BJPରେ ମିଶିଲେ ସୀମାରାଣୀ ନାୟକ, BJD ଟିକେଟ ନମିଳିବାରୁ ଛାଡିଥିଲେ ଦଳ
Advertisement
Article Detail0/zeeodisha/odisha2218252

BJPରେ ମିଶିଲେ ସୀମାରାଣୀ ନାୟକ, BJD ଟିକେଟ ନମିଳିବାରୁ ଛାଡିଥିଲେ ଦଳ

Political News: ସୀମାରାଣୀ ବିଜେଡି ଛାଡି ବିଜେପିରେ ସାମିଲ୍ ହେବା ପରେ ବିଜେପି ପକ୍ଷରୁ ସୀମାଙ୍କୁ ହିନ୍ଦୋଳ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପର୍ଯ୍ୟନ୍ତ ବିଜେପି ହିନ୍ଦୋଳ ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ ।

BJPରେ ମିଶିଲେ ସୀମାରାଣୀ ନାୟକ, BJD ଟିକେଟ ନମିଳିବାରୁ ଛାଡିଥିଲେ ଦଳ

Odisha Politics: ହିନ୍ଦୋଳ ନିର୍ବାଚନ ମଣ୍ଡଳିରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ସୀମାରାଣୀ ନାୟକ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ହିନ୍ଦୋଳରୁ ଏଥର ଟିକେଟ୍ ନମିଳିବା ସୀମାଙ୍କ ଦଳ ବଦଳାଇବାର କାରଣ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଟିକେଟ୍ କଟିବା ପରେ ସେ ଖୁବ୍ ଭାଙ୍ଗିପଡିଥିଲେ । ଏନେଇ ଗଣମାଧ୍ୟମ ଆଗରେ ନିଜ ଦୁଃଖ କାହାଣୀ ବର୍ଣ୍ଣନା କରିଥିଲେ । ଦଳ ପାଇଁ ଅନେକ ପରିଶ୍ରମ କରିବା ପରେ ମଧ୍ୟ ଦଳ ପକ୍ଷରୁ ଅଣଦେଖା କରାଯାଇଥିଲା । ଫଳରେ ଦଳ ଛାଡି ଅନ୍ୟ ଦଳରେ ମିଶିବା ନେଇ ସମର୍ଥକଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଆପଣଙ୍କୁ କହିରଖୁଛୁ ଯେ, ଆସନ୍ତା ନିର୍ବାଚନ ପାଇଁ ହିନ୍ଦୋଳରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ସୀମାରାଣୀ ବିଜେଡି ଛାଡି ବିଜେପିରେ ସାମିଲ୍ ହେବା ପରେ ବିଜେପି ପକ୍ଷରୁ ସୀମାଙ୍କୁ ହିନ୍ଦୋଳ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପର୍ଯ୍ୟନ୍ତ ବିଜେପି ହିନ୍ଦୋଳ ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ରାଜନୈତିକ ମହଲରେ ସୀମାଙ୍କୁ ବିଜେପି ଟିକେଟ୍ ମିଳିବା କଥା ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

Also Read- ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ପ୍ରଚାର ଆରମ୍ଭ କଲେ ଏହି ନେତା

Also Read- Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା