Puri News: ଶ୍ରୀମନ୍ଦିରରେ ବିମ୍ବାସୁର ବଦ୍ଧ ନୀତି
Advertisement
Article Detail0/zeeodisha/odisha2421578

Puri News: ଶ୍ରୀମନ୍ଦିରରେ ବିମ୍ବାସୁର ବଦ୍ଧ ନୀତି

  ପୁରୀ: ଶ୍ରୀକୃଷ୍ଣ ଲୀଳାରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ଆଜି ସଂଧ୍ୟାଧୂପ ପରେ ମଦନମୋହନ ନାଟପା ମନ୍ଦିର ଖଟଶେଜ ଉପରେ ବିଜେ ହେବା ପରେ ସେଠାରେ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ବିମ୍ବାସୁରକୁ ବଧ କରିବା ପରେ ଶୀତଳ ଭୋଗ ହୋଇ ଠାକୁରମାନେ ଦକ୍ଷିଣ ଘରକୁ ବିଜେ କରିବେ। ଶ୍ରୀକୃଷ୍ଣ ଲୀଳା

Puri News:  ଶ୍ରୀମନ୍ଦିରରେ ବିମ୍ବାସୁର ବଦ୍ଧ ନୀତି

Puri News:  ପୁରୀ: ଶ୍ରୀକୃଷ୍ଣ ଲୀଳାରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ଆଜି ସଂଧ୍ୟାଧୂପ ପରେ ମଦନମୋହନ ନାଟପା ମନ୍ଦିର ଖଟଶେଜ ଉପରେ ବିଜେ ହେବା ପରେ ସେଠାରେ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ବିମ୍ବାସୁରକୁ ବଧ କରିବା ପରେ ଶୀତଳ ଭୋଗ ହୋଇ ଠାକୁରମାନେ ଦକ୍ଷିଣ ଘରକୁ ବିଜେ କରିବେ। ଶ୍ରୀକୃଷ୍ଣ ଲୀଳାର ବିମ୍ବାସୁର ବଧ ଆଉ ଏକ ଅଧ୍ୟାୟ। ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ । କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ । ମାର୍କଣ୍ଡେସ୍ୱର ସାହି ପକ୍ଷରୁ ଏହି ପ୍ରସ୍ତାବ କରାଯିବ।

 

ସେପଟେ ଗତକାଲି ଶ୍ରୀକୃଷ୍ଣ ଜନ୍ମ ଅବସରରେ ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ସଂଧ୍ୟାଧୂପ ବଢିବା ପରେ ଦାହଲୀଳା ନୀତି କରାଯାଇଥିଲା। ସେହିପରି ରୁଷି ପଞ୍ଚମୀ ଯୋଗୁଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତିଅନୁଷ୍ଠିତ ହୋଇଥିଲା । ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟଙ୍କ ମନ୍ଦିରକୁ ଯାଇଥିଲେ । ସେଠାରେ ମହାଲକ୍ଷ୍ମୀଙ୍କୁ ମାଜଣା ଓ ବନକଲାଗି କରାଯିଵା ପରେ ପାଳିଆ ସେବାୟତ ରୁଷି ପଞ୍ଚମୀ କଥା ବ୍ୟାଖ୍ୟା କରିଥିଲେ । ଏହା ପରେ ସପ୍ତରୁଷିଙ୍କୁ ଫଳ ଭୋଗ କରାଯାଇଥିଲା । ଶେଷରେ ଶୀତଳ ଭୋଗ କରାଯିବା ପରେ ମହାଲକ୍ଷ୍ମୀଙ୍କ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ସେହିପରି ଶ୍ରୀକ୍ଷେତ୍ରର ଅଧିବାସୀ ଗତକାଲି ଠାରୁ ରୁଷି ପଞ୍ଚମୀ ବ୍ରତ ପାଳନ କରିଛନ୍ତି ।ଏହି ବ୍ରତ ପାଳନ ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି।