Draupadi Murmu: ତିନି ଦିନିଆରେ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha1794616

Draupadi Murmu: ତିନି ଦିନିଆରେ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

President Odisha visit: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଗସ୍ତଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ (Odisha government) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ସୋମବାର ଦିନ କମିଶନରେଟ୍ ପୋଲିସ (Commissionerate police) ପକ୍ଷରୁ କାରକେଡ଼ ରିହରସଲ କରାଯାଇଛି ।

ସୌ(ସୋସିଆଲ ମିଡିଆ)

President Draupadi Murmu: ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu) । ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗୁଁ ରାଷ୍ଟ୍ରପତି ସଂଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ସଚିବ ଓ ପୋଲିସ ଡିଜି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ଏହାପରେ ସେ ସିଧାସଳଖ ରାଜଭବନ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଗସ୍ତଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ (Odisha government) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ସୋମବାର ଦିନ କମିଶନରେଟ୍ ପୋଲିସ (Commissionerate police) ପକ୍ଷରୁ କାରକେଡ଼ ରିହରସଲ କରାଯାଇଛି ।

କ’ଣ ରହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟସୂଚୀ (President Draupadi Murmu Odisha Visit)

ପ୍ରଥମେ ରାଷ୍ଟ୍ରପତି ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା କୋଠାର ଶିଳାନ୍ୟାସ କରିବେ । ଏହାପରେ ୨୬ ତାରିଖ ଅର୍ଥାତ୍ ବୁଧବାର ଦିନ ରାଷ୍ଟ୍ରପତି ଦିନ ତମାମ କଟକରେ ବିତାଇବେ । ସକାଳେ ଭୁବନେଶ୍ୱରରୁ କଟକ ଯିବାକୁ ପ୍ରଥମେ ନରାଜ ହେଲିପ୍ୟାଡରେ ଅବତରଣ କରିବ ମହାମହିମଙ୍କ ହେଲିକପଟର । ତେବେ ଗସ୍ତ ସମୟରେ ରାଷ୍ଟ୍ରପତି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର (SCB Medical college) ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାପରେ ଅପରାହ୍ନରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏନେଇ କଟକ ଇଣ୍ତୋର ଷ୍ଟାଡ଼ିୟମରେ ସମସ୍ତ ପ୍ରସ୍ତୁତି ସରିଛି । ସେଠାରୁ ରାଷ୍ଟ୍ରପତି ଚଣ୍ତୀ ମନ୍ଦିରରେ ମାଆଙ୍କ ଦର୍ଶନ ପରେ ମଧୁବାବୁଙ୍କ ଘର, ନେତାଜୀ ବାସ ଭବନ ଓ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ସେ ରାଜଭବନ ଫେରିଯିବେ । ୨୭ ତାରିଖ ଦିନ ରାଷ୍ଟ୍ରପତି ରାଜଧାନୀର ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ଦାସବାଟିଆ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରର ଲାଇଟ୍ ହାଉସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ ମହାମହିମ୍ । ଏନେଇ ସେଠାରେ ବ୍ୟାପକ ଆୟୋଜନ ଚାଲିଛି । ଏହାରେ ସଂଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Also Read-Horoscope Today 25 July 2023: ଶୁଭଫଳ ସହ ଅର୍ଥ ଲାଭ ଯୋଗ! ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆଜିର ଦିନ ?

ପ୍ରକାଶ ଥାଉ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ସୋମବାର ଦିନ କାରକେଡ଼ର ମକ ଡ୍ରିଲ କରିଛି ପୋଲିସ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ କମିଶନରେଟ୍ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯାଇଛି। ଡିସିପି ପ୍ରତୀକଙ୍କ, ନେତୃତ୍ବରେ ୧୨ ଜଣ ଆଡିସିନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍‌ସପେକ୍ଟର, ୧୨୦ ଜଣ ଏସ‌ଆଇ ଓ ଏଏସ୍‌ଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିବେ। ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ କରାଯିବ। ବିଭିନ୍ନ ସ୍ଥାନରେ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିଭଳି ୧୬୦ ଜଣ ଟ୍ରାଫିକ୍‌ କର୍ମଚାରୀ ଓ ୧୫୦ ଜଣ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ସେପଟେ ପୂର୍ବରୁ ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ସମୟରେ ବିଜୁଳି ବିଭ୍ରାଟ ତ୍ରୁଟି ଯେପରି ଏଥର ନଉପୁଜେ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର (Odisha government) ।