Boudh Road Problem: ଶୁଣିଲେନି ସରକାର, ରାସ୍ତା ମରାମତି କଲେ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha1820076

Boudh Road Problem: ଶୁଣିଲେନି ସରକାର, ରାସ୍ତା ମରାମତି କଲେ ଛାତ୍ରଛାତ୍ରୀ

Boudh Road Problem: ସରକାର (state govt) ପକ୍କା ରାସ୍ତା (Road Problem) ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାସ୍ତାର ଅବସ୍ଥା ଏବେବି ସୁଧୁରୁନି(Boudh Road Problem) । କେଉଁଠି ଠିକାଦାର ରାସ୍ତା ପଇସା ଖାଇଗଲାଣୀ ତ ଆଉ କେଉଁଠି ନିମ୍ନମାନର କାମ କରି ରାସ୍ତା ଟଙ୍କା ପକେଟରେ ପୁରାଇଲାଣୀ । ଏପରିକି ଆଉ କେଉଁଠି ଖଣ୍ତିଆ ରାସ୍ତା ସ୍ଥାନୀୟ ଲୋକଙ୍କ ଦ୍ବାରା ମରାମତି କରାଯାଉଛି । ତେବେ,ଗାଁ ରାସ୍ତାକୁ ମରାମତି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲାର କିଛି ଛାତ୍ରଛାତ୍ରୀ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Boudh Road Problem: ସରକାର (state govt) ପକ୍କା ରାସ୍ତା (Road Problem) ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାସ୍ତାର ଅବସ୍ଥା ଏବେବି ସୁଧୁରୁନି(Boudh Road Problem) । କେଉଁଠି ଠିକାଦାର ରାସ୍ତା ପଇସା ଖାଇଗଲାଣୀ ତ ଆଉ କେଉଁଠି ନିମ୍ନମାନର କାମ କରି ରାସ୍ତା ଟଙ୍କା ପକେଟରେ ପୁରାଇଲାଣୀ । ଏପରିକି ଆଉ କେଉଁଠି ଖଣ୍ତିଆ ରାସ୍ତା ସ୍ଥାନୀୟ ଲୋକଙ୍କ ଦ୍ବାରା ମରାମତି କରାଯାଉଛି । ତେବେ,ଗାଁ ରାସ୍ତାକୁ ମରାମତି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲାର କିଛି ଛାତ୍ରଛାତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସୁରୁଣ୍ଡି ଗାଁରେ ।

Also Read: Happy Birthday Sunil Shetty: ସଫେଇ କର୍ମଚାରୀଙ୍କ ପୁଅ ଆଜି ବଲିଉଡ଼ର ସୁପରଷ୍ଟାର

Also Read: HBD Jacqueline Fernandez: ଦିନେ ଥିଲେ ସାମ୍ବାଦିକା ଆଜି ଅଭିନେତ୍ରୀ, ଜାଣନ୍ତୁ ସିଂହଳ ସୁନ୍ଦରୀଙ୍କ ବିଷୟରେ ଏପରି କିଛି ଖାସ୍ କଥା...

Also Read: Rajinikanth Struggle Life: ଜେଲରର ସଫଳତା ପରେ ସଂଘର୍ଷ ବେଳର ଦୁଃଖ ବଖାଣିଲେ ରଜନୀକାନ୍ତ

ସୂଚନାମୁତାବକ ଦୀର୍ଘ ବର୍ଷ ହେଲା ଜଗନ୍ନାଥ ସଡକ ମୁଖ୍ୟରାସ୍ତା ଠାରୁ ସୁରୁଣ୍ଡି ବିଦ୍ୟାଳୟକୁ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଯାହା ଫଳରେ  ବର୍ଷା ଦିନ ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡେ । ଗାଁ ର କୁନି କୁନି ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ ଯିବାଆସିବା କରିବା ତା ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଏ । ଯଦି ବି ଯାନ୍ତି କାଦୁଆ ପଚ ପଚ ରାସ୍ତା ରେ ଡ୍ରେସ ଖରାପ ହୋଇ ଯାଏ । ତେବେ ଗ୍ରାମବାସୀ ବାରମ୍ବାର ପ୍ରଶାସନ କୁ ଦାବି ଆପତ୍ତି କରିଥିଲେ ସୁଦ୍ଧା ରାସ୍ତା ର କୌଣସି ସୁଧାର ଆସିନଥିଲା । ସ୍ଥିତି ଏମିତି ହେଲେ ରାସ୍ତା ର କାଦୁଆ ପାଇଁ ଶିକ୍ଷକ ମଧ୍ୟ ସ୍କୁଲ ନ ଆସି ଅନ୍ୟତ୍ର ବଦଳି ହୋଇଥିଲେ । ଫଳରେ ଆଜି ସ୍କୁଲ ଛୁଟି ଥିବାରୁ ବାଧ୍ୟହୋଇ ଗାଁ ର କୁନି କୁନି ଛାତ୍ରଛାତ୍ରୀ ମାନେ କାଦୁଆ ରାସ୍ତାର ମରାମତି କରିଛନ୍ତି । ଗାଁ ର ପିଲାଏ ସକାଳୁ ଏକାଠି ହୋଇ ଆଜି ଗାଁ ର ରାସ୍ତା କୁ ମରାମତି କରିବା ସ୍କୁଲରେ ଶିକ୍ଷକ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ତେବେ, କୁନି କୁନି ପିଲାଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଉଛି।