Puri News: ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି
Advertisement
Article Detail0/zeeodisha/odisha2320665

Puri News: ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି

Ghanalagi niti at Srimandir: ଆଜି ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ ।

Puri News: ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି

Ghanalagi niti at Srimandir: ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଦେବସ୍ନାନ ମଣ୍ଡପରେ ଜ୍ଯେଷ୍ଠା ସ୍ନାନ କରି ଥଣ୍ଡା ଜ୍ୱରରେ ପିଡିତ ଥିଲେ ମହାପ୍ରଭୁ। ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ସେବକ ଦଇତାପତି ମାନେ ଦିନରାତି ମହାପ୍ରଭୁଙ୍କ ଥଣ୍ଡା ଉପଚାର କରିଥିଲେ। ପ୍ରଥମେ ମହାପ୍ରଭୁଙ୍କ  ଶ୍ରୀଅଙ୍ଗରୁ ଓଦାବସ୍ତ୍ର ବାହାର କରାଯାଇଥିଲା। ତାପରେ ପଞ୍ଚମୀରେ ଫୁଲୁରୀ ତେଲ ଲାଗି ହେବା ପରେ ତିନିଦିନ ଧରି ଓଷୁଅ ଲାଗି ହୋଇଥିଲେ ମହାପ୍ରଭୁ। ତାପରେ ଚକାବିଜେ ଓ ଦଶମୀ ଦିନ ଦଶମୂଳ ପ୍ରସ୍ତୁତ କରି ବୈଦ୍ଯରାଜ ମାନେ ଶ୍ରୀମନ୍ଦିରକୁ ପଠାଇଥିବା ପରେ ଏକାଦଶୀରେ ଦଶମୂଳ ଲାଗି ହେବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। 

ALSO READ: Petrol Diesel Price Today: ରାଜ୍ୟରେ ବଢିଲା ତେଲ ରେଟ୍, ଜାଣନ୍ତୁ ଆଜିର ନୂଆ ଦର

ଗତକାଲି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପ୍ରଦାନ କରିଛନ୍ତି। ମହାପ୍ରଭୁଙ୍କ ଅଣସର ସମୟରେ  ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ଓ ପାଟବସ୍ତ୍ର ଧରି ଗଜପତିଙ୍କୁ ପ୍ରଦାନ କରିଛନ୍ତି ଦଇତାପତି ସେବକ। ମହାପ୍ରଭୁ ସୁସ୍ଥ ହେବା ଖବର ଶୁଣି ଗଜପତି ମହାରାଜ ଦଇତାପତି ସେବକ ମାନଙ୍କୁ ଖୁସିରେ ଶାଢୀ ବନ୍ଧାଇ ସ୍ୱାଗତ କରିଛନ୍ତି। ଏବଂ ରଥଯାତ୍ରା ପାଇଁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି।  

ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ । ଆଜି ଅପରାହ୍ନରେ ଘଣ୍ଟ, ଛତା ,କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । 

ଆସନ୍ତାକାଲି ମହାପ୍ରଭୁଙ୍କର ବନକଲାଗୀ ନିତି ଅନୁଷ୍ଠିତ ହେବ।  ତେବେ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଭକ୍ତଙ୍କ ଭିଡ ଆରମ୍ଭ ହୋଇଛି। ତିନିରଥ ପ୍ରସ୍ତୁତ। ତିନିରଥରେ କପଡା ପଡିବା ଆରମ୍ଭ ହୋଇଛି। ଏଥର ୫୩ବର୍ଷ ପରେ ଏକ ବିରଳ ରଥଯାତ୍ରା ପଡିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଘୋଷଯାତ୍ରା। ଏଥିଲାଗି ରଥଯାତ୍ରା ପାଇଁ ଦୁଇଦିନିଆ ବ୍ଯବସ୍ଥା କରାଯାଉଛି। ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବାର କାର୍ଯ୍ଯକ୍ରମ ରହିଛି।