ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାମାୟଣ ଧାରାବାହିକର ସୀତା
Advertisement
Article Detail0/zeeodisha/odisha2161476

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାମାୟଣ ଧାରାବାହିକର ସୀତା

Puri News: ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ । ଦୀର୍ଘ ତିରିଶ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଥିବାରୁ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାମାୟଣ ଧାରାବାହିକର ସୀତା

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ । ଦୀର୍ଘ ତିରିଶ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଥିବାରୁ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

ରାମାୟଣରେ ସାତା ଭୁମିକାରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା ଏବଂ ସେ ଘରେ ଘରେ ପରିଚିତ ହୋଇଥିଲେ । ରାମାୟଣରେ ସୀତା ବିବାହ, ବନବାସ, ସୀତା ହରଣ ଆଦିରେ ତାଙ୍କର ଅଭିନୟ ଏତେ ଅବିକଳ ଓ ହୃଦୟ ସ୍ପର୍ଶୀ ଥିଲା ଯେ, ସମସ୍ତେ ତାଙ୍କୁ ତ୍ରେତୟା ଯୁଗର ଦେବୀ ସୀତା ଭାବେ ଭକ୍ତି ଓ ସମ୍ମାନ ଦେଉଥିଲେ। ଏବେ ବି ତାଙ୍କର ଲୋକପ୍ରିୟତା ରହିଛି । ଆଜି ଦୀପିକା ପରିବାର ସହ ପୁରୀରେ ପହଞ୍ଚି ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ, ଦୀର୍ଘ ୩୦ବର୍ଷ ପରେ ଜଗନ୍ନାଥ ମହାପ୍ରଭୁଙ୍କ ଡୋରୀ ଲାଗିବାରୁ ମୁଁ ପୁରୀ ଆସପାରିଛି। ସେତେବେଳେ ପୁରୀ ବହୁତ ଛୋଟ ଆଉ ସୁନ୍ଦର ଥିଲା ଆଉ ଏବେ ପୁରୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ପୁରୀ ବିଶାଳ ଓ ସୁନ୍ଦର ହେବା ସାଙ୍ଗକୁ ଭକ୍ତଙ୍କ ଗହଳି ବଢିଛି। 

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ

Also Read- ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ଅନୁଭବ କରିବେ ଶ୍ରଦ୍ଧାଳୁ