Odisha Police Foundation Day 2024: ପୋଲିସ୍ ପ୍ରତିଷ୍ଠା ଦିବସ, ଏତିକି ଜଣ ପାଇବେ ଡିଜିପି ପଦକ
Advertisement

Odisha Police Foundation Day 2024: ପୋଲିସ୍ ପ୍ରତିଷ୍ଠା ଦିବସ, ଏତିକି ଜଣ ପାଇବେ ଡିଜିପି ପଦକ

Odisha Police Foundation Day 2024: ଓଡି଼ଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅପ୍ରିଲ୍ ୧ ତାରିଖରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ହେଉଥିଲେ ହେଁ  ନିର୍ବାଚନ ଆଚରଣ ବିଧି ଲାଗୁ ହେଇଥିବାରୁ  ଏର କଟକଣା ଭିତରେ ପାଳନ କରାଯିବ। 

ସୌଜନ୍ୟ-ସୋସିଆଲ ମିଡି଼ଆ

Odisha Police Foundation Day 2024: ଓଡି଼ଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅପ୍ରିଲ୍ ୧ ତାରିଖରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ହେଉଥିଲେ ହେଁ  ନିର୍ବାଚନ ଆଚରଣ ବିଧି ଲାଗୁ ହେଇଥିବାରୁ  ଏର କଟକଣା ଭିତରେ ପାଳନ କରାଯିବ।  ଏହି ଅବସରରେ ରାଜ୍ୟ ପୋଲିସ୍ ବାହିନୀ ପକ୍ଷରୁ ବରିଷ୍ଠ ପୋଲିସ୍ ଅଧିକାରୀ  ଏବଂ ପୋଲିସ୍ କର୍ମଚାରୀ ମିଶି  ୧୦୮ ଜଣଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି ଡିକ୍ସ ) ପ୍ରଦାନ କରାଯିବ। ଏଥିରେ ୬ ଜଣ ଆଇପିଏସ୍, ୨୧ ଜଣ ଓଡିଏସ୍, ୮ ଜଣ ଓଏପିଏସ୍ ଅଫିସର, ୧୪ ଜଣ ଇନ୍ସପେକ୍ଟର ,୧୨ ଜଣ ଏସଆଇ, ୭ ଜଣ ଏଏସଆଇ, ୧୧ ଜଣ ହାବିଲଦାର, ଏବଂ କନେଷ୍ଟବଳ, ସିପାହୀ, ଓଏପିଏସ୍ ମିଶି ୨୭ ଜଣ କର୍ମଚାରୀ ରହିଛନ୍ତି। 

ALSO READ: Shukra Rahu Yuti 2024: ୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ମିଳନ,ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା!

ପୋଲିସ୍ ବିଭାଗର ଏହି ସମ୍ମାନ ଜନକ ପଦକ ପାଇବା ଯୋଗ୍ୟ ବିବେଚିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ବରିଷ୍ଠ ଆଇପିଏସ୍ ତଥା ଅତିରିକ୍ତ ଡିଜି  ରାଜେସ୍ କୁମାର, ଡିଆଇଜି ନିତି ଶେଖର, .ଏସପି ରାହୁଲ୍.ପି ଆର୍,ଏସ୍. ସୁଶ୍ରୀ ,ରାଜପ୍ରସାଦ, ଶୁଭେନ୍ଦୁ କୁମାର ପାତ୍ର ପ୍ରମୁଖ ଆଇପିଏସ୍ ଅଧିକାରୀ ରହିଛନ୍ତି। ସେହିପରି, ଓପିଏସ୍ ଏସପି ଦେବ ନାରାୟଣ ଦାସ, ବରିଷ୍ଠ ଓପିଏସ୍  ଅଫିସର ତାପସ ରଂଜନ ଦାଶ,  ଅଶୋକ ମହାନ୍ତି, ଅତିରିକ୍ତ ଏସପି ଏ. କୁଜୁର, ବିକାଶ ଚନ୍ଦ୍ର ବେହୁରା, ସୁଧାକର ମିଶ୍ର, ସୁବାଶ ଚନ୍ଦ୍ର ପଣ୍ତା, ଅନନ୍ତ ମଲ୍ଲିକ୍ ପ୍ରମୁଖ ଡିଜିପି ଡେକ୍ସ ପାଇବେ ବୋଲି ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।