Odisha News:ମରଣଯନ୍ତା ପାଲଟିଛି ସମ୍ବଲପୁରର ରାସ୍ତା ଘାଟ, ନୀରବ ଦ୍ରଷ୍ଟା ପ୍ରଶାସନ
Advertisement
Article Detail0/zeeodisha/odisha2109924

Odisha News:ମରଣଯନ୍ତା ପାଲଟିଛି ସମ୍ବଲପୁରର ରାସ୍ତା ଘାଟ, ନୀରବ ଦ୍ରଷ୍ଟା ପ୍ରଶାସନ

Odisha News: ଦୁର୍ଘଟଣାକୁ ଆମନ୍ତ୍ରଣ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ଘଟଣା କୁ ଆମନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସହରର ବ୍ୟସ୍ତ ବହୁଳ ଅଂଚଳ ମୋଦୀ ପଡା ଛକରେ ଏଭଳି ବ୍ୟବସ୍ଥାର ଆୟୋଜନ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ରାସ୍ତା ମଝିରେ ଗୋଟିଏ ଗାତ କୁ ଲୁହା ଜାଲି ଦ୍ୱାରା ଘୋଡେଇ ରଖା ଯାଇଛି। 

Odisha News:ମରଣଯନ୍ତା ପାଲଟିଛି ସମ୍ବଲପୁରର ରାସ୍ତା ଘାଟ, ନୀରବ ଦ୍ରଷ୍ଟା ପ୍ରଶାସନ

Odisha News: ଦୁର୍ଘଟଣାକୁ ଆମନ୍ତ୍ରଣ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ଘଟଣା କୁ ଆମନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସହରର ବ୍ୟସ୍ତ ବହୁଳ ଅଂଚଳ ମୋଦୀ ପଡା ଛକରେ ଏଭଳି ବ୍ୟବସ୍ଥାର ଆୟୋଜନ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ରାସ୍ତା ମଝିରେ ଗୋଟିଏ ଗାତ କୁ ଲୁହା ଜାଲି ଦ୍ୱାରା ଘୋଡେଇ ରଖା ଯାଇଛି। ସେହି ଲୁହା ଜାଲ ଟି ବଙ୍କା ହୋଇ ବିଭିନ୍ନ ଦିଗରୁ ତାର ମୁନିଆ ଲୁହା ଗୁଡିକ ବାହାରି ପଡିଛି। ରାସ୍ତାର ମଝାମଝି ଅଞ୍ଚଳ ହୋଇଥିବାରୁ ପ୍ରତ୍ୟେକ ସମୟରେ ଦୁର୍ଘଟଣାର ଭୟ ମଧ୍ୟ ଲାଗି ରହିଛି।

ସବୁ ସମୟରେ ସେହି ରାସ୍ତା ଦେଇ ଲୋକଙ୍କର ଚଳ ପ୍ରଚଳ ରହିଥାଏ।ଅକସ୍ମାତ ଯଦି କେହି ବ୍ୟକ୍ତି କିମ୍ବା ମୋଟର ସାଇକେଇ ତା ଉପରେ ପଡିଗଲେ ଜୀବନ ଯିବାର ଭୟ ମଧ୍ୟ ରହିଛି। ବିଭିନ୍ନ ସ୍କୁଲ କଲେଜ ମୁଖ୍ୟ ଡାକ୍ତରଖାନା ସହ ରେଳ ଷ୍ଟେସନ କୁ ରାସ୍ତା ମଧ୍ୟ ସେଇ ରାସ୍ତା ଦେଇ ରହିଛି। ଦୀର୍ଘ ଦିନ ହେବ ସେ ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବୀ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ। କହିବେ ତ କାହାକୁ କହିବେ। 

ଏପଟେ ସାଧାରଣ ଆହୁରି ଅଭିଯୋଗ କରିଛନ୍ତି ଯେ ଜନ ପ୍ରତିନିଧି ନ ଥିବା କାରଣରୁ ମହାନଗର ନିଗମ ନିର୍ବାଚନ ହେଉ ନ ଥିବା କାରଣରୁ ଏ ସବୁ ଅବହେଳା ହେଉଛି। ସମ୍ବଲପୁର ଜିଲ୍ଲାରେ ଅଫିସର ରାଜ୍ ଚାଲିଛି। ଯଦି କେହି ଜନ ପ୍ରତିନିଧି ଥାଆନ୍ତେ ତା ହେଲେ କାର୍ଯ୍ୟ ହୁଅନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦେଖାଯାଉ ଜିଲ୍ଲା ପ୍ରଶାସନ କିମ୍ବା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଦୃଷ୍ଟି କେବେ ଏଥି ପ୍ରତି ପଡୁଛି। ଦୁର୍ଘଟଣା ପୂର୍ବରୁ ନା ପରେ ତାହା ପରବର୍ତୀ ସମୟରେ ଜଣା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।