Puri News: ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ
Advertisement

Puri News: ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

Puri News: ପବିତ୍ର ରାମନବମୀ ତିଥିରୁ ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ ଆରମ୍ଭ ହୋଇଛି। ରାମନବମୀ ଠାରୁ ସାହିଯାତରେ ଦୁଲୁକିଛି ଶ୍ରୀକ୍ଷେତ୍ର । 

Puri News: ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

Puri News: ପବିତ୍ର ରାମନବମୀ ତିଥିରୁ ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ ଆରମ୍ଭ ହୋଇଛି। ରାମନବମୀ ଠାରୁ ସାହିଯାତରେ ଦୁଲୁକିଛି ଶ୍ରୀକ୍ଷେତ୍ର । ଆଉ ଉଜ୍ଜଳ ଆଲୋକମାଳାରେ ଝଲସି ଉଠିଛି ୭ ସାହି ଓ ୪୨ କନ୍ଦି । କେବଳ ସେତିକି ନୁହେଁ ମଲିଫୁଲ ମାଳର ବାସ୍ନାରେ ମହକୁଛି ପୁରୁଷୋତ୍ତମ କ୍ଷେତ୍ର । ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ । ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦୀ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି। 

 

ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା,ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି। ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ,ଲକ୍ଷ୍ମଣ, , ସୀତା,ଭରତ ଶତୃଘ୍ନ, ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ରାମଜନ୍ମ ନିତି ସାରି ଫେରିଛନ୍ତି। ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ। ଏହା ଏକ ଭାଇ ଚାରାର ଉତ୍ସବ। ଶ୍ରୀମନ୍ଦିରରେ ରାମଲିଳା ସହ ଏହା ସଂଶ୍ଳିଷ୍ଟ। ସେପଟେ ମାଟିମଣ୍ଡପ ସାହୀରୁ କାଳିକାଦେବୀ ସାହିକୁ ଆଜି ବାହାରିବ ସାହିଯାତ।

ସେପଟେ ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ଵା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି। ଶ୍ରୀରାମନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବାପରେ ଆଜ୍ଞାମାଳ ପାଇ ଶ୍ରୀ ରାମ ଓ ଶ୍ରୀ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଳବ ମଠକୁ ଯାଇଥାନ୍ତି । 

ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ । ତେବେ କାଳିକାଦେବୀ ସାହିରୁ ବାହାରିଥିବା ସାହିଯାତ ରାମ ଓ ଲକ୍ଷ୍ମଣଙ୍କ ସାମିଲ ହୋଇଥିଲେ। ତାପରେ ଜଗନ୍ନାଥ ବଲ୍ଲଭରେ ନତି ସମ୍ପୂର୍ଣ୍ଣ ହୋଇଥିଲା। ଆଜି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ବାହାରିବ ସାହିଯାତ। କାଳିକାଦେଵୀ ସାହି ପକ୍ଷରୁ ରାମଜନ୍ମ ନୀତି, ହରଚଣ୍ଡୀ ସାହି ତରଫରୁ ଯଜ୍ଞରକ୍ଷା ନୀତି, ମାର୍କେଣ୍ଡଶ୍ୱର ସାହି ତରଫରୁ ବନବାସ ନୀତି, କୁଣ୍ଢେଇବେଣ୍ଟ ସାହି ତରଫରୁ ସୀତାଚୋରୀ ନୀତି, ଦୋଳମଣ୍ଡପ ସାହି ତରଫରୁ ଲଙ୍କାପୋଡି ନୀତି, ବାଲିସାହି ତରଫରୁ ରାବଣ ବଦ୍ଧ ନୀତି ଓ ଗୌଡବାଡ ସାହି ତରଫରୁ ରାମାଭିଷେକ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ।