OPS: ବାହାରିଲା ୧୨୬ ଓପିଏସ୍ ପଦବି, ପଦୋନ୍ନତି ଜରିଆରେ ପୂରଣ ହେବ ଏହି ସବୁ....
Advertisement

OPS: ବାହାରିଲା ୧୨୬ ଓପିଏସ୍ ପଦବି, ପଦୋନ୍ନତି ଜରିଆରେ ପୂରଣ ହେବ ଏହି ସବୁ....

OPS: ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୨୬ ଟି ଓଡି଼ଶା ପୋଲିସ୍ ସେବା (OPS) କ୍ୟାଡର ପଦବି ସୃଷ୍ଟି କରାଯାଇଛି। ୫୧ଟି ଓପିଏସ୍ ପଦବୀ ଉଚ୍ଛେଦ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୃଷ୍ଟି ହୋଇଥିବା ନୂଆ ପଦବି ଗୁଡିକ ବିଭାଗୀୟ ପଦୋନ୍ନୋତି ଜରିଆରେ ପୂରଣ କରାଯିବ।

ସୌଜନ୍ୟ-ସୋସିଆଲ ମିଡିଆ

OPS: ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୨୬ ଟି ଓଡି଼ଶା ପୋଲିସ୍ ସେବା (OPS) କ୍ୟାଡର ପଦବି ସୃଷ୍ଟି କରାଯାଇଛି।  ୫୧ଟି ଓପିଏସ୍  ପଦବୀ ଉଚ୍ଛେଦ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୃଷ୍ଟି ହୋଇଥିବା ନୂଆ ପଦବି ଗୁଡିକ ବିଭାଗୀୟ ପଦୋନ୍ନୋତି ଜରିଆରେ ପୂରଣ କରାଯିବ। ୧୨୬ଟି ପଦବୀ ମଧ୍ୟରେ ୨୮ଟି ନୂଆ ଏସପି ପଦବି ସୃଷ୍ଟି କରାଯାଇଛି। ସୃଷ୍ଟି ହୋଇଥିବା ପଦବି ମଧ୍ୟରୁ  ୧୫ଟି ସାଇବର ଡିଏସପି, ବିପିଏସପି ୮ ଡିଏସପି, ଅନୁଗୁଳ ପିଟିସିରେ ୫ ଡିଏସପି,ଯାଜପୁର ବରି ପିଟିଆଇରେ ୫ ଡିଏସପି, ନୟାଗଡ ପିଟିଏସରେ ୩ଟି ଡିଏସପି, ବୁର୍ଲା ପିଟିଆଇରେ  ୩ ଡିଏସପି ପଦବି ସୃଷ୍ଟି ହୋଇଛି।  

ALSO READ: Teacher Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର, ନିଯୁକ୍ତି ପାଇବେ ତିନି ହଜାରରରୁ ଅଧିକ ଶିକ୍ଷକ

ସେପଟେ, ୨୦ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଜଣେ ଲେଖାଏଁ ଅତିରିକ୍ତ ଏସପି ନିଯୁକ୍ତି ହେବେ। ଭୁବନେଶ୍ବରରେ ୩, ବିପିଏସପିଏରେ ୨, ପିଟିଆଇ ବରିରେ ୧, ଅନୁଗୁଳ ପିଟିସିରେ ୨, ଏସଏଫଏସ୍ଏଲରେ ୧, କ୍ରାଇମବ୍ରାଞ୍ଜରେ ୩,  ଇଓଡବ୍ଲୁରେ ୧, ଏସଟିଏଫ୍ ଭୁବନେଶ୍ବରରେ ଜଣେ, ଗୁଇନ୍ଦା ବିଭାଗର (ସ୍ପେଶାଲ ବ୍ରାଞ୍ଚ)ରେ ୧୨, ଓଏସଆରିସିରେ ୨ ଓ ଲୋକାୟୁକ୍ତରେ ଜଣେ  ଅତିରିକ୍ତ ଏସପିଙ୍କ ପଦବୀ ସୃଷ୍ଟି ହୋଇଛି।  ତା ଛଡା ୫ ନୂଆ ଏସପି ଭିଜିଲାନ୍ସ. କମିଶନରେଟ୍ ପୋଲିସ (ଡିସିପି ଅଫିସ)ରେ ୧ ଡିସିପି, ରେଳବାଇରେ ୪  ଏସପି ପଦବୀ ମଧ୍ୟ ସୃଷ୍ଟି ହୋଇଛି। 

 ସେହିଭଳି, ୫୧ଟି ଓପିଏସ୍ ପଦବୀ  ଉଚ୍ଛେଦ ହୋଇଛି।  ସେଗୁଡିକ ହେଲା, ଓଏସଆରସିରେ ୨ଟି ଡିଏସପି, ରାଜ୍ୟ ଫରେନସିକ୍ ଲ୍ୟାବରେ ୧ ଡିଏସପି ସ୍ପେଶାଲ ବ୍ରାଞ୍ଚରେ ୧୨ ଡିଏସପି, କମିଶନରେଟ୍ ପୋଲିସ୍ ମୁଖ୍ୟାଳୟରେ ୨ଟି ଏସପି , ଡିଆଇବିରେ ୨୦ଟି ଡିଏସପି ପଦବୀ। ସେହିଭଳି ପୁଲିସ୍ ମୁଖ୍ୟାଳୟ  ଓ ସ୍ପେଶାଲ୍ ବ୍ରାଞ୍ଚରେ ୨ଟି ଲେଖାଁଏ  ଅତିରିକ୍ତ ଏସପି ପଦବୀ ଉଚ୍ଛେଦ କରାଯାଇଛି। ୫ଟି ଭିଜିଲାନ୍ସ ଏସପି, କମିଶନରେଟ୍ ପୋଲିସ ମୁଖ୍ୟାଳୟ ୧(ଡିସିପି ଅଫିସ୍)  ଓ ୪ ରେଳବାଇ ପଦବୀ ଉଚ୍ଛେଦ କରାଯାଇଛି।