Puri: ଆଜି ବସିବ ଛତିଶା ନିଯୋଗ ବୈଠକ, ପୋଷାକ ଯାଞ୍ଚ କେଁ ଉପରେ ହୋଇପାରେ ଆଲୋଚନା
Advertisement
Article Detail0/zeeodisha/odisha1917430

Puri: ଆଜି ବସିବ ଛତିଶା ନିଯୋଗ ବୈଠକ, ପୋଷାକ ଯାଞ୍ଚ କେଁ ଉପରେ ହୋଇପାରେ ଆଲୋଚନା

Jagannath Temple: ଯେଉଁ ଭକ୍ତମାନେ ଆଶାଳୀନ ବା ଛୋଟ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଆସିଥିବେ ଦ୍ୱାରରେ ମୁତୟନ ଥିବା ପୋଲିସ ଓ ସେବାୟତ ସୋମାନଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଥିବା ବେଳେ ସୂଚନା କେନ୍ଦ୍ର ପକ୍ଷରୁ ଡାକବାଜି ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। 

ସୌ(ସୋସିଆଲ ମିଡିଆ)

Chhatisa Nijog Meeting: ପୁରୀ ଶ୍ରୀମନ୍ଦିର (Jagannath Temple)ରେ ଲାଗୁ ହେବାକୁ ଥିବା ଡ୍ରେସ କୋଡ଼ (Jagannath Temple Dress Code) କଟକଣାକୁ ନେଇ ଦେଖା ଦେଇଛି କେଁ । ଏନେଇ ସୋମବାର ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସଠାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ (Chhatisa Nijog Meeting) । ଏଥିରେ ଯୋଗଦେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ଚିଠି ଲେଖାଯାଇଛି ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଶାଳୀନତା ପୂର୍ଣ୍ଣ ପରିଧାନ ନ ପିନ୍ଧିଲେ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁ ଭକ୍ତମାନେ ଆଶାଳୀନ ବା ଛୋଟ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଆସିଥିବେ ଦ୍ୱାରରେ ମୁତୟନ ଥିବା ପୋଲିସ ଓ ସେବାୟତ ସୋମାନଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଥିବା ବେଳେ ସୂଚନା କେନ୍ଦ୍ର ପକ୍ଷରୁ ଡାକବାଜି ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଆପତ୍ତିଜନକ ବା ଆଶାଳୀନ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ଭିତରକୁ ନ ଛାଡ଼ିବା ଲାଗି କିଭଳି ପଦକ୍ଷେପ ନେବେ, ସେ ନେଇ ଜେଟିପି, ଚର୍ଚ୍ଚା, ପ୍ରତିହାରୀମାନଙ୍କୁ ଅବଗତ କରାଯାଇଛି। ସେପେଟେ ଏନେଇ ଛତିଶା ନିଯୋଗ ଓ ହୋଟେଲ ସଂଘକୁ ଚିଠି କରି ସହଯୋଗ ମାଗିଛି ପ୍ରଶାସନ। ହେଲେ ମହିଳା ଭକ୍ତମାନଙ୍କୁ ଜେଟିପି ଅବା ପ୍ରତିହାରୀମାନେ କିଭଳି ପୋଷାକ ପରିଧାନ ଉପରେ ମନ୍ତବ୍ୟ ଦେବେ, ତାକୁ ନେଇ କିଛି ପରିଚାଳନା କମିଟିର ସଦସ୍ୟ ଓ ଭକ୍ତ ପ୍ରଶ୍ନ ଉଠାଇଛନ୍ତି । ଯଦି ମହିଳା ପୋଲିସ ବା ଯାଞ୍ଚ ପାଇଁ କୌଣସି ମହିଳାଙ୍କୁ ନିୟୋଜିତ ନ କରାଯାଏ, ତାହାଲେ ଅପ୍ରୀତିକର ପରିସ୍ଥିତି ଉପୁଜିବ ବୋଲି ମତ ପ୍ରକାଶ ପାଉଛି ।

Also Read-Weather Update: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଦଶହରା!

ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଉପସ୍ଥିତ ନ ଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ‘ରାଜ୍ୟରେ ଆଜି ପର୍ଯ୍ୟନ୍ତ କୌଣସି ମନ୍ଦିରରେ ପୋଷାକ ଉପରେ କଟକଣା ଲାଗୁ କରାଯାଇନାହିଁ । ପ୍ରଥମ ଥର ଶ୍ରୀମନ୍ଦିରରେ ଏପରି ହେବାକୁ ଯାଉଛି। ରାଜ୍ୟ ବାହାରେ ଯେଉଁ ମନ୍ଦିରରେ ପୋଷାକ କଟକଣା ରହିଛି, ସେଠାରେ ମହିଳା ଭକ୍ତଙ୍କୁ ଯାଞ୍ଚ ବା ପରାମର୍ଶ ଦେବା ନେଇ ମହିଳା କର୍ମଚାରୀ ନିଯୁକ୍ତ ଅଛନ୍ତି। ଶ୍ରୀମନ୍ଦିରକୁ କେବଳ ପୁରୁଷ ଭକ୍ତ ଆସୁନାହାନ୍ତି, ମହିଳା ଭକ୍ତ ବି ଆସୁଛନ୍ତି। ଏଣୁ ମହିଳା କର୍ମଚାରୀ ନିଯୁକ୍ତ ହେବା ଦରକାର। ଜେଟିପି, ଚର୍ଚ୍ଚା, ପ୍ରତିହାରୀଙ୍କ ହାତରେ ପୋଷାକ ପରିଧାନ ଯାଞ୍ଚ ବ୍ୟବସ୍ଥାକୁ ଛାଡ଼ିଦେବା ଗ୍ରହଣୀୟ ନୁହେଁ’। ଏନେଇ ଆଜିର ଛତିଶା ନିଯୋଗ ବୈଠକରେ (Chhatisa Nijog Meeting) ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ଓ ମହିଳା ଭକ୍ତଙ୍କ ଯାଞ୍ଚ ନେଇ ଦେଖା ଦେଇଥିବା ସମସ୍ୟା ଉପରେ ଆଲୋଚନା ହୋଇପାରେ ଜଣାପଡ଼ିଛି । ଏହା ସହ ବୈଠକରେ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଓ ଆସନ୍ତା ୨୮ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ ଠିକ୍ ଭାବେ କରିବାକୁ ଅନୁମୋଦନ କରାଯିବ ।