ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ: ଯୋଗାଣ ମନ୍ତ୍ରୀ
Advertisement
Article Detail0/zeeodisha/odisha2374198

ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ: ଯୋଗାଣ ମନ୍ତ୍ରୀ

Potato prices: ପ୍ରଥମେ ପଶ୍ଚିମବଙ୍ଗ, ପରେ ଉତ୍ତରପ୍ରଦେଶ ଆଉ ତା ପରେ ପଞ୍ଜାବ ଯାଏଁ କଥା ଗଲା, ହେଲେ ରାଜ୍ୟରେ ଆଳୁ ଦର କମିଲାନି। ଯାହାକୁ ନେଇ ଲୋକଙ୍କୁ ଖାଲି ଆଶ୍ବସନା ଦେଉଛନ୍ତି ସରକାର। ବେପାରୀଙ୍କୁ ତାଗିଦ୍ କରିବା ସହ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି।

ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଆଳୁକୁ ନେଇ ବ୍ୟବସାୟୀ ଓ ସାଧାରଣ ଜନତା ଚିନ୍ତାରେ। ଏଥିପାଇଁ ଦିନେ ଦୁଇ ଦିନ ସମୟ ଲାଗିବ। ଲୋକେ ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ଏନେଇ କଥାବାର୍ତ୍ତା ଚାଲିଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। 

ଅନ୍ୟପଟେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି। ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି। କିଛି କିଛି ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ଯାହା ବି ଅଛି ତାହା ନିମ୍ନ ମାନର। ତେଣୁ ଚଢା ଦରରେ ନ ବିକିଲେ ତାଙ୍କର କ୍ଷତି ହେବ କହି ନିଜ ମନମାନି କରୁଛନ୍ତି ବେପାରୀ।

ସେହିପରି ପ୍ରଥମେ ପଶ୍ଚିମବଙ୍ଗ, ପରେ ଉତ୍ତରପ୍ରଦେଶ ଆଉ ତା ପରେ ପଞ୍ଜାବ ଯାଏଁ କଥା ଗଲା, ହେଲେ ରାଜ୍ୟରେ ଆଳୁ ଦର କମିଲାନି। ଯାହାକୁ ନେଇ ଲୋକଙ୍କୁ ଖାଲି ଆଶ୍ବସନା ଦେଉଛନ୍ତି ସରକାର। ବେପାରୀଙ୍କୁ ତାଗିଦ୍ କରିବା ସହ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଛନ୍ତି, ଦିନେ ଦୁଇ ଦିନ ଭିତରେ ସମସ୍ୟା ଦୂର ହେବ । ପଶ୍ଚିମବଙ୍ଗରୁ ଆଳୁ ଆସିଲାଣି। ଖାଉଟିମାନେ ଆତଙ୍କିତ ହୁଅନ୍ତୁ ନାହିଁ। ଖୁବଶୀଘ୍ର ଏହି ସମସ୍ୟା ଦୂର ହେବ। ଏହା ସହିତ ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ଅନ୍ୟପଟେ ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । କହିଛନ୍ତି, ଆଳୁ ଓଡିଶାରେ ଏକ ଅପରିହାର୍ଯ୍ୟ ପରିବା । ଆଳୁ ଯେଉଁଠୁ ଆସୁ ଓଡିଶାବାସୀ ପାଇବା ଦରକାର । ହେଲେ ଦାୟିତ୍ୱ ଯୋଗାଣ ବିଭାଗର । ମନ୍ତ୍ରୀ ସିନା ଦିନେ ଦୁଇ ଦିନ କଥା କହୁଛନ୍ତି କିନ୍ତୁ ପରିସ୍ଥିତି ଏଠି ସଙ୍ଗୀନ ହେଲାଣୀ । ତେଣୁ ମନ୍ତ୍ରୀ ଏହି ସମସ୍ୟାକୁ ଗମ୍ଭୀତରାର ସହ ନେଇ ରାଜ୍ୟରେ ଆଳୁ ସଙ୍କଟକୁ ଦୂରେଇବା ଉଚିତ ଏବଂ ପରବର୍ତ୍ତୀ ସମୟରେ ଯେପରି ଏପରି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ଏକ ସ୍ଥାୟୀ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ବିଧାୟକ।