Odisha News: ପୂର୍ବ ଶତ୍ରୁତା ନେଇଗଲା ଜୀବନ, ଅଭିଯୁକ୍ତର ଘର ଜାଳିଦେଲେ ଉତ୍ୟକ୍ତ ଲୋକେ
Advertisement
Article Detail0/zeeodisha/odisha2155175

Odisha News: ପୂର୍ବ ଶତ୍ରୁତା ନେଇଗଲା ଜୀବନ, ଅଭିଯୁକ୍ତର ଘର ଜାଳିଦେଲେ ଉତ୍ୟକ୍ତ ଲୋକେ

ମୋହନା: ବିବାହ ଶୋଭାଯାତ୍ରା ଯୁବକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ରେ ମୃତ୍ୟୁ ଘଟିଛି । ଯୁବକର ମୃତ୍ୟୁକୁ ନେଇ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର। ଜାତୀୟ ରାଜପଥରେ ଶହଶହ ଗାଡ଼ିକୁ ଭଙ୍ଗାରୁଜା କରି ପକାଯାଇଥିବା ବେଳେ ଅଭିଯୁକ୍ତଙ୍କ ଘର କୁ ଜାଳି ପୋଡ଼ି ନଷ୍ଟ କରିଦେଇଛନ୍ତି ଉତ୍ୟକ୍ତ ଲୋକେ। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ଘଟିଛି ଗଜପତି ଜିଲ୍ଲା ମୋ

Odisha News: ପୂର୍ବ ଶତ୍ରୁତା ନେଇଗଲା ଜୀବନ, ଅଭିଯୁକ୍ତର ଘର ଜାଳିଦେଲେ ଉତ୍ୟକ୍ତ ଲୋକେ

Odisha News: ମୋହନା: ବିବାହ ଶୋଭାଯାତ୍ରା ଯୁବକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ରେ ମୃତ୍ୟୁ ଘଟିଛି । ଯୁବକର ମୃତ୍ୟୁକୁ ନେଇ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର। ଜାତୀୟ ରାଜପଥରେ ଶହଶହ ଗାଡ଼ିକୁ ଭଙ୍ଗାରୁଜା କରି ପକାଯାଇଥିବା ବେଳେ ଅଭିଯୁକ୍ତଙ୍କ ଘର କୁ ଜାଳି ପୋଡ଼ି ନଷ୍ଟ କରିଦେଇଛନ୍ତି ଉତ୍ୟକ୍ତ ଲୋକେ। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ। ଛୁରାମାଡ଼ରେ ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ (32)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଚନ୍ଦ୍ରଗିରିରେ ତୁମୁଳକାଣ୍ଡ ଘଟିଛି। ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନ ଓ ତାର ବଡ ଭାଇ କୃଷ୍ଣ ଅର୍ଜୁନ ପ୍ରଧାନକୁ ପୋଲିସ ଗିରଫ କରିଥିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ପୋଡ଼ିଦେବା ସହ ତାଙ୍କ ଭାଇ ସମ୍ପର୍କୀୟଙ୍କ ଗାଡି, ଦୋକାନ ମଧ୍ୟ ପୋଡିଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ ରାସ୍ତା କୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ସାଢେ଼ ନଅ ଘଣ୍ଟ ସମୟରେ ଚନ୍ଦ୍ରଗିରି ଗ୍ରାମର କୋରା ମହାକୁଡ଼ଙ୍କ ପୁଅ ବରୁଣ ମହାକୁଡ଼ଙ୍କ ବିବାହ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲା କୃଷ୍ଣ ଅର୍ଜୁନର ସହାୟତାରେ ଶ୍ରୀହରି ପ୍ରଧାନ। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ଗାଁ ଲୋକେ। ତେବେ ମେଡିକାଲରେ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘର ଜାଳିଦେଇଛନ୍ତି। ଏଥିସହ ତାଙ୍କ ଅନ୍ୟ ଭାଇ ଓ ସମ୍ପର୍କୀୟଙ୍କ ଗାଡି, ଦୋକାନ ମଧ୍ଯ ପୋଡ଼ି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ହତ୍ୟାକାରୀ ଯୁବକଙ୍କୁ ହସ୍ତାନ୍ତର ଦାବି ସହ ୫ ଦଫା ଦାବିରେ ଗତକାଲି ରାତି ୧୦ ଘଣ୍ଟ ଠାରୁ ଆଜି ସଂନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ଚନ୍ଦ୍ରଗିରିରେ ରାସ୍ତା ଅବରୋଧ କରିରଖିଥିଲେ ସ୍ଥାନୀୟ ଲୋକେ। 

ଫଳରେ ମୋହନା-ପାରଳାଖେମୁଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ ହୋଇଯାଇଛି। ଯେତେବେଳେ ପର୍ଯ୍ୟନ୍ତ ଦାବି ପୁରଣ ହୋଇନି ସେ ପର୍ଯ୍ୟନ୍ତ ଧାରଣା ଜରିରହିବ ବୋଲି ଚେତାବନୀ ଦେଇଥିଲେ। ମୃତ ଯୁବକ ପ୍ରଶାନ୍ତ ଗତ ୧୦ ଦିନ ତଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡା ଥାନା ଗୁଣ୍ଡୁରା ଗ୍ରାମର ସୋନି ପ୍ରଧାନକୁ ବିବାହ କରିଥିଲେ।‌ ତେବେ ବିବାହର ୧୦ ଦିନ ପରେ ନିଜ ସ୍ବାମୀ କୁ ହତ୍ୟା କରାଯାଇଥିବା ହେତୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାରେ ବସି ବିକ୍ଷୋଭ କରିଥିଲେ ମୃତକ ପରିବାର ଲୋକେ।

ହତ୍ୟାକାଣ୍ଡ ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଖବର ପାଇ ରାତିରେ ଚନ୍ଦ୍ରଗିରି ଗ୍ରାମରେ ମୋହନା ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଆର.ଉଦୟଗିରି ଏସଡିପିଓ ଅଶ୍ଵିନୀ ନାୟକ, ତହସିଲଦାର ସତ୍ୟବାନ ନାୟକ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀଙ୍କ ସମେତ ଅଡବା ଥାନା, ରାମଗିରି ଥାନା, ଆର ଉଦୟଗିରି ଥାନା, ରାୟଗଡ ଥାନା, ଓ ଗଞ୍ଜାମ ଜିଲ୍ଲା ପାଟପୁର ଥାନା, ଚିକିଟି ଥାନା ଅଞ୍ଚଳରୁ ବ୍ୟାପକ ମୃତୟନ ହେବା ସହ ବ୍ରହ୍ମପୁର ରୁ ୫ ପ୍ଳାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଲାଗିଥିଲେ। ଘଟଣାଟି ଅତି ସମ୍ବେଦଶୀଳ ହୋଇଥିବା ଯୋଗୁଁ ୫ ପ୍ଲାଟୁନ ଫୋର୍ସ ମୁତୟନ। ଅଭିଯୁକ୍ତ ଶ୍ରିହରୀ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ଯିଏ ସଂପୃକ୍ତ ଥିଲେ ତାଙ୍କୁ ମଧ୍ଯ ଗିରଫ କରାଯିବ ବୋଲି SDPO କହିଛନ୍ତି।

ଅନ୍ୟ ପକ୍ଷରେ ସ୍ଥିତି ଜଟିଳ ହେଉଥିବା ଦେଖି ଗଜପତି ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି l ସେମାନଙ୍କ ଦାବି ଗୁଡ଼ିକ ଉପରେ ପ୍ରଶାସନ ଗୁରୁତର ସହ ନେବା ସହ ଲୋକଙ୍କ ଦାବି ସଂମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଆଜି ସଂନ୍ଧ୍ୟା ୫ଟା ରେ ରାସ୍ତା ରୋକ ହଟିଥିଲା । ବାହାଘର ଶୋଭାଯାତ୍ରାରେ ଅତି ଅମାନୁଷିକ ଭାବେ ଯୁବକକୁ ହତ୍ୟା କରିବା ପ୍ରତିବାଦରେ ଏବେ ଲୋକେ ଉତ୍ୟକ୍ତ ରହିଛନ୍ତି।

ଚନ୍ଦ୍ରଗିରି ଗ୍ରାମର ଶ୍ରୀହରି ପ୍ରଧାନ ସାମ୍ବାଦିକତା କରିଆସୁଥିବା ବେଳେ ଅନେକ ବର୍ଷ ତଳେ ମଦ ବ୍ୟବସାୟ କୁ କେନ୍ଦ୍ର କରି ମୃତ ପ୍ରଶାନ୍ତ ସହ ମାରପିଟ୍ ହୋଇଥିଲା। ଶ୍ରୀହରି ପ୍ରଧାନ ର ଗୋଡ଼ ଭାଙ୍ଗିବା ସହ ଲହୁ ଲୁହାଣ କରିଥିଲେ । ଏହା ସହ ଗତ ଶିବରାତ୍ର ଉପଲକ୍ଷେ ଚନ୍ଦ୍ରଗିରି ଶିବମନ୍ଦିର ରେ ଚାଲିଥିବା ଯାତ୍ରା ରେ କୈାଣସି କାରଣକୁ ନେଇ କୃଷ୍ଣ ଅର୍ଜୁନ ପ୍ରଧାନ ଙ୍କ ସହ ପ୍ରଶାନ୍ତ ର ସାମାନ୍ୟ ବଚସା ହୋଇଥିଲା । ଏହି ଘଟଣା ପରେ କୃଷ୍ଣ ପ୍ରଧାନ ସାନ ଭାଇ ହରି ପ୍ରଧାନ ସହ ମିଶି ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଖୋଜୁଥିଲେ , ଗତକାଲି ବିଳମ୍ବିତ ରାତିରେ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ବଡ଼ଭାଇ କୃଷ୍ଣ ଅର୍ଜନ ପ୍ରଧାନ ଓ ଶ୍ରୀହରି ପ୍ରଧାନ ମିଳିମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।