ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା
Advertisement
Article Detail0/zeeodisha/odisha2116892

ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟରତ ସମୟରେ ମୃତ୍ୟୁ କ୍ଷେତ୍ରରେ ଦୁଇ ଲକ୍ଷ ଅନୁକମ୍ପା ମୂଳକ ସହାୟତା । କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ମିଳିବ ।  

ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ୧୦,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି।

ଏଥିସହିତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ୬୦ ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ  କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୫ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ବହନ କରିବେ । ବୋଲି ସୂଚନା ମିଳିଛି ।

Also Read- କୋରାପୁଟ ସୀମାରେ ପୁଣି ମାଓ ଆତଙ୍କ, CAF କମାଣ୍ଡରଙ୍କୁ ହତ୍ୟା

Also Read- Chandra Gochar 2024: କର୍କଟ ରାଶିରେ ଚନ୍ଦ୍ରଙ୍କ ଚଳନ, ୫ ରାଶି ପାଇଁ ବଡ଼ ଲାଭ