Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2350426

Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

Puri News: ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ୩ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଛି । 

Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

Puri News: ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ୩ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ନୀତି ପାଇଁ ଅନେକ ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥାଏ । ତେବେ ଆଜି ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ସୂଚନା ମିଳିଛି। 

 

ALSO READ : Surya Gochar 2024: ଅଗଷ୍ଟ ୨ରେ ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ,ଏହିସବୁ ରାଶିଙ୍କୁ ମିଳିବ ବଡ଼ ଲାଭ!

ସେପଟେ, ଗତକାଲି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବଡ଼ ମହାସ୍ନାନ ହୋଇଛି।  ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ସାଧାରଣ ଦର୍ଶନ ଚାଲିଥିଲା।  ଏହି ସମୟରେ ଜୟ ବିଜୟ ଦ୍ବାର  ନିକଟରୁ ବେହେରଣ ଦ୍ବାର ପର୍ଯ୍ୟନ୍ତ ମଳ ପଡିଥିବା ଲକ୍ଷ କରାଯାଇଥିଲା। ଏଣୁ ଠାକୁରଙ୍କ ବଡ଼ ମହାସ୍ନାନ ପାଇଁ ନିସ୍ପତି ହୋଇଥିଲା। ଏହି ନୀତି ବେଳେ ଠାକୁରଙ୍କ ଦର୍ଶନ ବନ୍ଦ ରହିଥିଲା। ଏହାପରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ପ୍ରସାଦ ବାହାରି ପାଣି ପଡିବା ପରେ ଧୁଆଧୁଇ ହୋଇ ଚୁନ ପାଣି ପଡିଲା।   ଠାକୁରଙ୍କ ବେଶ ଉଲାଗି ହେବା ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ମାରା ହୋଇଥିଲା।  ଅପରାହ୍ନ ୪ଟା ୩୫ରେ ସିଂହାସନ ଧୁଆ ହୋଇ ମହାସ୍ନାନ ପୂଜା ହେଲା। ୫ଟା ୫ରେ ମହାସ୍ନାନ ପୂଜାସରି ପୁଣି ଠାକୁରଙ୍କ ନୀତି ଆଗେଇଲା ।