Weather Update: କାଳବୈଶାଖୀ ବର୍ଷା ପରେ ଆଜିଠୁ ବଦଳିବ ପାଗ, ୨୪ରୁ ବଢିବ ଗରମ
Advertisement

Weather Update: କାଳବୈଶାଖୀ ବର୍ଷା ପରେ ଆଜିଠୁ ବଦଳିବ ପାଗ, ୨୪ରୁ ବଢିବ ଗରମ

Weather Update: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ମଙ୍ଗଳବାରରୁ ବୁଧବାର ଦିନ ତମାମ ଲାଗି ରହିଥିବା ବର୍ଷା ଯୋଗୁଁ ନାକେଦମ ହୋଇଛନ୍ତି ଲୋକେ । ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଫସଲ ଉଜୁଡ଼ି ଯାଇଥିବାରୁ ମୁଣ୍ତରେ ହାତ ଦେଇ ବସିଛନ୍ତି ଚାଷୀ ।

ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ତେବେ ଗୁରୁବାରଠାରୁ ପୁଣି ବଦଳିବ ପାଗ । ୨୧ରୁ ୨୪ ତାରିଖ ଭିତରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଆଭ୍ୟନ୍ତରୀଣରେ ତାପମାତ୍ରା ୪୦ ଡିଗ୍ରୀ ପାଖାପଖି ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡ଼ିଶାର ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ୧୦ରୁ ୧୬ ଡିଗ୍ରୀ ଖସିଯାଇଥିଲା । କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଲୋକେ ନାକେଦମ ହୋଇଛନ୍ତି । ସେପଟେ ରାଜଧାନୀ ସମେତ ଅନେକ ସହରରେ ମାର୍ଚ୍ଚ ମାସରେ ଦିନ ତାପମାତ୍ରା ଖସିବାରେ ରେକର୍ଡ଼ ଭାଙ୍ଗିଛି । ଭୁବନେଶ୍ବରରେ ବୁଧବାର ଦିନବେଳା ତାପମାତ୍ରା ୧୯.୨ ଡିଗ୍ରୀ ଥିଲା ଯାହା ସ୍ବାଭାବିକ ତୁଳନାରେ ୧୭.୬ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ଼ ହୋଇଥିଲା ।

ରାଜଧାନୀରେ ତାପମାତ୍ରା ରାଜ୍ୟ ପାଇଁ ମାର୍ଚ୍ଚ ମାସରେ ରେକର୍ଡ଼ ହୋଇଥିବା ସର୍ବକାଳୀନ କମ୍ ଦିନ ତାପମାତ୍ରା ଅଟେ । ମାର୍ଚ୍ଚ ମାସରେ ଦିନ ତାପମାତ୍ରା କେବେ ବି ଏତେ ତଳକୁ ଖସିନଥିଲା । ୧୯୭୦ ମାର୍ଚ୍ଚ ୬ରେ ଭୁବନେଶ୍ବରରେ ଦିନ ତାପମାତ୍ରା ସବୁଠୁ କମ୍ ଅର୍ଥାତ୍ ୨୪.୩ ଡିଗ୍ରୀ ରେକର୍ଡ଼ ହୋଇଥିଲା । ତେବେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବହୁ ସ୍ଥାନରେ ଫସଲ ବରବାଦ ହୋଇଛି । କ୍ଷେତରେ ପାଣି ଜମି ରହିବା ଯୋଗୁଁ ଫସଲ ଉଜୁଡ଼ି ଯାଇଛି ।