School Uniform: ରାଜ୍ୟ ରାଜନୀତିରେ ‘ସ୍କୁଲ ୟୁନିଫର୍ମ’ର ରଙ୍ଗ, ବିରୋଧୀଙ୍କ ଟାର୍ଗେଟ୍ ପରେ ଜବାବ ରଖିଲା ବିଜେଡ଼ି
Advertisement

School Uniform: ରାଜ୍ୟ ରାଜନୀତିରେ ‘ସ୍କୁଲ ୟୁନିଫର୍ମ’ର ରଙ୍ଗ, ବିରୋଧୀଙ୍କ ଟାର୍ଗେଟ୍ ପରେ ଜବାବ ରଖିଲା ବିଜେଡ଼ି

School Uniform:  ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ସହ ରାଜନୈତିକ ଦଳର ଭାବନାକୁ ଯୋଡ଼ା ଯାଉଛି ବୋଲି ବିରୋଧୀ ବିଜେପି  ଅଭିଯୋଗ କରିଛି। ଏହାସହ ଦଳ କହିଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ସ୍କୁଲ ୟୁନିଫର୍ମ ପାଇଁ ରାଜ୍ୟକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ମିଳୁଛି । ଯାହାର ଅର୍ଥକୁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନା ବୋଲି ଘୋଷଣା କରିଛନ୍ତି । 

ସୌ(ସୋସିଆଲ ମିଡିଆ)

School Uniform:  ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ (School Uniform) ରଙ୍ଗ ବଦଳିବା ନେଇ ସରକାର ନିକଟରେ ଘୋଷଣା କରିଛନ୍ତି । ଧଳା ଓ ଘନ ନୀଳ ବଦଳରେ ଏଣିକି ହଣ୍ଟର ଗ୍ରୀନ୍ (Hunter Green)  ରଙ୍ଗର ପୋଷାକ ପିନ୍ଧି ସ୍କୁଲ ଆସିବେ ହାଇସ୍କୁଲ ଛାତ୍ରଛାତ୍ରୀ । ନୂଆ ଡ୍ରେସକୋଡ଼ରେ ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ୍ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । କେବଳ ସେତିକି ନୁହେଁ,  ଡ୍ରେସରେ ‘ଆମେ ଗଢିବୁ ନୂଆ ଓଡ଼ିଶା’ର ଏକ ଲୋଗୋ ମଧ୍ଯ ରହିବ। ତେବେ ସରକାରଙ୍କ ଏହି ନିଷ୍ପତି ପରେ ରାଜନୀତି ଜୋର ଧରିଛି ।

ସୂଚନାଯୋଗ୍ୟ, ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଧଳା ଓ ନୀଳ ରଙ୍ଗ ପରିବର୍ତ୍ତେ ହଣ୍ଟର ଗ୍ରୀନ୍ (Hunter Green) କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ବିରୋଧୀ ଏହାକୁ ବିରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ସହ ରାଜନୈତିକ ଦଳର ଭାବନାକୁ ଯୋଡ଼ା ଯାଉଛି ବୋଲି ବିରୋଧୀ ବିଜେପି  ଅଭିଯୋଗ କରିଛି। ଏହାସହ ଦଳ କହିଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ସ୍କୁଲ ୟୁନିଫର୍ମ ପାଇଁ ରାଜ୍ୟକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ମିଳୁଛି । ଯାହାର ଅର୍ଥକୁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନା ବୋଲି ଘୋଷଣା କରିଛନ୍ତି । ସରକାର ଦଳୀୟ ଭାବନାରେ ପିଲାଙ୍କ ୟୁନିଫର୍ମକୁ ସବୁଜ ରଙ୍ଗ କରିବା ଓ ସେଥିରେ ‘ଆମେ ଗଢିବୁ ନୂଆ ଓଡ଼ିଶା’ ଲୋଗୋ ମାରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ । ଜାତୀୟ ପତକାର ଅଶୋକଚକ୍ର ରଙ୍ଗ ଅନୁସାରେ ପୂର୍ବରୁ ଥିବା ୟୁନିଫର୍ମର ରଙ୍ଗ ଘନ ନୀଳ ରଙ୍ଗ ରହୁ, ଯାହା ସମାନତା, ସ୍ବଚ୍ଛତା ଓ ଜ୍ଞାନକୁ ସୂଚାଇ ଥାଏ । ସେପଟେ ଆଗାମୀ ନିର୍ବାଚନକୁ ନଜରରେ ରଖି ସରକାର ସବୁ ନୀଳ ରଙ୍ଗ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ବିରୋଧୀଙ୍କ ଅଭିଯୋଗ ପରେ ଜବାବ ରଖିଛି ଶାସକ ବିଜେଡି଼ । ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ସହ କୌଣସି ପ୍ରକାର ରାଜନୀତି କରାଯାଉନାହିଁ, ବରଂ ରାଜ୍ୟ ସରକାର ୫ଟି ଜରିଆରେ ସ୍କୁଲର ଭିତ୍ତିଭୂମି ବିକାଶ ସହ ଶୈକ୍ଷିକ ବାତାବରଣ ଓ ଡ଼ିଜିଟାଲ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ସ୍କୁଲ ଓ କଲେଜ ଆଦିର ରଙ୍ଗ ଗୋଟିଏ ପ୍ରକାର ସବୁଜ ରଙ୍ଗ ହେଉଛି ।  ନୂଆ ନିୟମ ଅନୁଯାୟୀ, ଶନିବାର ଦିନ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ସ୍କୁଲ ଆସିବେ। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ପାଇଁ ଜୋତା ଓ ମୋଜା ମଧ୍ୟ ବାଧ୍ୟତାମୂଳକ ହୋଇଛି । ଏହାସହ ‘ଆମେ ଗଢିବୁ ନୂଆ ଓଡ଼ିଶା’ ଲୋଗୋ ଥିବା ଟୋପି ବି ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ବେସରକାରୀ ସ୍କୁଲ ପରି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ୍ ଲୁକ ଦେବା ସହ ସ୍କୁଲକୁ ଆକର୍ଷିତ କରିବା ନେଇ ସରକାର (Government of odisha) ଏଭଳି ନିଷ୍ପତି ନେଇଥିବା ବିଜେଡ଼ି କହିଛି ।

Also Read-Plus II instant exam: ଆଜି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା, ୩୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ଏତିକି ପରୀକ୍ଷାର୍ଥୀ

ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କୁଲ ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ। ଅଗଷ୍ଟ ୧୫ରେ ସ୍କୁଲର ନୂଆ ୟୁନିଫର୍ମ ବଣ୍ଟନ ହେବାର ଯୋଜନା ରହିଛି । ଏଥିପାଇଁ ସରକାର ଜଣେ ପିଲା ପିଛା ୧ ହଜାର ଟଙ୍କା ବହନ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନଫର୍ମ, ହଳେ ଟି ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ, ହଳେ ଜୋତା, ୨ ହଳ ମୋଜା ସହ ଟୋପି ଦିଆଯିବ । ଦୁଇ ହଳ ୟୁନିଫର୍ମ ପାଇଁ ୫୫୦ ଟଙ୍କା, ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ପାଇଁ ୨ ଶହ ଟଙ୍କା, ଟି-ସାର୍ଟ ପାଇଁ ୧୨୫ ଟଙ୍କା, ଟ୍ରାକ୍ ପ୍ୟାଣ୍ଟ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।