Navy Day 2024: ଡିସେମ୍ବର ୪ରେ ପୁରୀରେ ପାଳନ ହେବ ନୌସେନା ଦିବସ । ଏଥିପାଇଁ ବେଳାଭୂମିରେ ଚାଲିଛି ଜୋରଦାର ପ୍ରାକ୍ଟିସ, ଦେଖନ୍ତୁ ଫଟୋରେ କିଛି ଝଲକ୍
ପୁରୀ ବେଳାଭୁମୀରେ ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ ବିଭିନ୍ନ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ ।
୨୫ଟି ନୌସେନାର ଜାହାଜ, ୪୦ଟି ଯୁଦ୍ଧ ବିମାନ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ । ଏନେଇ ଗତକାଲି ଠାରୁ ବିଧିବଦ୍ଧ ଭାବେ ସମରାଭ୍ଯାସ ଆରମ୍ଭ ହୋଇଛି।
ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି। ଏହାସହ ୭୫୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।
ତିନିସେନା ମୁଖ୍ୟ ମହାମହିମଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି । ଡିସେମ୍ବର ୪ ନୌସେନା ଦିବସ ଦିନ ବ୍ଲୁ ଫ୍ଲାଗ ବିଚ୍ ହେବ ନୋ ମ୍ୟାନସ ଲ୍ୟାଣ୍ଡ। ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ମଧ୍ୟ ପ୍ରସ୍ତୁତ ରହିଛି । ମହାହାହିମଙ୍କ ପାଇଁ ସ୍ଵତନ୍ତ୍ର ମଞ୍ଚ ପ୍ରସ୍ତୁତ ରହିଛି ।
ଦର୍ଶକ ମାନେ ପେଣ୍ଠକଟା ଠାରୁ ସ୍ଟର୍ଲିଂ ପର୍ଯ୍ୟନ୍ତ ବେଳାଭୂମିରେ ଏହି ଅପରେଶନାଲ ଡେମୋ ଶୋ ଦେଖିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଏହି ନୌସେନା ଦିବସରେ ସାମିଲ ହେବ ୨୫ଟି ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ।
ଏୟାର ଶୋ ଦେଖିବା ପାଇଁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ପୁରୀବାସୀ।
ମହାମହୀମ ରାଷ୍ଟ୍ରପତିଙ୍କ ସହ ବହୁ ଅତିଥି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଧିରେଧିରେ ପୁରୀ କୂଳରେ ଲଙ୍ଗର ପକାଇବା ଆରମ୍ଭ କରିଛନ୍ତି ବଡବଡ ଜାହାଜ। ଏନେଇ ପୁରୀ ବେଳାଭୂମିରେ ଗଡିବା ଆରମ୍ଭ କରିଛି ଟ୍ଯାଙ୍କ।
ଏହି ଶୋ ପାଇଁ ସଜେଇ ହେଉଛି ବ୍ଲୁଫ୍ଲାଗ ବିଚ୍। କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ପୁରୀ ସହର। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୮୦ପ୍ଲାଟୁନ ଫୋର୍ସ ସହ ୩ ଶହରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ।
ତେବେ, ସ୍ବତନ୍ତ୍ର କମାଣ୍ଡୋ ବାହିନୀ ‘ମାର୍କୋସ୍ ନୌସେନା ଦିବସର ମୁଖ୍ୟ ଆକର୍ଷଣ ।
ନୌସେନା ଦିବସରେ ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ଦେଖିବାକୁ ମିଳିବ ନୌସେନାର ଘମାଘୋଟ ଯୁଦ୍ଧର ଅବତାରଣା।
ट्रेन्डिंग फोटोज़