Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ
Advertisement

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

Odisha Train Accident: ମଙ୍ଗଳବାର ଦିନ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ତ ଅବଧି ସରୁଥିବା ବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ତେବେ ସିବିଆଇ ପକ୍ଷରୁ ପୂର୍ନବାର ୫ ଦିନିଆ ରିମାଣ୍ତ ଲାଗି ଆବେଦନ କରାଯାଇଥିଲେ ମଧ୍ଯ କୋର୍ଟ କିନ୍ତୁ ୪ ଦିନ ରିମାଣ୍ତ ଲାଗି ମଞ୍ଜୁର କରିଥିଲେ ।

ସୌ(ସୋସିଆଲ ମିଡିଆ)

Odisha Train Accident: ଭୟଙ୍କର ବାହାନଗା ରେଳ ଦୁର୍ଘଟଣାରେ (Odisha train tragedy) ଗିରଫ ୩ ଅଭିଯୁକ୍ତ ସେକ୍ସନ୍ ଇଞ୍ଜିନିଂୟର ମହମ୍ମଦ ଅମିର ଖାନ୍, ଟେକ୍ନିସିଆନ୍ ପପୁ କୁମାର ଓ ସିନିଅର ସେକ୍ସନ୍ ଇଞ୍ଜିନିଂୟର ଅରୁଣ କୁମାର ମହାନ୍ତିଙ୍କୁ ପୁଣି ୪ ଦିନିଆ ରିମାଣ୍ତରେ ନେଇଛି ସିବିଆଇର ସ୍ବତନ୍ତ୍ର ଟିମ୍ (CBI Special team) । ମଙ୍ଗଳବାର ଦିନ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ତ ଅବଧି ସରୁଥିବା ବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ତେବେ ସିବିଆଇ ପକ୍ଷରୁ ପୂର୍ନବାର ୫ ଦିନିଆ ରିମାଣ୍ତ ଲାଗି ଆବେଦନ କରାଯାଇଥିଲେ ମଧ୍ଯ କୋର୍ଟ କିନ୍ତୁ ୪ ଦିନ ରିମାଣ୍ତ ଲାଗି ମଞ୍ଜୁର କରିଥିଲେ ।

ସୂଚନାଯୋଗ୍ୟ, ଅଭିଯୁକ୍ତଙ୍କ ଠାରୁ ଅଧିକ ତଥ୍ୟ ଓଗାଳିବା ନେଇ ସିବିଆଇ ଜେରା କରିବ ବୋଲି ଜଣାପଡ଼ିଛି । ଗିରଫ ତିନି ଅଭିଯୁକ୍ତ ସହ ଅନ୍ୟ ୪ ଜଣ ରେଳ କର୍ମଚାରୀଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ବେଳେ ଆଉ କିଛି କର୍ମଚାରୀଙ୍କୁ ଜେରା କରାଯିବା ନେଇ ସିବିଆଇ ପକ୍ଷରୁ ଯୋଜନା କରାଯାଉଛି । ତେବେ ଷ୍ଟେସନ ମାଷ୍ଟରଙ୍କୁ ମଧ୍ଯ ତଦନ୍ତର ପରିସରଭୁକ୍ତ କରାଯାଇଛି । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଏହି ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ ବୋଲି ଜଣାପଡ଼ିଛି । ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ଯରୁ ସେକ୍ସନ୍ ଇଞ୍ଜିନିଂୟର ମହମ୍ମଦ ଅମିର ଖାନ୍ ଓ ସିନିଅର ସେକ୍ସନ୍ ଇଞ୍ଜିନିଂୟର ଅରୁଣ କୁମାର ମହାନ୍ତି କୋର୍ଟରେ ଜାମିନ୍ ନେଇ ଆବେଦନ କରିଛନ୍ତି । ପ୍ରକାଶଥାଉ କି, ନିକଟରେ ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟ ଆସିବା ପରେ (The Commission of Railway Safety) ସିଗନାଲିଂ ତ୍ରୁଟି (wrong signaling) ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ୩ ରେଳ ଅଧିକାରୀଙ୍କୁ ଗିରଫ ପରେ ୫ ଦିନିଆ ରିମାଣ୍ତ ନେଇ ଘନ ଘନ ଜେରା କରିଛି ସିବିଆଇ । ଏହାସହ ରେଳ ଷ୍ଟେସନର ଅନ୍ୟ ୪ କର୍ମଚାରୀଙ୍କୁ ଗିରଫ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ପରେ ଅଲଗା ଅଲଗା ଜେରା କରାଯାଇଛି । ତେବେ ଜେରା ସମୟରେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଛି ସିବିଆଇ । ଦୁର୍ଘଟଣା ପୂର୍ବରୁ ସେମାନେ କେଉଁଠି ଥିଲେ? ଏମିକି କି, ଦୁର୍ଘଟଣା ସମୟରେ ସେମାନେ କ’ଣ କରୁଥିଲେ ? ରିଲେ ରୁମେରେ କେହି ଉପସ୍ଥିତ ଥିଲେ କି ନାହିଁ ? ଏହି ସବୁ ଦିଗ ଉପରେ ରେଳ କର୍ମଚାରୀଙ୍କୁ ଜେରା କରାଯାଇଛି । ଏହି ଭୟଙ୍କର ଦୁର୍ଘଟଣା ସିଗନାଲ ଓ ଟେଲିକମ୍ ଡ଼ିପୋର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଘଟିଥିବା ଜଣାପଡ଼ିଥିଲା । ଏଥିସହ ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ଦୁର୍ଘଟଣା ଲାଗି ଷ୍ଟେସନ ମାଷ୍ଟରଙ୍କୁ ଦାୟୀ କରାଯାଇଥିଲା । ଦୁର୍ଘଟଣା ବେଳେ ସେ କ’ଣ କରୁଥିଲେ? ଏଥିରେ ତାଙ୍କର ଭୂମିକା କ’ଣ  ଥିଲା? ଏହି ସମସ୍ତ ଦିଗ ଉପରେ ଷ୍ଟେସନ ମାଷ୍ଟରଙ୍କୁ ଜେରା କରାଯାଇଛି ।

ALSO READ-Horoscope Today 12 July 2023: ମାଲେମାଲ ହେବେ ଏହି ରାଶି, ୨ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ଟ୍ରାକରେ କୌଣସି ତୁଟ୍ରି ନଥିବା ଦର୍ଶାଯାଇଥିବା ବେଳେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ । ଏମିତି କି, ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ମଧ୍ଯ ଅଣଦେଖା କରାଯାଇଥିଲା । ତେବେ ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ଚାଲିଥିଲା ? ଏହା ପଛରେ କାହାର ଷଡ଼ଯନ୍ତ୍ର ରହିଛି କି ? ଏହି ସମସ୍ତ ଦିଗ ଉପରେ ସିବିଆଇ (CBI) ତଦନ୍ତ ଚଳାଇଛି । ଏହା ସମ୍ବେଦଶୀଳ ମାମଲା ହୋଇଥିବା ବେଳେ ସାରା ଦେଶରେ ନଜର ଏହା ଉପରେ ରହିଛି । ଫଳରେ ମାମଲାରେ ଏସପି ଓ ଡିଆଇଜି ପାହ୍ୟର ଅଧିକାରୀଙ୍କୁ ସାମିଲ କରାଯାଇଛି ।