Weather Update: ଚଳିତ ମାସରୁ କମିବ ଶୀତ,ବର୍ଷା ସମ୍ଭାବନା ନେଇ ବିଭାଗର ପୂର୍ବାନୁମାନ
Advertisement
Article Detail0/zeeodisha/odisha2040994

Weather Update: ଚଳିତ ମାସରୁ କମିବ ଶୀତ,ବର୍ଷା ସମ୍ଭାବନା ନେଇ ବିଭାଗର ପୂର୍ବାନୁମାନ

Weather Update: ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ଯ କାଁ ଭାଁ ଥଣ୍ତା ଅନୁଭୂତ ହେଉଛି । ତେବେ ଚଳିତ ଜାନୁଆରୀରେ ରାତି ତାପମାତ୍ରା ସ୍ବାଭାବିକ ତୁଳନାରେ ଅଧିକ ରହିବ, ଯାହା ଫଳରେ ଥଣ୍ତା କମିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (The India Meteorological Department) ପକ୍ଷରୁ ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ଶୀତରେ (Winter) କମ୍ପୁଛି ସାରା ଦେଶ । ସେପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ଯ କାଁ ଭାଁ ଥଣ୍ତା ଅନୁଭୂତ ହେଉଛି । ତେବେ ଚଳିତ ଜାନୁଆରୀରେ ରାତି ତାପମାତ୍ରା ସ୍ବାଭାବିକ ତୁଳନାରେ ଅଧିକ ରହିବ, ଯାହା ଫଳରେ ଥଣ୍ତା କମିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (The India Meteorological Department) ପକ୍ଷରୁ ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଚଳିତ ମାସରେ ରାଜ୍ୟରେ ବର୍ଷା (Rain) ସମ୍ଭାବନା ଥିବା ନେଇ ଆଇଏମଡ଼ି ପକ୍ଷରୁ ଆକଳନ କରାଯାଇଛି । ଏହାସହ ଆଗାମୀ ୫ ଦିନ ମଧ୍ଯରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡି଼ଗ୍ରୀ ଅଧିକ ରହିବ ବୋଲି ଆକଳନ କରାଯାଇଛି । ମଙ୍ଗଳବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ,କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ କୁହୁଡ଼ି ଦେଖାଦେଇଥିବା ବେଳେ ବୁଧବାର ଖାସ୍ କରି ଉପକୂଳ ଓଡ଼ିଶାରେ କୁହୁଡ଼ି (Fog) ଦୃଶ୍ୟମାନ ହେବ । କୋରାପୁଟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୮.୫, ଜି ଉଦୟଗିରିରେ ୯.୨, କିରେଇରେ ୧୦.୩, ଫୁଲବାଣୀରେ ପାରଦ ୧୦.୫ ଡି଼ଗ୍ରୀ ରେର୍କଡ଼ କରାଯାଇଛି ।

ପ୍ରକାଶଥାଉ କି, ଉତ୍ତର ଭାରତର କିଛି ଅଂଶରୁ ବାଦ ଦେଲେ ଦେଶର ସବୁ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।