Draupadi Murmu: ଆଜି କଟକ ଚଣ୍ତୀ ମନ୍ଦିର ଯାଇ ଦର୍ଶନ କରିବେ ରାଷ୍ଟ୍ରପତି, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
Advertisement
Article Detail0/zeeodisha/odisha1796297

Draupadi Murmu: ଆଜି କଟକ ଚଣ୍ତୀ ମନ୍ଦିର ଯାଇ ଦର୍ଶନ କରିବେ ରାଷ୍ଟ୍ରପତି, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

Draupadi Murmu: ଗତକାଲି ରାଷ୍ଟ୍ରପତି ଭାବେ ଦ୍ବାୟିତ୍ବ ନେବାରେ ଗୋଟିଏ ବର୍ଷ ପୂରଣ ହୋଇଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟରେ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ କାରକେଡ଼ରେ ଯାଉଥିବା ରାଷ୍ଟ୍ରପତି ହଠାତ୍ ସମସ୍ତ ପ୍ରୋଟେକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ଉପସ୍ଥିତ ଜନତାଙ୍କ ସହ ହାତ ମିଳାଇଥିଲେ । ଏହାପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଅଭିମୁଖେ ବାହାରିଥିଲେ ।

ସୌ(ସୋସିଆଲ ମିଡିଆ)

President Draupadi Murmu: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu) । ମଙ୍ଗଳବାର ଦିନ ନିର୍ଦ୍ଧାରିତ ସମୟ ୬ଟା ୧୦ ମିନିଟ୍ ରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗୁଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିଥିଲେ ମହାମହିମ୍। ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ଡିଜି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଗତକାଲି ରାଷ୍ଟ୍ରପତି ଭାବେ ଦ୍ବାୟିତ୍ବ ନେବାରେ ଗୋଟିଏ ବର୍ଷ ପୂରଣ ହୋଇଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟରେ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ କାରକେଡ଼ରେ ଯାଉଥିବା ରାଷ୍ଟ୍ରପତି ହଠାତ୍ ସମସ୍ତ ପ୍ରୋଟେକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ଉପସ୍ଥିତ ଜନତାଙ୍କ ସହ ହାତ ମିଳାଇଥିଲେ । ଏହାପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଅଭିମୁଖେ ବାହାରିଥିଲେ ।

ସୂଚନା ଯୋଗ୍ୟ, ରାଜଭବନ ପହଁଞ୍ଚିବା ପରେ ସେଠାରେ ‘ଅତୁଟ ବନ୍ଧନ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ୨୬ ତାରିଖ ଅର୍ଥାତ୍ ବୁଧବାର ଦିନ ରାଷ୍ଟ୍ରପତି ଦିନ ତମାମ କଟକରେ ବିତାଇବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟାର ଜେନେରାଲଙ୍କ ଅନୁରୋଧ କ୍ରମେ କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ରାଜସ୍ୱ ବିଭାଗ କମିଶନର ଘୋଷଣା କରିଛନ୍ତି। ମହାମହିମ୍ ସକାଳୁ ରାଜଭବନରୁ ବାହରି କଟକ ଯିବେ । ସେଠାରୁ ରାଷ୍ଟ୍ରପତି ପ୍ରଥମେ କଟକ ଚଣ୍ତୀ ମନ୍ଦିରରେ ମାଆଙ୍କୁ ଦର୍ଶନ କରିବା ପରେ ମଧୁବାବୁଙ୍କ ଘର ପରିଦର୍ଶନ କରିବେ । ସେଠାରୁ ନେତାଜୀ ବାସଭବନ ଓ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ୧୦ଟା ୪୫ ମିନିଟ୍ ରେ କଟକ ଇଣ୍ତୋର ଷ୍ଟାଡ଼ିୟମରେ ପହଁଞ୍ଚିବେ । ସେଠାରେ କଟକ ହାଇକୋର୍ଟର ୭୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ଦିନ ୨ଟା ୫୦ ମିନିଟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର (SCB Medical college) ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍ ରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେଠାରୁ ସନ୍ଧ୍ୟା ୬ଟା ୩୦ ମିନିଟରେ ସମସ୍ତ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଫେରିଯିବେ । ୨୭ ତାରିଖ ଦିନ ରାଷ୍ଟ୍ରପତି ରାଜଧାନୀର ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମରେ ଯୋଗଦେବା ସହ ତମାଣ୍ଡୋ ଦାସବାଟିଆ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରର ଲାଇଟ୍ ହାଉସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହାରେ ସଂଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Also Read- Horoscope Today July 26 2023: ୪ ରାଶିଙ୍କ ଲାଗି ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ପ୍ରକାଶ ଥାଉ କି, ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ ସଜାଗ ରହିଛି କମିଶନରେଟ୍ ପୋଲିସ। ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯାଇଛି। ଡିସିପି ପ୍ରତୀକଙ୍କ, ନେତୃତ୍ବରେ ୧୨ ଜଣ ଆଡିସିନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍‌ସପେକ୍ଟର, ୧୨୦ ଜଣ ଏସ‌ଆଇ ଓ ଏଏସ୍‌ଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିଛନ୍ତି। ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟଙ୍କୁ ମଧ୍ଯ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ୧୬୦ ଜଣ ଟ୍ରାଫିକ୍‌ କର୍ମଚାରୀ ଓ ୧୫୦ ଜଣ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।