ଆବାସ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ଼ ଘୋଷଣା; ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ
Advertisement
Article Detail0/zeeodisha/odisha2534584

ଆବାସ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ଼ ଘୋଷଣା; ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ

Awasa Yojana : ଆସନ୍ତା ଡିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। ଏହାସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ। ଦୁଇ ମାସ ସମୟ ଭିତରେ ପୁଣି ଥରେ ସର୍ଭେ କରାଯିବ। ଏହି ସମୟ ଭିତରେ ତାଲିମ ସହ ଅନଲାଇନ୍ ଆବେଦନର ଷ୍ଟାଟସ୍ କିପରି ଚେକ୍ କରିବେ ସେନେଇ ମଧ୍ୟ ଟ୍ରେନିଙ୍ଗ ଦିଆଯିବ।

ଆବାସ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ଼ ଘୋଷଣା; ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ

ଭୁବନେଶ୍ଵର: ଆବାସ ଯୋଜନାରେ ସାଧାରଣ ଲୋକଙ୍କୁ ଘର ଯୋଗାଇ ଦେବା ଘଟଣାରେ ଆଜି ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକ। କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ। ପ୍ରକୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ବୋଲି ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି। 

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆସନ୍ତା ଡିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। ଏହାସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ। ଦୁଇ ମାସ ସମୟ ଭିତରେ ପୁଣି ଥରେ ସର୍ଭେ କରାଯିବ। ଏହି ସମୟ ଭିତରେ ତାଲିମ ସହ ଅନଲାଇନ୍ ଆବେଦନର ଷ୍ଟାଟସ୍ କିପରି ଚେକ୍ କରିବେ ସେନେଇ ମଧ୍ୟ ଟ୍ରେନିଙ୍ଗ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି।