Odisha News: ସେକ୍ସ ରାକେଟ୍ ଠାବ, ୯ ଜଣଙ୍କୁ ବାନ୍ଧିଲା ପୋଲିସ
Advertisement
Article Detail0/zeeodisha/odisha2087275

Odisha News: ସେକ୍ସ ରାକେଟ୍ ଠାବ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

Odisha News: ପାରାଦୀପରେ ସେକ୍ସ ରାକେଟର (Sex racket) ପର୍ଦ୍ଦାଫାସ୍ ହୋଇଛି। ଏ-ହି ଘଟଣାରେ ପୋଲିସ୍ ୯ ଜଣଙ୍କୁ ଧରି ଗିରଫ କରିବା ସହ କୋର୍ଟ ଚାଲଣ କରିଛି। ଚଢାଉରେ ସମୟରେ ଜଣେ ପୁରୁଷ ଦଲାଲ, ଜଣେ ମହିଳା ଦଲାଲ ସହ ୬ ଜଣ ଗ୍ରାହକଙ୍କ ସମେତ ଘର ମାଲିକଙ୍କୁ ଗିରଫ କରାଯାଇଛି। ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହି ଦେହ ବ୍ୟବସାୟରେ ଲିପ୍ତ ଥିବା ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥି ମଧ୍ୟରୁ ଜଣେ ନାବାଳିକା ଥିବା ଜଣାପଡ଼ିଛି । 

Odisha News: ସେକ୍ସ ରାକେଟ୍ ଠାବ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

(ପାରାଦୀପ, ନାରାୟଣ ବେହେରା ) Odisha News: ପାରାଦୀପରେ ସେକ୍ସ ରାକେଟର (Sex racket) ପର୍ଦ୍ଦାଫାସ୍ ହୋଇଛି। ଏ-ହି ଘଟଣାରେ ପୋଲିସ୍ ୯ ଜଣଙ୍କୁ ଧରି ଗିରଫ କରିବା ସହ କୋର୍ଟ ଚାଲଣ କରିଛି। ଚଢାଉରେ ସମୟରେ ଜଣେ ପୁରୁଷ ଦଲାଲ, ଜଣେ ମହିଳା ଦଲାଲ ସହ ୬ ଜଣ ଗ୍ରାହକଙ୍କ ସମେତ ଘର ମାଲିକଙ୍କୁ ଗିରଫ କରାଯାଇଛି। ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହି ଦେହ ବ୍ୟବସାୟରେ ଲିପ୍ତ ଥିବା ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥି ମଧ୍ୟରୁ ଜଣେ ନାବାଳିକା ଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ, ପାରାଦୀପ ସ୍ଥିତ ଉଦୟ ବିହାର ୧ନଂ ଅଞ୍ଚଳରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲୁଥିବା ଖବର ପାଇଥିଲା ପୋଲିସ୍ । ଏ-ନେଇ  ପୋଲିସ ଖବର ପାଇ ଏକ କୋଠାଘରେ ପାରାଦୀପ ଲକଥାନା ପୋଲିସ ଚଢାଉ କରିଥିଲା। ଚଢାଉରେ ଜଣେ ପୁରୁଷ ଦଲାଲ, ଜଣେ ମହିଳା ଦଲାଲ ଓ ୬ ଜଣ ଗ୍ରାହକ ଙ୍କ ସମେତ ଘର ମାଲିକ ଙ୍କୁ ଗିରଫ କରିଛି ପୋଲିସ। ଏହି ଦେହ ବ୍ୟବସାୟ ରେ ଲିପ୍ତ ଥିବା ୩ଜଣ ଯୁବତୀ ଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ସେଥି ମଧ୍ୟରୁ ଜଣେ ନାବାଳିକା ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ଗୋଟିଏ କାର, ଚାରୋଟି ମୋଟର ସାଇକେଲ , ୩୭ ହଜାର ଟଙ୍କା, ୩୩୨ ଗ୍ରାମ ଓ ୧୪୦ ମିଲିଗ୍ରାମ ର ସୁନା ଗହଣା ଜବତ କରିବା ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ଦେହ ବ୍ୟବସାୟ ଚାଲୁଥିବା ଘରଟି ଏକ ଭଡାଘର ହୋଇଥିବା ବେଳେ ଗିରଫ ହୋଇଥିବା ୯ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ତେବେ ଜଣେ ମହିଳା ତିନିବର୍ଷ ହେବ ଉଦୟବିହାର ଅଞ୍ଚଳରେ ଏକ ଘର ଭଡା ସୂତ୍ରରେ ନେଇ ଏହି ଦେହ ବ୍ୟବସାୟ ଚଳାଉଥିବା ବେଳେ ଏହି କୋଠାକୁ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଆସୁଥିଲେ ବୋଲି ସାଧାରଣ ରେ ଏବେ ଚର୍ଚ୍ଚା ହେଉଛି। ତେବେ ପାରାଦୀପ ଲକଥାନା ପୋଲିସର ଏହା ଏକ ବଡ ସଫଳତା ହୋଇଥିବା ବେଳେ ସାଧାରଣ ରେ ପ୍ରଶଂସା କରାଯାଉଛି।