Road Accident: ଡିଭାଇଡରରେ ପିଟି ହେଲା କାର୍, ଘଟଣାସ୍ଥଳରେ ...
Advertisement
Article Detail0/zeeodisha/odisha2279001

Road Accident: ଡିଭାଇଡରରେ ପିଟି ହେଲା କାର୍, ଘଟଣାସ୍ଥଳରେ ...

Road Accident: ଭୟଙ୍କର ଦୁର୍ଘଟଣା। ରାସ୍ତାରେ ଛକି ବସିଥିଲା ଯମ। ଏକ କାର୍ କୁ ଧକ୍କା ଦେଲା ଟ୍ରକ୍। ଫଳରେ କାରଟି ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଏମଏଚ୍ ୧୬ ଛତ୍ରଗଡରେ ଏହି ଦୁର୍ଘଟଣା ଘଟିଛି। 

ALSO READ: Shani Surya Yuti 2024: ଶନି ଜୟନ୍ତୀ ପୂର୍ବରୁ ଶନି-ସୂର୍ଯ୍ୟଙ୍କ ମିଳନ, ଲାଭବାନ୍ ହେବେ ଏହି ସବୁ ରାଶି

ସୂଚନା ଅନୁସାରେ, ଆଜି ସକାଳେ, ଭୁବନେଶ୍ବରରୁ  ବ୍ରହ୍ମପୁର ଅଭିମୁଖେ ଏକ କାର୍ ଯାଉଥିଲା। ଏ-ହି ସମୟରେ କାର୍ ଟିକୁ  ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କାରଟି ଡିଭାଇଡରରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ  କାର୍ ମଧ୍ୟରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସେପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲଫର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ସେପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ, ଏହି ଦୁର୍ଘଟଣା ଘଟିଲା ପୋଲିସ୍ ଏନେଇ ଛାନଭିନ୍ ଆରମ୍ଭ କରିଛି। 

ସେପଟେ,  ଆଜି ଉତ୍ତର ପ୍ରଦେଶର ୨ଟି ସ୍ଥାନରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, ଆଜି ସକାଳେ  ଦିଲ୍ଲୀର ଏକ ପରିବାରର ୫ ସଦସ୍ୟ କୌଣସି ଏକ କାମରେ ମଇନିପୁରି ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ଗାଡିଟି ଆଗ୍ରା ନିକଟରେ ପହଞ୍ଚିବା ବେଳେକୁ ସାମ୍ନାପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହ ଗୁଡିକୁ ପୋଷ୍ଟ ମଟମ୍ ପାଇଁ ପଠାଇଛି। ଏବଂ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ସେପଟେ,  ହରିଦ୍ବାର ଗାଜିଆବାଦ୍ ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିଏନଜି କାର୍ ଜଳିଯିବାରୁ ଘଟଣାସ୍ଥଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।