Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ମାର୍ଚ୍ଚରେ ୪୦ ଡିଗ୍ରୀ ଟପିଛି ପାରଦ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ବହୁ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବୁଧବାର ବୌଦ୍ଧ ଓ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଟପିଥିଲା । ତେବେ ଗୁରୁବାର ବି ଦିନ ତାପମାତ୍ରା ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ତାତି ଖସିବ । ଏହାସହ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ଯମଧରଣର ବର୍ଷା ହୋଇପାରେ । ସେହିପରି ୧୬ରୁ ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ପ୍ରକାଶ ଥାଉ କି, ବୁଧବାର ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ, ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ, ସୁବର୍ଣ୍ଣପୁରରେ ୩୮.୭ ଡିଗ୍ରୀ, ତାଳଚେରରେ ଓ ନୟାଗଡ଼ରେ ୩୮ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ ହୋଇଥିଲା । ସେହିପରି ରାଜଧାନୀ ଭୁବନେଶ୍ବରରେ ୩୫.୪ ଡିଗ୍ରୀ ଓ କଟକରେ ୩୪.୨ ଡିଗ୍ରୀ ରହିଥିଲା ତାପମାତ୍ରା ।