Odisha News: ବରମୁଣ୍ଡା ବସ୍‍ ଷ୍ଟାଣ୍ଡରେ ହେବ ପୋଲିସ ଫାଣ୍ଡି, ନିଯୁକ୍ତି ପାଇବେ ୮୯
Advertisement
Article Detail0/zeeodisha/odisha2129145

Odisha News: ବରମୁଣ୍ଡା ବସ୍‍ ଷ୍ଟାଣ୍ଡରେ ହେବ ପୋଲିସ ଫାଣ୍ଡି, ନିଯୁକ୍ତି ପାଇବେ ୮୯

Odisha News: ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡାଠାରେ ଉଦ୍‍ଘାଟନ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲରେ ଏକ ଫାଣ୍ଡି ନିର୍ମାଣ କରାଯିବ।  ଏଠାରୁ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁବିଧା ତଥା ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉନ୍ନତ କରିବା ଲାଗି  ଏହା ସହାୟକ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୮୯ଜଣ ପୁଲିସ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।   

ସୌଜନ୍ୟ- ସୋସିଆଲ ମିଡି଼ଆ

ଏହି ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲକୁ ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରାଯାଇଛି। ଏବେ ଏହି ବସ୍‌ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍‌ ଯାତାୟତ କରିବ। ଭବିଷ୍ୟତରେ ବସ୍ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।। ତା ସହିତ ଦୈନିକ ୩୫ ରୁ ୪୫ ହଜାର  ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି । 

5T ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା। ଏ ବିଷୟରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ Pick up and Drop off ସୁବିଧା, ୧୪୪ଟି ବସ୍‌ ବେ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ। ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ରହିଥିବା କୁହାଯାଇଛି।  ଏହି ଆଉଟପୋଷ୍ଟରେ ଯେଉଁ ୮୯ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ ସେଥିରୁ ୨ଜଣ ସବ୍‌-ଇନ୍‌ସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନଷ୍ଟେବଳ ଓ ୨ଜଣ ଡ୍ରାଇଭର ରହିବେ।