Kartik Samovar: କାର୍ତ୍ତିକ ମାସର ଦ୍ବିତୀୟ ସୋମବାର, ବାବା ଧବେଳଶ୍ବରଙ୍କ ପୀଠରେ ଭକ୍ତଙ୍କ ଗହଳି
Advertisement
Article Detail0/zeeodisha/odisha1946682

Kartik Samovar: କାର୍ତ୍ତିକ ମାସର ଦ୍ବିତୀୟ ସୋମବାର, ବାବା ଧବେଳଶ୍ବରଙ୍କ ପୀଠରେ ଭକ୍ତଙ୍କ ଗହଳି

Kartik Somavara: ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାସର ବିଶେଷ ମହତ୍ବ ରହିଛି । ଚଳିତ ବର୍ଷ କାର୍ତ୍ତିକ ମାସ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୨୭ ତାରିଖରେ ସରିବ । ବିଶ୍ବାସ ରହିଛି ଯେ, ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ଦୁଃଖ କଷ୍ଟ ଦୂର ହୋଇଥାଏ । 

ସୌ(ସୋସିଆଲ ମିଡିଆ)

Kartik Somavara 2023: ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇଛି ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ବର ପୀଠ । ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାସର ବିଶେଷ ମହତ୍ବ ରହିଛି । ଚଳିତ ବର୍ଷ କାର୍ତ୍ତିକ ମାସ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୨୭ ତାରିଖରେ ସରିବ । ବିଶ୍ବାସ ରହିଛି ଯେ, ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ମାସରେ ପ୍ରତିଦିନ ଭଗବାନଙ୍କୁ ଘିଅ ଦୀପ ଅର୍ପଣ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ତେବେ ଆଜି ହେଉଛି ଏହି ପବିତ୍ର ମାସରେ ଦ୍ବିତୀୟ ସୋମବାର । କୁହାଯାଏ, ଏହି ଦିନ ଦେବ ଦେବ ମହାଦେବଙ୍କ ଦର୍ଶନ କରିବା ଦ୍ବାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ । କାର୍ତ୍ତିକ ମାସର ଦ୍ବିତୀୟ ସୋମବାରରେ (Kartik Samovar 2023) ବାବା ଧବେଳଶ୍ବରଙ୍କୁ (Baba Dhabaleswar temple) ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ଭିଡ଼ ଜମିଛି ।

ଏହା ବି ପଢନ୍ତୁ-Weather Update: ରାଜ୍ୟରେ ଦୁଇ ଦିନ ପରେ ବଦଳିବ ପାଗ! ଖସିବ ପାରଦ ବଢିବ ଶୀତ

ଏଥିଲାଗି ରାତି ୪ଟାରୁ ପହଡ଼ ଖୋଲାଯାଇ ୧୦୮ ଗରା କଳସରେ ବାବା ଧବଳେଶ୍ବରଙ୍କୁ (Baba Dhabaleswar) ସ୍ନାନ କରାଯାଇଥିଲା । ଏହାପରେ ମଙ୍ଗଳ ଆଳତୀ, ମଇଲମ୍ ଓ ବାଳ ଭୋଗ ଆଦି ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା। ଶ୍ରଦ୍ଧାଳୁମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।