୁର୍ଥ ପର୍ଯ୍ଯାୟରେ ରତ୍ନଭଣ୍ଡାର ଖୋଲାଯିବ। ଏଏସଆଇର ପ୍ରାରମ୍ଭିକ ସର୍ବେକ୍ଷଣ ଟିମ୍ ଭିତର ଓ ବାହାର ରତ୍ନଭଣ୍ଡାର ଯାଞ୍ଚ କରିବେ। ଏହି ଯାଞ୍ଚ ସମୟରେ ଅତ୍ଯାଧୁନିକ ପ୍ରଣାଳୀରେ ଟିକନିକ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ଯ।