Dengue: ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ, କାହିଁକି ହୋଇପାରୁନି କଣ୍ଟ୍ରୋଲ ?
Advertisement
Article Detail0/zeeodisha/odisha1867147

Dengue: ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ, କାହିଁକି ହୋଇପାରୁନି କଣ୍ଟ୍ରୋଲ ?

Dengue: ରାଜ୍ୟରେ ଏବେ ଡେଙ୍ଗୁ ପାଦ୍ରୁଭାବ ବଢ଼ି ବଢ଼ି ଚାଲିଛି । ଚଳିତ ମାସ ପହିଲା ସୁଦ୍ଧା ରାଜ୍ୟର ୮୨ ପ୍ରତିଶତ ସଂକ୍ରମିତ ବେଳ ଏବେ ରାଜ୍ୟର ୬ଟି ଜିଲ୍ଲାରୁ ଚିହ୍ନଟ ହେଲେଣି ଅନେକ ଡେଙ୍ଗୁ ରୋଗୀ(Dengue patients)। ଗତବର୍ଷ ଯେଉଁସବୁ ଜିଲ୍ଲା ଗୁଡ଼ିକରେ ରୋଗୀ ସଂଖ୍ୟା ୫୦ ଟପିନଥିଲା ଏବେ ସେହିସବୁ ଜିଲ୍ଲାମାନଙ୍କରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ଶହ ଟପିଥିବା ଦେଖିଥିବା ଦେଖିବାକୁ ମିଳିଛି।

Dengue: ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ, କାହିଁକି ହୋଇପାରୁନି କଣ୍ଟ୍ରୋଲ ?

Dengue: ରାଜ୍ୟରେ ଏବେ ଡେଙ୍ଗୁ ପାଦ୍ରୁଭାବ ବଢ଼ି ବଢ଼ି ଚାଲିଛି । ଚଳିତ ମାସ ପହିଲା ସୁଦ୍ଧା ରାଜ୍ୟର ୮୨ ପ୍ରତିଶତ ସଂକ୍ରମିତ ବେଳ ଏବେ ରାଜ୍ୟର ୬ଟି ଜିଲ୍ଲାରୁ ଚିହ୍ନଟ ହେଲେଣି ଡେଙ୍ଗୁ ଅନେକ ଡେଙ୍ଗୁ ରୋଗୀ(Dengue patients)। ଗତବର୍ଷ ଯେଉଁସବୁ ଜିଲ୍ଲାଗୁଡ଼ିକରେ ରୋଗୀ ସଂଖ୍ୟା ୫୦ ଟପିନଥିଲା ଏବେ ସେହିସବୁ ଜିଲ୍ଲାମାନଙ୍କରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ଶହ ଟପିଥିବା ଦେଖିଥିବା ଦେଖିବାକୁ ମିଳିଛି।

ତେବେ ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ସାଧାରଣ ଜନତାଙ୍କ ପରେ ଏବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ରୋଗ ଚିହ୍ନଟ ପରେ ଏବେ ସେ କ୍ୟାପିଟାଲ ହସ୍ପିଟାଲରେ(Capital Hospital) ଭର୍ତ୍ତି ହେବା ସହ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ହେଲେ ସେ ହସ୍ପିଟାଲରେ ଆଉ କିଛିଦିନ ରହିପାରନ୍ତି ବୋଲି କହିଛନ୍ତି ଡାକ୍ତର ।

ବର୍ତ୍ତମାନ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଖୋର୍ଦ୍ଧା(Khordha) ଜିଲ୍ଲାରେ ସଂକ୍ରାମକଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଛି। ବିଶେଷ କରି ଭୁବନେଶ୍ୱରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଖୁବ୍ ସକ୍ରିୟତାର ସହ ଆରମ୍ଭ ହୋଇଛି । ଏଥି ସହିତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏସଓପି(SOP) ଜାରି କରାଯିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ମଧ୍ୟ ଖୋଲାଯାଇ ରୋଗୀଙ୍କର ଚିକିତ୍ସା ଚାଲିଛି। ଏତେ ସବୁ ସତର୍କତା ସତ୍ତ୍ୱେ ମଧ୍ୟ ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବିଏମସି।

Also Read: Weather Update: ଆଜି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି