Odisha Politics: ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ପ୍ରମିଳା, ଶୁକ୍ରବାର ନିର୍ବାଚନ
Advertisement
Article Detail0/zeeodisha/odisha1881024

Odisha Politics: ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ପ୍ରମିଳା, ଶୁକ୍ରବାର ନିର୍ବାଚନ

Pramila Mallik: ମହିଳା ସଂରକ୍ଷଣ ବିଲ୍ ଆଗତ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ମହିଳା କାର୍ଡ଼ ଖେଳିଛନ୍ତି ନବୀନ ସରକାର । ରାଜ୍ୟ ବିଧାନସଭା ଆସନରେ ଜଣେ ମହିଳାଙ୍କୁ ବସାଇବା ନେଇ ନିଷ୍ପତି ନେଇଛି ଶାସକ ବିଜେଡ଼ି । ଦୀର୍ଘ ଦିନରୁ ଖାଲି ପଡ଼ିଥିବା ବାଚସ୍ପତି ପଦବୀ ପାଇଁ ବିଜେଡ଼ି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ।

ସୌ(ସୋସିଆଲ ମିଡିଆ)

Odisha Assembly Speaker Election: ଗୋଟେ ପଟେ ନୂତନ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ଆଗତ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ମହିଳା କାର୍ଡ଼ ଖେଳିଛନ୍ତି ନବୀନ ସରକାର । ରାଜ୍ୟ ବିଧାନସଭା ଆସନରେ ଜଣେ ମହିଳାଙ୍କୁ ବସାଇବା ନେଇ ନିଷ୍ପତି ନେଇଛି ଶାସକ ବିଜେଡ଼ି । ଦୀର୍ଘ ଦିନରୁ ଖାଲି ପଡ଼ିଥିବା ବାଚସ୍ପତି ପଦବୀ ପାଇଁ ବିଜେଡ଼ି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ (Pramila Mallik) ପ୍ରାର୍ଥୀ କରିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ବିଜେଡ଼ି ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା । ଏନେଇ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ (Nominations File) ଭରିବେ ରାଜସ୍ବ ମନ୍ତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ। ସ୍ବାଧୀନତା ପରେ ପ୍ରମିଳା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି (Odisha first women speaker) ହେବେ । ଗୁରବାର ଦିନ ନାମାଙ୍କନ ଦାଖଲ ପରେ ଶୁକ୍ରବାର ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଯେହେତୁ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇନାହାଁନ୍ତି ସେନେଇ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦ୍ବରେ ନର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ତାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ।

ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରମିଳା ମଲ୍ଲିକ । ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ନାରାୟଣଙ୍କ ଇସ୍ତଫା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ବ ନେଇଥିଲେ। କିନ୍ତୁ ଗତ ମେ’ ମାସରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା।

Also Read- Vande Bharat Express: ସରିବ ଅପେକ୍ଷା, ଏହି ଦିନ ପୁରୀ-ରାଉରକେଲା ମଧ୍ଯରେ ଗଡ଼ିବ ବନ୍ଦେ ଭାରତ

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଯାଜପୁର ଜିଲ୍ଲାର ଏକ ଟାଣୁଆ ନେତ୍ରୀ ହେଉଛନ୍ତି ପ୍ରମିଳା ମଲ୍ଲିକ । ବିଞ୍ଝାରପୁର ବିଧାୟିକା (Binjharpur MLA)  ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ବିଜେଡ଼ିରୁ ଟିକେଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରୁ ସେ ଲଗାତାର ଭାବେ ୫ ଥର ବିଞ୍ଝାରପୁରରୁ ନିର୍ବାଚିତ ହୋଇଆସୁଛନ୍ତି। ନବୀନ ସରକାରଙ୍କ ଶାସନ କାଳ ମଧ୍ଯରେ ସେ ଅନେକ ସମୟରେ ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ମଧ୍ଯ ତୁଲାଇଛନ୍ତି। ୨୦୧୯ ମସିହାରୁ ୨୦୨୨ ଯାଏଁ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୨ ଜୁନ୍‌ ମାସରେ ସେ ନବୀନଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇ ରାଜସ୍ବ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଥିଲେ। ପୂର୍ବରୁ ସେ ନବୀନଙ୍କ ମନ୍ତ୍ରୀ ମଣ୍ତଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।