ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ୫୪ଶହ ବୋତଲ କଫ ସିରପ ଜବତ, ୩୨ ଗିରଫ
Advertisement
Article Detail0/zeeodisha/odisha1907611

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ୫୪ଶହ ବୋତଲ କଫ ସିରପ ଜବତ, ୩୨ ଗିରଫ

ସମ୍ୱଲପୁରରେ ପୋଲିସର ଚଢାଉ ସମୟରେ ୫୪ଶହ ବୋତଲ କଫ ସିରପ ଜବତ ହୋଇଛି । ଏଥି ସହିତ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ।

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ୫୪ଶହ ବୋତଲ କଫ ସିରପ ଜବତ, ୩୨ ଗିରଫ

ସମ୍ୱଲପୁର: ପାର୍ବଣ ପୂର୍ବରୁ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି । ଚଢାଉ ସମୟରେ ୫୪ଶହ ବୋତଲ କଫ ସିରପ (cough syrup) ଜବତ କରିଛି ପୋଲିସ । ଏଥି ସହିତ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ (sambalpur police) । କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପରେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଡାଏରୀ ଜବତ ହୋଇଥିଲା । ମିଳିଥିବା ଡାଏରୀକୁ ତଦନ୍ତ ପରିସରଭୁକ୍ତ କରି ସେଥିରେ ଥିବା ନାଁ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଜଣଙ୍କୁ ଗିରଫ କରିଛି ପୋଲିସ । 

କେବଳ ସେତିକି ନୁହେଁ ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ଆଉ ଚେର କେଉଁ ପର୍ଯ୍ୟନ୍ତ ଲମ୍ୱିଛି ତାହାର ତଦନ୍ତ କରାଯାଉଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୨ ହଜାର ଟଙ୍କା ସହିତ ୨ଟି ଗାଡି ଜବତ କରାଯାଇଛି । ଏହି ଘଟଣା ବର୍ତ୍ତମାନ ସମ୍ୱଲପୁର ସମେତ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କଫ ସିରପ କେଉଁ ସ୍ଥାନରୁ ଆସୁଥିଲା ଓ କେଉଁ ମେଡିସିନ ଷ୍ଟୋର ଗୁଡିକୁ ବିକ୍ରି କରାଯାଉଥିଲା ତାହା ଜଣାପଡିନଥିବା ବେଳେ ଖୁବ ଶୀଘ୍ର ଏନେଇ ସୂଚନା ମିଳିବ ବୋଲି କୁହାଯାଇଛି ।

Also Read- Apple Sale Offer: iPhone 13 କିମ୍ୱା 14 କିଣିବାକୁ ଚାହାନ୍ତି କି? ମିଳୁଛି ବଡ଼ ରିହାତି

Also Read- Money transfer: ବନ୍ଧୁଙ୍କୁ ଧାର ଦେଲେ ୨ହଜାର, ଆକାଉଣ୍ଟକୁ ଆସିଲା ୭୫୩ କୋଟି