Nandankanan Foundation Day: ପ୍ରତିଷ୍ଠା ଦିବସ ଉପଲକ୍ଷେ ନନ୍ଦନକାନନରେ ଖାସ୍ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2033795

Nandankanan Foundation Day: ପ୍ରତିଷ୍ଠା ଦିବସ ଉପଲକ୍ଷେ ନନ୍ଦନକାନନରେ ଖାସ୍ କାର୍ଯ୍ୟକ୍ରମ

Nandankanan Foundation Day: ୬୪ ବର୍ଷରେ ପାଦ ଥାପିଛି ଏହି ନନ୍ଦନକାନନ । ଏହି ଅବସରରେ ଶୁକ୍ରବାର ନନ୍ଦନକାନନ ପାଳିବାକୁ ଯାଉଛି ୬୪ତମ ପ୍ରତିଷ୍ଠା ଦିବସ । ଏହି କାର୍ଯ୍ୟକ୍ରମରେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ଜଙ୍ଗଲ ବିଭାଗର ଉଚ୍ଚ ପଦାଧିକାରୀମାନେ ଅତିଥି ଭାବେ ଯୋଗଦେବେ ।

ସୌ(ସୋସିଆଲ ମିଡିଆ)

Nandankanan Foundation Day: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଶୀତ ଦିନରେ ପରିବାର ବା ସାଙ୍ଗସାଥିୀଙ୍କ ସହ ମନୋରଞ୍ଜନ ଓ ବୁଲାବୁଲି ପାଇଁ ସମଗ୍ର ରାଜ୍ୟବାସୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ନନ୍ଦନକାନନକୁ ପୂରିଛି ୬୩ ବର୍ଷ । ୬୪ ବର୍ଷରେ ପାଦ ଥାପିଛି ଏହି ପ୍ରାଣୀ ଉଦ୍ୟାନ । ଏହି ଅବସରରେ ଶୁକ୍ରବାର ନନ୍ଦନକାନନ ପାଳିବାକୁ ଯାଉଛି ୬୪ତମ ପ୍ରତିଷ୍ଠା ଦିବସ । ଏହି କାର୍ଯ୍ୟକ୍ରମରେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ଜଙ୍ଗଲ ବିଭାଗର ଉଚ୍ଚ ପଦାଧିକାରୀମାନେ ଅତିଥି ଭାବେ ଯୋଗଦେବେ । ଏହି ଅବସରରେ ବାର୍ଷିକ ରିପୋର୍ଟ, ନନ୍ଦନକାନନ ଉପରେ ସୂଚନା ପ୍ରଦାନକାରୀ ଏକ ଆପ ଓ ବଟାନିକାର୍ଲ ୱେବସାଇଡ଼କୁ ଉନ୍ମୋଚନ କରାଯିବ । ଏହାସହ ନନ୍ଦନକାନନରେ ୱାଲାବି, ଜାନୁୟାରୀ ଏନକ୍ଲୋଜର ଓ ବଟାନିକାଲ ଗାର୍ଡ଼େନରେ କରାଯାଇଥିବା ବାଉଁଶ ବଗିଚା ଓ ଜଳର ଉଭିଦ୍ଦ ଉଦ୍ୟାନକୁ ମନ୍ତ୍ରୀ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ସେହିପରି ଏହି ଖାସ୍ ଦିନରେ ବର୍ଷ ତମାମ ଏହି ପ୍ରାଣୀ ଉଦ୍ୟାନରେ ଥିବା ପଶୁ ପକ୍ଷୀଙ୍କ ସେବା କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯିବ । ଏହାସହ ନୂଆ କରି ଆସିଥିବା ଅଷ୍ଟ୍ରିକ୍ କୁ ଏନକ୍ଲୋଜରରେ ଛଡ଼ାଯିବ । ସେହିପରି ୩୦ନଂ ଏନକ୍ଲୋଜରରେ ରହୁଥିବା ବାଘୁଣୀ ଅଙ୍କିତାର ୪ ଛୁଆ ଓ ୧୮ ନଂ ଏନକ୍ଲୋଜରରେ ରହୁଥିବା ଏସିୟ ସିଂହାର ୨ଟି ଛୁଆଙ୍କ ନାମକରଣ ନିମନ୍ତେ ଅନଲାଇନରେ ସଂଗ୍ରହ କରାଯାଇଥିବା ନାମକୁ ବଛା ଯାଇ ବିଦ୍ଧିବଦ୍ଧ ଭାବେ ନାମ ଘୋଷଣା କରାଯିବ ବୋଲି ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ମତ ଦେଇଛନ୍ତି । ଅନ୍ୟପଟେ ଲାଲନପାଳନ କେନ୍ଦ୍ରରେ ପାଳନ ହେଉଥିବା ସିଂହୀ ବିଜଲିର ପ୍ରଥମ ଛୁଆ ଓ ଦ୍ବିତୀୟ ଛୁଆ କାମିନିକୁ ୨୯ ବିନଂ, ଏନକ୍ଲୋଜରରେ ଛଡ଼ାଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ୨୦୨୪ରେ (new year) ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ ସୂଚନା ମିଳିଛି । ପ୍ରଥମ ଥର ଲାଗି ନନ୍ଦନକାନନକୁ ଚିତାବାଘ (Leopard ) ଅଣାଯିବ । କେବଳ ଚିତା ନୁହେଁ, ଧଳା ସିଂହ ଶାବକ, ଜିରାଫ୍ ଓ ବହୁ ନୂଆ ପକ୍ଷୀ ମଧ୍ୟ ଆସିବେ ବୋଲି ପିସିସିଏଫ (ବନ୍ୟପ୍ରାଣୀ ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଦୁବାଇ ଚିଡି଼ଆଖାନାରୁ  ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମ ଅଧିନରେ  ୨୦୨୪ ଜାନୁଆରୀରେ ବିଭିନ୍ନ ସ୍ଥାନରୁ ନୂଆ ଅତିଥି ଆସିବେ।  ଏବେ ନନ୍ଦନକାନନରେ ଥିବା ଜିରାଫ୍ ଏକୁଟିଆ ରହୁଛି।  ତେଣୁ ପଶ୍ଚିମବଙ୍ଗର ଆଲିପୁରସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନରୁ ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମରେ ଆଉ ଏକ ଜିରାଫ୍(Giraffe) ନନ୍ଦନକାନନକୁ ଅଣାଯିବ ବୋଲି ସେ ମତ ଦେଇଛନ୍ତି । ପ୍ରକାଶଥାଉ କି, ୨୦୦୮ ମେ ୨୫ରେ ଆଲିପୁରରୁ ଏକ ଜିରାଫ୍ ଅଣାଯାଇଥିଲା। କିନ୍ତୁ ବାଟରେ ବିଦ୍ୟୁତ୍ ସଂସ୍ପର୍ଶରେ (Electric Shock) ଆସିବାରୁ ତାର ମୃତ୍ୟୁ ଘଟିଥିଲା।  ସେହିପରି ୨୦୧୬ ଫେବୃଆରୀରେ ଆଉ ଏକ ଜିରାଫ୍ ସେଠାରୁ ଆସିଥିଲା। ମାତ୍ର ଦିନକ ପରେ ସେ ରୋଗାକ୍ରାନ୍ତ ହୋଇ ମରିଯାଇଥିଲା।  ତେଣୁ ବନ ବିଭାଗ ପୁଣି ଥରେ ଜିରାଫ ଆଣିବା ପାଇଁ ଯୋଜନା କେତେ ଦୂର ସଫଳ ହେବ ତାହା ଦେଖାବାକୁ ବାକି ରହିଲା। 

Also Read-Weather Update: କୁହୁଡ଼ି ଚାଦର ତଳେ ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

ସେପଟେ ଚଳିତ ବର୍ଷ ନୂଆବର୍ଷ ସୋମବାର ପଡୁଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ । ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ବଡ଼ ଦିନ, ନୂଆବର୍ଷ, ଦଶହରା, ରଜସଂକ୍ରାନ୍ତି ସୋମବାର ପଡୁଥିଲେ ଏହିଦିନ ନନ୍ଦନକାନନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ ।