BJPରେ ମିଶିଲେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ
Advertisement

BJPରେ ମିଶିଲେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ

Odisha Politics: ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆକାଶଙ୍କ ସମେତ ତାଙ୍କର ଅନେକ ସମର୍ଥକ ପହଞ୍ଚିଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବରୁ ବିଜେପିରେ ମିଶି ସାରିଥିବା ଦୁଇ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅରିନ୍ଦମ ରୟ ଉପସ୍ଥିତ ରହି ଆକାଶଙ୍କୁ ଦଳକୁ ସ୍ୱାଗତ କରିଥିଲେ ।

BJPରେ ମିଶିଲେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ

ଭୁବନେଶ୍ୱର: ଗତକାଲି (୩୦ ମାର୍ଚ୍ଚ)ରେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆକାଶଙ୍କ ସମେତ ତାଙ୍କର ଅନେକ ସମର୍ଥକ ପହଞ୍ଚିଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବରୁ ବିଜେପିରେ ମିଶି ସାରିଥିବା ଦୁଇ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅରିନ୍ଦମ ରୟ ଉପସ୍ଥିତ ରହି ଆକାଶଙ୍କୁ ଦଳକୁ ସ୍ୱାଗତ କରିଥିଲେ ।

ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ ଆକାଶ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟର ବିକାଶରେ ନିଜକୁ ସାମିଲ କରିବା ପାଇଁ ବିଜେପିରେ ଯୋଗ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଆହ୍ୱାନରେ ମୁଁ ବେଶ୍ ଅନୁପ୍ରାଣିତ । ନିଜ ଆତ୍ମ ସମ୍ମାନକୁ ବଳି ପକାଇବା ଅପେକ୍ଷା ରାଜ୍ୟର ଅସ୍ମିତାର ଲଢେଇ ପାଇଁ ଏହି ଦଳକୁ ଚୟନ କରିଛି ।

ସୂଚନାଯୋଗ୍ୟ, ୨୦୧୪ରେ ବିଜେଡି ଟିକଟ ପାଇ କୋରେଇ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଆକାଶ । ପରେ ୨୦୧୯ରେ ଦଳ ତାଙ୍କୁ ଟିକଟ ଦେଇନଥିଲା । ମୋ କଲେଜ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ଦାୟିତ୍ୱ ମିଳିଥିଲା ।

Also Read- Crime News: ରାଜଧାନୀରେ ନିଶା ଦେଇ ଲୁଟୁଥିଲେ ୨ ଲୁଟେରା, ଗିରଫ କଲା ପୋଲିସ