Odisha News: ଆଜି ମୁଖ୍ୟମନ୍ତ୍ରୀଙ୍କ ଚୌଦ୍ବାର ଗସ୍ତ, ଦେଖନ୍ତୁ ପୂରା କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha2114611

Odisha News: ଆଜି ମୁଖ୍ୟମନ୍ତ୍ରୀଙ୍କ ଚୌଦ୍ବାର ଗସ୍ତ, ଦେଖନ୍ତୁ ପୂରା କାର୍ଯ୍ୟସୂଚୀ

Odisha News: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ଜନତାଙ୍କ ମନ କିଣିବା ପାଇଁ  ବିଭିନ୍ନ ଦଳ କସରତ ଆରମ୍ଭ କରିଛନ୍ତି। ଆଉ ଏହି କସରତରୁ ପଛରେ ପଡିନି ବିଜେଡି। ଭୋଟକୁ ଆଖି ଆଗରେ ରଖି ଏବେ ବହୁ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରୁଛନ୍ତି।  ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରୁଛନ୍ତି।

ସୌଜନ୍ୟ- ସୋସିଆଲ ମିଡି଼ଆ

ALSO READ: Plus Two Exam: ଆଜିଠୁ + ୨ କଳା-ବାଣିଜ୍ୟ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏହି ସବୁ...

ALSO READ: Petrol Diesel Price Today: ରାଜ୍ୟରେ କମିଲା ପେଟ୍ରୋଲ୍‌ - ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲାର ଚୌଦ୍ବାର ଗସ୍ତ କରିବେ। ସେ ଏଟିଏମ୍  ପୁନରୁଦ୍ଧାର ଯୋଜନାର ଓଟିଏମ୍ ଜମିରେ ଟେକ୍ସଟାଇଲ୍ ଆଣ୍ତ ଲଜିଷ୍ଟିକ୍ ପାର୍କର ଶିଳାନ୍ୟାସ କରିବେ। ଟେକ୍ସଟାଇଲ୍ ଆଣ୍ତ  ଲଜିଷ୍ଟିକ୍ ପାର୍କ ପାଇଁ ୩ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ଯୋଜନା ଲକ୍ଷ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସରକାର ଓଟିଏମର ୫୨୨ ଏକର ଜମି ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ୍ ପାର୍କ ପାଇଁ ଓ୍ବେଲସ୍ପେନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଦେଇଛନ୍ତି। ପର୍ଯ୍ୟାୟ କ୍ରମେ ବାକି ଜମି ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।